ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ପ୍ରକୃତ କୋଭିଡ-19 ରୋଗୀଙ୍କ ସଂଖ୍ୟା 3.42 ଲକ୍ଷ

• ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ 6.35 ଲକ୍ଷରେ ପହଞ୍ଚିଛି
• ଶତକଡା 1 ଭାଗରୁ କମ ଭେଣ୍ଟିଲେଟରରେ ଥିବା ବେଳେ ଶତକଡା 2 ଭାଗରୁ କମ ସଂକ୍ରମିତ ଆଇସିୟୁ ଓ ଶତକଡା 3 ଭାଗରୁ କମ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଛନ୍ତି

Posted On: 17 JUL 2020 2:34PM by PIB Bhubaneshwar

ଆଜିସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା 3,42,756 ଏପର୍ଯ୍ୟନ୍ତ 6.35 ଲକ୍ଷ ବା ଶତକଡା 63.33 ଭାଗ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି

ଭାରତ ପୃଥିବୀର ଦ୍ଵିତୀୟ ସର୍ବାଧିକ ଜନବହୁଳ ଦେଶ  ଓ ଏହାର ଲୋକସଂଖ୍ୟା 135 କୋଟି । ସେ ଦୃଷ୍ଟିରୁ ଆକ୍ରାନ୍ତଙ୍କ ସଂଖ୍ୟା 1 ନିୟୁତରେ 727.4 । ପୃଥିବୀର ଅନ୍ୟ ଦେଶ ବିଶେଷକରି ୟୁରୋପୀୟ ଦେଶ ତୁଳନାରେ ଏହା 4 ରୁ 8 ଗୁଣ କମ ।

ଦେଶରେ 1 ନିୟୁତରେ ମୃତ୍ୟୁ ହାର 18.6 ଯାହାକି ବିଶ୍ଵରେ ସବୁଠାରୁ କମ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଚଳା ଯାଉଥିବା ମିଳିତ ଅଭିଯାନରେ ଘରକୁ ଘର ସର୍ଭେ, ଆକ୍ରାନ୍ତ ଚିହ୍ନଟ, ଆବଦ୍ଧ ଓ ବଫର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର, ନମୁନା ପରୀକ୍ଷଣ ସଂଖ୍ୟା ବୃଦ୍ଧି ଓ ସମୟୋପଯୋଗୀ ନିଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ଅତି କମ ଲକ୍ଷଣ, କମ ଲକ୍ଷଣ ଓ ଖୁବ ବେଶୀ ଲକ୍ଷଣ ଭଳି ତିନୋଟି ଶ୍ରେଣୀରେ ରୋଗୀମାନଙ୍କୁ ବିଭକ୍ତ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିୟମାବଳୀ ଅନୁସାରେ ଚିକିତ୍ସା କାର୍ଯ୍ୟ ଜାରି ରହିଛିଶତକଡା 80 ଭାଗ ଲକ୍ଷଣ ବିହୀନ ଓ ଅତି କମ  ଲକ୍ଷଣ ଥିବା ରୋଗୀମାନଙ୍କୁ ଘରୋଇ ଏକାନ୍ତବାସରେ ରହି ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯାଉଛି । ସ୍ୱଳ୍ପ ଲକ୍ଷଣ ଓ ଅଧିକ ଲକ୍ଷଣ ଥିବା ରୋଗୀମାନଙ୍କୁ କୋଭିଡ ଗୃହ ବା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅତି ଅଳ୍ପ ଏବଂ ଲକ୍ଷଣ ବିହୀନ ରୋଗୀମାନଙ୍କ ଘରେ ରହି ଚିକିତ୍ସିତ ହେଉଥିବାରୁ ହସ୍ପିଟାଲ ଉପରେ ଆଉ ସେମାନେ ବୋଝ ହେଉନାହାନ୍ତି । ଏହାଦ୍ଵାରା ସ୍ୱଳ୍ପ ଓ ଅତ୍ୟଧିକ ଲକ୍ଷଣ ଥିବା ରୋଗୀମାନଙ୍କ ଚିକିତ୍ସା ପ୍ରତି ଅଧିକ ଧ୍ୟାନ ଦିଆଯାଇପାରୁଛି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଶତକଡା 1.94ରୁ ମଧ୍ୟ କମ ମାମଲା ଆଇସିୟୁରେ ଥିବା ବେଳେ 0.35 ମାମଲା ଭେଣ୍ଟିଲେଟର ଓ 2.81 ଭାଗ ମାମଲା ଅମ୍ଳଜାନ ସହାୟକ ଶଯ୍ୟା ଜରିଆରେ ଚିକିତ୍ସା କରାଯାଉଛି ।

ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ଗୁଣାତ୍ମକ ଉପଚାର ପାଇଁ ଦେଶରେ ସମସ୍ତ ପଦକ୍ଷେପ ନିଆଯାଇଛି । ଏହି ମିଳିତ ଉଦ୍ୟମ ଯୋଗୁଁ ଆଜି କୋଭିଡ-19 ହସ୍ପିଟାଲ ଭିତ୍ତିଭୂମି ମଧ୍ୟ ସୁଦୃଢ ହୋଇପାରିଛି । ଦେଶରେ 1383ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ରହିଥିବା ବେଳେ 3107ଟି ସ୍ଵାସ୍ଥ୍ୟସେବା କେନ୍ଦ୍ର ଓ 10,382ଟି କୋଭିଡ ସୁଧାର ଗୃହ ରହିଛି । ଏସମସ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ମୋଟ 46,673 ଆଇସିୟୁ ଶଯ୍ୟା, 21,848 ଭେଣ୍ଟିଲେଟର ଉପଲବ୍ଧ ଅଛି । ଏନ-95 ମାସ୍କ ଏବଂ ପିପିଇ କିଟ୍ସର କୌଣସି ଅଭାବ ନାହିଁ । କେନ୍ଦ୍ର 235.58 ଲକ୍ଷ ଏନ-95 ମାସ୍କ ଏବଂ 124.26 ଲକ୍ଷ ପିପିଇ କିଟ୍ସ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଯୋଗାଇ ଦିଆଯାଇଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

     

 



(Release ID: 1639398) Visitor Counter : 237