ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ଦୈନିକ ନମୁନା ପରୀକ୍ଷା ହାରାହାରି 8 ଲକ୍ଷ

• ବର୍ତ୍ତମାନ ନିୟୁତ ପିଛା ପରୀକ୍ଷଣ ସଂଖ୍ୟା 27,000ରୁ ଅଧିକ

Posted On: 26 AUG 2020 2:26PM by PIB Bhubaneshwar

ସମୟୋଚିତ ତଥା ବ୍ୟାପକ ପରୀକ୍ଷଣ ମାଧ୍ୟମରେ ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭାରତର ରଣନୀତି ଯଥେଷ୍ଟ ସଫଳ ହୋଇଛି କେନ୍ଦ୍ରର ନେତୃତ୍ୱାଧୀନ ନୀତିପରୀକ୍ଷା-ଚିହ୍ନଟ-ଚିକିତ୍ସାଅନୁସରଣ କରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରୟାସରେ ଭାରତ ଦିନକୁ 10 ଲକ୍ଷ ପରୀକ୍ଷଣକୁ ଛୁଇଁବାରେ ସମର୍ଥ ହୋଇଛି

ଗତ 7 ଦିନର ହାରାହାରି ପରିକ୍ଷଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ରଣନୀତି ବେଶ ସଫଳ ପ୍ରମାଣିତ ହୋଇଛି । ଆଜିସୁଦ୍ଧା ହୋଇଥିବା ମୋଟ ପରୀକ୍ଷଣ 3,76,51,512ରେ ପହଞ୍ଚିଛିଗତ 24 ଘଣ୍ଟା ମଧ୍ୟରେ 8,23,992 ପରୀକ୍ଷା କରାଯାଇଥିଲାସଅଳ ଚିହ୍ନଟ ଯୋଗୁଁ ଏହି ସଂଖ୍ୟକ ପରୀକ୍ଷା ସମ୍ଭବ ହୋଇପାରିଛି । ଶୀଘ୍ର ରୋଗ ନିରୂପଣ ଯୋଗୁଁ ସଂକ୍ରମିତ ରୋଗୀଙ୍କୁ ଯଥାସମ୍ଭବ ହସ୍ପିଟାଲରେ ଭର୍ତ୍ତି କରାଯାଇପାରୁଛି । ଏହାଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି ।

ରୋଗନିରୂପଣକାରୀ ପରୀକ୍ଷାଗାରର ବୃଦ୍ଧି ଯୋଗୁଁ ବ୍ୟାପକ ପରୀକ୍ଷା ସମ୍ଭବ ହୋଇପାରିଛି ସେଦୃଷ୍ଟିରୁ ସଫଳତାର ଫଳ ସ୍ୱରୂପ ଏକ ନିୟୁତ ଜନସଂଖ୍ୟାରେ ନମୁନା ପରୀକ୍ଷଣ 27,284କୁ ବୃଦ୍ଧି ପାଇଛି ଏହି ଧାରା ଅବ୍ୟାହତ ରହିଛି ।

ପରୀକ୍ଷାଗାରଗୁଡିକର ସଂପ୍ରସାରଣ ଯୋଗୁଁ ଦେଶରେ ପରୀକ୍ଷା ସୁବିଧା ଅଧିକ ସହଜ ହୋଇଛି 992ଟି ସରକାରୀ ଓ 548ଟି ଘରୋଇ ପରୀକ୍ଷାଗାର ସମେତ ମୋଟ 1540ଟି ପରୀକ୍ଷାଗାରରେ ଏହି ନମୁନା ପରୀକ୍ଷା କରାଯାଉଛି

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 

 

 



(Release ID: 1648820) Visitor Counter : 179