ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ 24 ଘଣ୍ଟା ମଧ୍ୟରେ 65,081 ସୁସ୍ଥ; 69,921 ନୂଆ ସଂକ୍ରମିତ

● 819 ସଂକ୍ରମିତ ମୃତ

Posted On: 01 SEP 2020 1:43PM by PIB Bhubaneshwar

ଗତ 5 ଦିନ ଧରି ଦୈନିକ 60 ହଜାରରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 65,081 ଜଣ ସୁସ୍ଥ ହୋଇଛନ୍ତି ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା 28,39,882ରେ ପହଞ୍ଚିଥିବା ବେଳେ ସୁସ୍ଥତା ହାର ଶତକଡା 77ରେ ପହଞ୍ଚିଛି  ସକ୍ରିୟ ରୋଗୀଙ୍କ ତୁଳନାରେ 3.5 ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି ଦେଶରେ 7,85,996 ସକ୍ରିୟ ରୋଗୀ ଥିବାବେଳେ 20.53 ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି ଜୁଲାଇ ମାସର ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟ ମାସ ଶେଷ ସପ୍ତାହରେ ସଂକ୍ରମିତଙ୍କ ତୁଳନାର ସୁସ୍ଥ ରୋଗୀଙ୍କ ସଂଖ୍ୟା 4 ଗୁଣ ବୃଦ୍ଧି ପାଇଛି

ଗତ 24 ଘଣ୍ଟା ମଧ୍ୟରେ 5ଟି ରାଜ୍ୟରେ ଅଧିକ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ମହାରାଷ୍ଟ୍ର 11,852, ଆନ୍ଧ୍ରପ୍ରଦେଶ 10,004, କର୍ଣ୍ଣାଟକ 6,495, ତାମିଲନାଡୁ 5,956 ଏବଂ ଉତ୍ତରପ୍ରଦେଶ 4,782 ଜଣ ଚିହ୍ନଟ ହୋଇଛନ୍ତି ଏମାନଙ୍କୁ ମିଶାଇଲେ ଗତ 24 ଘଣ୍ଟା ମଧ୍ୟରେ ଦେଶର ଶତକଡା 56 ଭାଗ ରୋଗୀ ଉପରୋକ୍ତ 5ଟି ରାଜ୍ୟରୁ ଆସିଛନ୍ତି ସେହିପରି ଏହି 5ଟି ରାଜ୍ୟରୁ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି ଏହା ମୋଟ ଆରୋଗ୍ୟ ସଂଖ୍ୟାର 58.04 ପ୍ରତିଶତ ବୋଲି ଜଣାପଡିଛି ମହାରାଷ୍ଟ୍ରରେ 11,158 ଜଣ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ 8,772, କର୍ଣ୍ଣାଟକରେ 7,238, ତାମିଲନାଡୁରେ 6,008 ଉତ୍ତରପ୍ରଦେଶରେ 4,597 ଜଣ କାରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 819 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉପରୋକ୍ତ 5ଟି ରାଜ୍ୟରୁ 536 ଜଣଙ୍କର ମୃତ୍ୟୁ ହୋଇଛି ଅର୍ଥାତ ଦେଶର ମୋଟ ମୃତ୍ୟୁହାରର 65.40 ପ୍ରତିଶତ ମହାରାଷ୍ଟ୍ରରେ 184 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କରନାଟକରେ 113, ତାମିଲନାଡୁରେ 91, ଆନ୍ଧ୍ରପ୍ରଦେଶରେ 85 ଏବଂ ଉତ୍ତରପ୍ରଦେଶରେ 63 ଜଣଙ୍କର ମୃତ୍ୟୁ ହୋଇଛି

ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 



(Release ID: 1650474) Visitor Counter : 218