ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ଦିନିକିଆ ସୁସ୍ଥତାରେ ସର୍ବକାଳୀନ ରେକର୍ଡ

• ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ 68,584 ରୋଗୀ
• 26ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର 70%ରୁ ଅଧିକ

Posted On: 03 SEP 2020 3:00PM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ 11.70 ଲକ୍ଷ ନମୁନା ପରୀକ୍ଷା କରାଯାଇଛି ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ 68,584 ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି 30 ଲକ୍ଷ (29,70,492)ରେ ପହଞ୍ଚିଛି ।

ଏଥିସହିତ ସୁସ୍ଥତା ହାର 77 ପ୍ରତିଶତ (77.09)କୁ ଅତିକ୍ରମ କରିଛି । ଫଳସ୍ଵରୂପ ସକ୍ରିୟ ରୋଗୀ 8,15,538 ତୁଳନାରେ ଅଧିକ 21.50 ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସଂକ୍ରମିତଙ୍କ ତୁଳନାରେ 3.6ଗୁଣ ଅଧିକ ହୋଇଛି । ରେକର୍ଡ ସଂଖ୍ୟକ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସଂକ୍ରମଣ ସଂଖ୍ୟା ମାତ୍ର 21.16ରେ ରହିଛି । ହସ୍ପିଟାଲର ଚିକିତ୍ସା ସୁବିଧାରେ ଉନ୍ନତି, ଘରୋଇ ଏକାନ୍ତବାସରେ ଥିବା ରୋଗୀମାନଙ୍କ ତଦାରଖ, ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା, ନୂଆଦିଲ୍ଲୀସ୍ଥିତ ଏମ୍ସ ବିଶେଷାଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ପରାମର୍ଶ ଯୋଗୁଁ ଏହି ସୁସ୍ଥତା ହାରର ବୃଦ୍ଧି ସମ୍ଭବ ହୋଇଛି । ଏହିସବୁ ସୁଚିନ୍ତିତ ପଦକ୍ଷେପ ବଳରେ ବିଶ୍ଵରେ ସଂକ୍ରମଣ ତୁଳନାରେ ମୃତ୍ୟୁ ହାର 3.3 ଥିବା ବେଳେ ଆମ ଦେଶରେ ଆଜି ଏହା 1.75 ପ୍ରତିଶତରେ ରହିଛି ।  

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

  

 



(Release ID: 1651111) Visitor Counter : 226