ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ସଂକ୍ରମିତଙ୍କ ମୃତ୍ୟୁହାର ଏପ୍ରିଲ ତୁଳନାରେ ଏବେ ସର୍ବନିମ୍ନ 2.23 ପ୍ରତିଶତରେ ପହଞ୍ଚିଛି

• ମୋଟ ଆରୋଗ୍ୟଙ୍କ ସଂଖ୍ୟା 10 ଲକ୍ଷ ପାଖାପାଖି
• 24 ଘଣ୍ଟାରେ 35 ହଜାର ସୁସ୍ଥ

Posted On: 29 JUL 2020 3:37PM by PIB Bhubaneshwar

କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡିକ ପକ୍ଷରୁ ଗ୍ରହଣ କରାଯାଇଥିବା ସମନ୍ୱିତ ପରୀକ୍ଷା, ଚିହ୍ନଟ, ଚିକିତ୍ସାରଣନୀତି ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ୍‌ ରହିଛି । ଏହି ହାର ମଧ୍ୟ ନିରନ୍ତର କମିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ବ୍ୟାପକଭାବେ ଲୋକଙ୍କ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ସହ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବା ଫଳରେ ଗତ ଏପ୍ରିଲଠାରୁ ଆକ୍ରାନ୍ତଙ୍କ ମୃତ୍ୟୁହାର ନିରନ୍ତର ହ୍ରାସ ପାଉଛି । ଏବେ ଏହା 2.23 ଶତାଂଶରେ ପହଞ୍ଚିଛି । ସରକାରୀଭାବେ ମିଳିଥିବା ତଥ୍ୟ ଅନୁସାରେ ମୋଟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା 10 ଲକ୍ଷ ଛୁଇଁବାକୁ ଯାଉଛି ଏବଂ ଗତ 24 ଘଣ୍ଟା ମଧ୍ୟରେ 35 ହଜାର ସୁସ୍ଥ ହୋଇଛନ୍ତି । କରୋନା ମୃତ୍ୟୁହାରକୁ ଦେଖିଲେ ବର୍ତ୍ତମାନର ଏହି 2.23 ଶତାଂଶ ଗତ ଏପ୍ରିଲ ତୁଳନାରେ ସର୍ବନିମ୍ନ ।

ରୋଗ ନିୟନ୍ତ୍ରଣ ରଣନୀତି, ଚିକିତ୍ସା ସୁବିଧା, ରୋଗୀଙ୍କ ଯତ୍ନ ଓ ସେବା  ବ୍ୟବସ୍ଥା ଏବଂ ହସ୍‌ପିଟାଲ ପରିଚାଳନା ମାନରେ ଉନ୍ନତି ଆଦି ପଦକ୍ଷେପ ଅଧିକରୁ ଅଧିକ ସଂଖ୍ୟକ ସଂକ୍ରମିତ ସୁସ୍ଥ ହେବାର ପ୍ରମୁଖ କାରଣ । କ୍ରମାଗତ ଷଷ୍ଠ ଦିନ ପାଇଁ 30 ହଜାର କରୋନା ଆକ୍ରାନ୍ତ ଗୋଟିଏ ଦିନରେ ସାରା ଦେଶରେ ସୁସ୍ଥ ହୋଇଛନ୍ତି । ଆଜିସୁଦ୍ଧା ପ୍ରାୟ 10 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଗତ 24 ଘଣ୍ଟା ମଧ୍ୟରେ ମୋଟ 35,286 ରୋଗୀ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ମୋଟ ରୋଗମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା 9 ଲକ୍ଷ 88 ହଜାର 029ରେ ପହଞ୍ଚିଛି । ଏହାଫଳରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟଲାଭ ସଂଖ୍ୟା 64.51 ଶତାଂଶରେ ପହଞ୍ଚିଛି ଯାହା ଏ କ୍ଷେତ୍ରରେ ସର୍ବାଧିକ ।

 

**********



(Release ID: 1642131) Visitor Counter : 241