ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥାର ପ୍ରତିନିଧିମାନଙ୍କ ସହ କରିବେ ଆଲୋଚନା

Posted On: 28 JUL 2020 5:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସନ୍ଧ୍ୟାରେ ଆର୍ଥିକ ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ସଂପର୍କରେ ବିଭିନ୍ନ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାର ପ୍ରତିନିଧି ତଥା ସଂପୃକ୍ତ ପକ୍ଷଙ୍କ ସହ ଆଲୋଚନା କରିବେ । ଏଥିରେ ବିଭିନ୍ନ ଋଣ ଯୋଗାଣ ବ୍ୟବସ୍ଥା, ଦକ୍ଷ ଓ ଆଦର୍ଶ ସେବା ଯୋଗାଣ ପଦ୍ଧତି, ଟେକ୍‌ନୋଲଜି ସହାୟତାରେ ଆର୍ଥିକ ସଶକ୍ତୀକରଣ, ଆର୍ଥିକ ସ୍ଥିରତା ନିମନ୍ତେ ବିଚାରବନ୍ତ ନୀତି ପ୍ରଣୟନ ତଥା ବିତ୍ତୀୟ କ୍ଷେତ୍ରର ସ୍ଥିରତା ଓ ନିରନ୍ତରତା ରକ୍ଷା ଉପରେ ଏଥିରେ ଆଲୋଚନା ହେବ ।

ବ୍ୟାଙ୍କ ଉଦ୍ୟୋଗ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଭିତ୍ତିଭୂମି ନିର୍ମାଣ ପାଇଁ ଅର୍ଥ ଯୋଗାଇବା ସହିତ କୃଷି, ସ୍ଥାନୀୟ ଉତ୍ପାଦକ ଓ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗକୁ ମଧ୍ୟ ଋଣ ସୁବିଧା ଯୋଗାଇଥାଏ । ଟେକ୍‌ନୋଲଜି ସହାୟତାରେ ଆର୍ଥିକ ସବଳୀକରଣ ବିତ୍ତୀୟ ସମାବେଶୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଏହି ବୈଠକରେ ମଧ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ ।

 

**********



(Release ID: 1641874) Visitor Counter : 190