ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ 7ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ

प्रविष्टि तिथि: 31 AUG 2020 7:27PM by PIB Bhubaneshwar

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କର ନୂଆଦିଲ୍ଲୀସ୍ଥିତ ଆର୍ମୀ ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ଠାରେ ଦୁଃଖଦ ବିୟୋଗରେ ଭାରତ ସରକାରଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି

ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସାରା ଦେଶରେ 31.8.2020 ଠାରୁ 06.09.2020 ପର୍ଯ୍ୟନ୍ତ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ସମୟରେ ସାରା ଭାରତରେ ନିୟମିତ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବା ଅଟ୍ଟାଳିକାଗୁଡ଼ିକରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହିତ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ

ରାଷ୍ଟ୍ରୀୟ ଶୋକ ପାଳନର ତାରିଖ, ସମୟ ଏବଂ ସ୍ଥାନ ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବ

 

********


(रिलीज़ आईडी: 1650141) आगंतुक पटल : 317
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada