ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 15 JUL 2020 12:04PM by PIB Bhubaneshwar

ନମସ୍କାର!

ମୋର ଯୁବ ସାଥୀଗଣଙ୍କୁ ବିଶ୍ୱ ଯୁବ ଦକ୍ଷତା ଦିବସ ପାଇଁ ଅନେକ ଅନେକ  ଶୁଭକାମନା

ଆଜିକାର ଦିନ ଆପଣମାନଙ୍କର ଦକ୍ଷତା, ଆପଣଙ୍କର କୌଶଳ ପ୍ରତି ସମର୍ପିତ ଏକବିଂଶ ଶତାବ୍ଦୀର ଯୁବକଙ୍କର, ନୂଆ ପିଢ଼ିର ଯଦି ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ଦକ୍ଷତା, କୌଶଳକୁ ଗ୍ରହଣ କରିପାରିବାର ସେମାନଙ୍କର ସାମର୍ଥ୍ୟ

ସାଥୀଗଣ,

କରୋନାର ଏହି ସଙ୍କଟ ସମୟରେ ବିଶ୍ୱ–ସଂସ୍କୃତି ସହିତ ଚାକିରିର ପ୍ରକୃତିକୁ ମଧ୍ୟ ବଦଳାଇ ଦେଇଛି ପରିବର୍ତ୍ତିତ ନିତ୍ୟ ନୂତନ ପ୍ରଯୁକ୍ତି ମଧ୍ୟ ତା’ଉପରେ ପ୍ରଭାବ ସୃଷ୍ଟି କରିଛି ନୂତନ କର୍ମ-ସଂସ୍କୃତି ଏବଂ ନିଯୁକ୍ତିର ପ୍ରକ୍ରିୟାକୁ ଦେଖି, ଆମର ଯୁବକମାନେ ନୂଆ ନୂଆ କୌଶଳଗୁଡ଼ିକୁ ଦ୍ରୁତ ଗତିରେ ଆପଣାଉଛନ୍ତି

ଏମିତିରେ ସାଥୀଗଣ,

ବହୁଲୋକ ମୋତେ ପଚାରୁଛନ୍ତି, ବର୍ତ୍ତମାନ ସମୟରେ ବ୍ୟବସାୟ ଏବଂ ବଜାର ଏତେ ଦ୍ରୁତ ଗତିରେ ବଦଳୁଛି ଯେ ବୁଝା ପଡ଼ୁନାହିଁ କିଭଳି ଭାବେ ପରିବର୍ତ୍ତନ ସହିତ ତାଳ ଦେଇ ହେବ କରୋନା ସମୟରେ ତ’ ଏହି ପ୍ରଶ୍ନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି

ସାଥୀଗଣ,

ମୁଁ ଏହାର ଗୋଟିଏ ମାତ୍ର ଉତ୍ତର ଦେଉଛି ପ୍ରାସଙ୍ଗିକ ରହିବାର ମନ୍ତ୍ର ହେଉଛି- ଦକ୍ଷତା, ପୁନଃ-ଦକ୍ଷତା ଏବଂ ଉନ୍ନତଦକ୍ଷତା ଦକ୍ଷତାର ଅର୍ଥ ହେଉଛି, ଆପଣ କୌଣସି ନୂତନ କୌଶଳ ଶିଖନ୍ତୁ ଯେମିତିକି ଆପଣ ଏକ କାଠ ଖଣ୍ଡରୁ ଚୌକି ତିଆରି କରିବା ଶିଖିଲେ, ତ’ ଏହା ହେଲା ଆପଣଙ୍କର ଦକ୍ଷତା ଆପଣ କାଠର ସେହି ଖଣ୍ଡର ମୂଲ୍ୟକୁ ମଧ୍ୟ ବଢ଼ାଇ ପାରିଲେ ମୂଲ୍ୟଯୁକ୍ତ କରି ଦେଲେ କିନ୍ତୁ ଏହି ମୂଲ୍ୟ ବଜାୟ ରହୁ, ଏଥିପାଇଁ ନୂତନ ଡିଜାଇନ, ନୂତନ ଷ୍ଟାଇଲ, ଅର୍ଥାତ ପ୍ରତ୍ୟେକ ଦିନ କିଛି ନୂଆ କଥା ଯୋଡ଼ିବାକୁ ପଡ଼ିଥାଏ ଏଥିପାଇଁ ନୂଆ ନୂଆ କିଛି ଶିକ୍ଷା କରିବାକୁ ପଡ଼ିଥାଏ ଆଉ କିଛି ନୂଆ ଶିଖି ଚାଲିବାର ଅର୍ଥ ହେଲା ପୁନଃ-ଦକ୍ଷତା, ଆମର ଯେଉଁ ଦକ୍ଷତା ରହିଛି, ତା’କୁ ଆହୁରି ବିସ୍ତାର କରିବା, ଯେପରି ଛୋଟମୋଟ ଆସବାବପତ୍ର ତିଆରି କରୁ କରୁ ଆପଣ ଆହୁରି କିଛି ମଧ୍ୟ ଶିଖି ଚାଲିଲେ, ସଂପୂର୍ଣ୍ଣ ଅଫିସ ଡିଜାଇନ୍‌ କରିବାକୁ ଲାଗିଲେ, ତ’ ତାହା ହୋଇଗଲା ଉନ୍ନତ ଦକ୍ଷତା ବା ଅପ୍-ସ୍କିଲ ସ୍କିଲ, ରି-ସ୍କିଲ ଏବଂ ଅପ୍-ସ୍କିଲର ଏହି ମନ୍ତ୍ରକୁ ଜାଣିବା, ବୁଝିବା ପାଳନ କରିବା, ଆମ ସମସ୍ତଙ୍କ ଜୀବନରେ ଖୁବ ଗୁରୁତ୍ୱପୂର୍ଣ୍ଣ

ଏମିତିରେ ଯେତେବେଳେ ମୁଁ ଦକ୍ଷତା କଥା କହୁଛି ତ’ ମୋତେ ମୋର ଜଣେ ପୁରୁଣା ଚିହ୍ନା ଲୋକଙ୍କ କଥା ସବୁବେଳେ ମନେପଡ଼େ ତାଙ୍କ ସହିତ ମୋର ସିଧାସଳଖ ପରିଚୟ ନଥିଲା, କିନ୍ତୁ ଆମ ଦୁଇଜଣଙ୍କୁ ଜାଣିଥିବା ଜଣେ ଭଦ୍ରବ୍ୟକ୍ତି ସବୁବେଳେ କହୁଥିଲେ ସେ ତାଙ୍କର କୌଣସି ପରିଚିତ ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ସେ ଅଧିକ ପଢ଼ାଲେଖା ଜାଣିଥିବା ବ୍ୟକ୍ତି ଥିଲେ, କିନ୍ତୁ ତାଙ୍କର ହସ୍ତାକ୍ଷର ବହୁତ ସୁନ୍ଦର ଥିଲା ସମୟ ଅତିକ୍ରାନ୍ତ ହେବା ସହିତ ସେ ତାଙ୍କର ହସ୍ତାକ୍ଷରରେ ଆହୁରି କିଛି ଷ୍ଟାଇଲ ଯୋଡ଼ି ଦେଇଥିଲେ ଅର୍ଥାତ ନିଜକୁ ରି-ସ୍କିଲ କଲେ ତାଙ୍କର ଏହି ରି-ସ୍କିଲକୁ ଦେଖି ଲୋକ ଆପେ ଆପେ ତାଙ୍କ ନିକଟକୁ ଯାଇ ପହଞ୍ଚିବାକୁ ଲାଗିଲେ ଲୋକ ତାଙ୍କୁ କହୁଥିଲେ କି ଆମ ଘରେ ଏଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବାକୁ ଅଛି, ତ ନିମନ୍ତ୍ରଣ ପତ୍ରରେ ନାମ ଇତ୍ୟାଦି ଲେଖିବାର କାର୍ଯ୍ୟ ଆପଣ ହିଁ କରନ୍ତୁ ପରେ ସେ ନିଜକୁ ରି-ସ୍କିଲ କଲେ, ଅପ୍-ସ୍କିଲ କଲେ ସେ ଆହୁରି କିଛି ଭାଷାରେ ଲେଖିବାକୁ ଆରମ୍ଭ କଲେ, ଆହୁରି କିଛି ଭାଷା ଶିକ୍ଷା ଲାଭ କଲେ ଆଉ ଏହିଭଳି ଭାବେ, ଗୋଟିଏ ପ୍ରକାରରେ ତାଙ୍କର ବ୍ୟବସାୟ ବଢ଼ି ଚାଲିଲା ବସି ବସି ତାଙ୍କ ପାଖକୁ ଲୋକମାନେ କାମ ନେଇ ଆସିଲେ ସଉକ ଥିବା ଗୋଟିଏ କଳା, ରୋଜଗାର ସମ୍ମାନର ମାଧ୍ୟମ ହୋଇପାରିଲା

ବନ୍ଧୁଗଣ,

ଦକ୍ଷତା ଏପରି ଏକ ଜିନିଷ, ଯାହା ଆମେ ନିଜକୁ ଉପହାର ସ୍ୱରୂପ ଦେଇଥାଉ, ଯାହାକି ଅଭିଜ୍ଞତା ସହିତ ବଢ଼ିଚାଲିଥାଏ ଦକ୍ଷତା ସମୟସାପେକ୍ଷ, ସମୟ ସହିତ ଏହା ଧୀରେ ଧୀରେ ଉନ୍ନତମାନର ହୋଇଥାଏ ଦକ୍ଷତା ସ୍ୱତନ୍ତ୍ର, ଏହା ଆପଣଙ୍କୁ ଅନ୍ୟଠାରୁ ଭିନ୍ନ ବା ସ୍ୱତନ୍ତ୍ର କରିଥାଏ ଦକ୍ଷତା ହେଉଛି ଏପରି ଏକ ସମ୍ପତ୍ତି ଯାହାକୁ ଆପଣଙ୍କଠାରୁ ଅନ୍ୟ କେହି ଛଡ଼ାଇ ନେଇ ପାରିବ ନାହିଁ ଆହୁରି ଦକ୍ଷତା ଆତ୍ମନିର୍ଭରଶୀଳ, ଏହା ଜଣଙ୍କୁ କେବଳ ରୋଜଗାରକ୍ଷମ କରି ନଥାଏ, ବରଂ ସ୍ୱରୋଜଗାରକ୍ଷମ କରିଥାଏ ଦକ୍ଷତାର ଶକ୍ତି ରହିଛି, ମଣିଷର ଉତ୍ତୋରୋତ୍ତର ଉନ୍ନତି କରିଥାଏ

ସାଥୀଗଣ,

ଜଣେ ସଫଳ ବ୍ୟକ୍ତିର ସବୁଠୁ ବଡ଼ ଗୁଣ ହେଉଛି ସେ ନିଜର ଦକ୍ଷତାକୁ ବୃଦ୍ଧି କରିବାର କୌଣସି ଗୋଟିଏ ସୁଯୋଗକୁ ହାତଛଡ଼ା କରି ନଥାଏ ଖାଲି ସେତିକି ନୁହେଁ, ସୁଯୋଗ ଖୋଜି ଚାଲିଥାଏ ଦକ୍ଷତା ପ୍ରତି ଯଦି ଆପଣଙ୍କର ଆକର୍ଷଣ ହିଁ ନାହିଁ, କିଛି ନୂତନ କଥା ଶିଖିବାର ଲାଳସା ନାହିଁ, ତ ଜୀବନ ସ୍ଥିର ହୋଇଯାଇଥାଏ ଏକପ୍ରକାର ପ୍ରତିବନ୍ଧକ ଅନୁଭବ ହୋଇଥାଏ ବ୍ୟକ୍ତି ନିଜର ବ୍ୟକ୍ତିତ୍ୱକୁ, ନିଜର ପର୍ସନାଲିଟିକୁ ହିଁ ଗୋଟିଏ ବୋଝ ବୋଲି ଭାବି ନେଇଥାଏ ଆଉ ନିଜ ପାଇଁ ନୁହେଁ, ନିଜର ପରିଜନମାନଙ୍କ ପାଇଁ ମଧ୍ୟ ବୋଝ ହୋଇ ଯାଇଥାଏ ଅନ୍ୟ ପ୍ରକାରରେ ଦକ୍ଷତା ପ୍ରତି ଆକର୍ଷଣ, ବଞ୍ଚିବା ପାଇଁ ଶକ୍ତି ପ୍ରଦାନ କରିଥାଏ, ବଞ୍ଚିବା ପାଇଁ ଉତ୍ସାହ ପ୍ରଦାନ କରିଥାଏ ଦକ୍ଷତା କେବଳ ଆୟ କିମ୍ବା ଅର୍ଥ ରୋଜଗାର କରିବାର ମାଧ୍ୟମ ନୁହେଁ ଜୀବନରେ ଉତ୍ସାହ ଆବଶ୍ୟକ, ବଞ୍ଚିବା ପାଇଁ ଜିଦ୍ ଆବଶ୍ୟକ, ଏପରି ସ୍ଥିତିରେ ଦକ୍ଷତା ଆମର ପରିଚାଳକ ଶକ୍ତି ହୋଇଥାଏ, ଆମ ପାଇଁ ନୂତନ ପ୍ରେରଣା ନେଇ ଆସିଥାଏ ଇନ୍ଧନ ଭାବେ କାମ କରିଥାଏ ଯୁବାବସ୍ଥା ହେଉ ଅଥବା ବୃଦ୍ଧାବସ୍ଥା, ନୂଆ-ନୂଆ ଦକ୍ଷତା ଶିଖିଲେ ଜୀବନ ପ୍ରତି କେବେହେଲେ ଉତ୍ସାହ କମି ନଥାଏ

ସାଥୀଗଣ,

ଦକ୍ଷତାର ଶକ୍ତି କିଭଳି ହୋଇଥାଏ, ଏହା ସହିତ ଜଡ଼ିତ ପ୍ରତ୍ୟେକଙ୍କର କିଛି ନା କିଛି ଅନୁଭବ ରହିଥିବ ମୁଁ ମଧ୍ୟ ଆଜି, ଆପଣଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଗୋଟିଏ ପୁରୁଣା କଥା ମୋର ମନେ ପଡ଼ିଯାଉଛି ମୁଁ ଯୁବାବସ୍ଥାରେ ଆଦିବାସୀ ଅଞ୍ଚଳରେ ଜଣେ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲି କିଛି ସଂସ୍ଥା ସହିତ ମିଶି ମୁଁ କାମ କରିଥିଲି ଥରେ ଏକ ସଂସ୍ଥାର କର୍ମକର୍ତ୍ତାମାନଙ୍କ ସହିତ ବାହାରକୁ ଯିବାର ଥିଲା ସେମାନଙ୍କର ଜିପରେ ଆମକୁ ଯିବାର ଥିଲା ସକାଳୁ ଜିପ୍ ବାହାରିବା ବେଳେ ଚାଲିଲା ନାହିଁ ଜଙ୍ଗଲରେ ବୁଲୁଥିବା ଜିପଟି ଖରାପ ହେବାରେ ହିଁ ଥିଲା ସମସ୍ତେ ଲାଗି ପଡ଼ିଲେ, ବେଶ କିଛି ଚେଷ୍ଟା କଲେ, ଧକ୍କା ମାରିଲେ, ସବୁକିଛି କଲେ, କିନ୍ତୁ ଗାଡ଼ି ଚାଲିଲା ନାହିଁ ସକାଳ 7-8ଟା ବାଜିବା ବେଳକୁ କେହି ଜଣେ ମେକାନିକଙ୍କୁ ଡାକି ଆଣିଲେ ସେ ଆସି କିଛି ଏପଟ-ସେପଟ କଲେ ଏବଂ ଦୁଇ ମିନିଟରେ ଜିପ ଠିକ୍ କରିଦେଲେ ଆମେ ତାଙ୍କୁ ପଚାରିଲୁ, କେତେ ପଇସା ନେବେ? ସେ କହିଲେ 20ଟଙ୍କା ସେସମୟରେ 20 ଟଙ୍କାର ମୂଲ୍ୟ ଖୁବ ବେଶୀ ଥିଲା କିନ୍ତୁ ଆମର ଜଣେ ସାଥୀ କହିଲେ, ଆରେ ସାଙ୍ଗ 2 ମିନିଟର କାମ ଆଉ ତୁମେ 20ଟଙ୍କା ମାଗୁଛ ତାଙ୍କର ଉତ୍ତର ଆଜି ମଧ୍ୟ ମୋତେ ପ୍ରେରଣା ପ୍ରଦାନ କରିଥାଏ, ମୋ ମନରେ ପ୍ରଭାବ ସୃଷ୍ଟି କରିଥାଏ ସେହି ଅପାଠୁଆ ମେକାନିକ ଜଣଙ୍କ କହିଥିଲେ, ସାହେବ ମୁଁ 2 ମିନିଟ ପାଇଁ 20 ଟଙ୍କା ନେଉ ନାହିଁ, 20 ବର୍ଷ ଧରି କାମ କରି କରି ମୁଁ ଯେଉଁ ଦକ୍ଷତା ହାସଲ କରିଛି, ଯେଉଁ ଅଭିଜ୍ଞତା ହାସଲ କରିଛି, ଏ 20 ଟଙ୍କା ସେଥିପାଇଁ ମୁଁ ବୁଝିଛି, ଏହା ଦକ୍ଷତାର ଶକ୍ତି ଦକ୍ଷତା କେବଳ ଆପଣମାନଙ୍କର କାର୍ଯ୍ୟ ନୁହେଁ, ଏହା ଆପଣଙ୍କର ପ୍ରତିଭା, ପ୍ରଭାବର ବାହକ ସାଜିଥାଏ

ସାଥୀଗଣ,

ଏଠାରେ ଆହୁରି ଗୋଟିଏ କଥା ବୁଝିବା ଗୁରୁତ୍ୱପୂର୍ଣ୍ଣ କିଛି ଲୋକ ଜ୍ଞାନ ଏବଂ ଦକ୍ଷତାକୁ ନେଇ ସର୍ବଦା ଦ୍ୱନ୍ଦ୍ବ ମଧ୍ୟରେ ରୁହନ୍ତି, କିମ୍ବା ଦ୍ୱନ୍ଦ୍ବ ସୃଷ୍ଟି କରନ୍ତି ଏଭଳି ଲୋକମାନଙ୍କୁ ମୁଁ ସର୍ବଦା ଗୋଟିଏ ଛୋଟ ଉଦାହରଣ ଦେଇଥାଏ ଆପଣମାନେ ବହିରେ ପଢ଼ିପାରନ୍ତି, ୟୁ-ଟ୍ୟୁବରେ ଭିଡିଓ ଦେଖିପାରନ୍ତି ଯେ ସାଇକେଲ କିପରି ଚଲାଯାଏ ସାଇକେଲରେ କିପରି ବସିବାକୁ ହୁଏ, ସାଇକେଲ କିପରି ହୋଇଥାଏ, କେଉଁ ଅଂଶ କ’ଣ କାମ କରିଥାଏ, କେଉଁଠି ହ୍ୟାଣ୍ଡେଲ ଧରିବାକୁ ହେବ, କେଉଁଠି ବ୍ରେକ୍ ଦେବାକୁ ପଡ଼ିବ, ସବୁ ସେଇଥିରେ, ଆପଣମାନଙ୍କୁ ଭିଡିଓରେ ମଧ୍ୟ ଦେଖାଯିବ ଏସବୁ ହେଉଛି ଜ୍ଞାନ ଆପଣଙ୍କର ଜ୍ଞାନ ଅଛି, ତେଣୁ ସାଇକେଲ ଚଳେଇ ପାରିବେ, ଏପରି ଗ୍ୟାରେଣ୍ଟି ନାହିଁ କିନ୍ତୁ ବାସ୍ତବରେ, ଯେତେବେଳେ ସାଇକେଲ ଚଲାଇବାକୁ ପଡ଼ିଥାଏ, ଦକ୍ଷତା ବା ସ୍କିଲର ଆବଶ୍ୟକ ପଡ଼ିଥାଏ ଆପଣଙ୍କୁ ନିଜକୁ ହିଁ ଏହା ଧୀରେ ଧୀରେ ଆସିଥାଏ ପରେ ଆପଣ ନିଜେ ଇଚ୍ଛାମୁତାବକ ସାଇକେଲ ଚଲାଇ ପାରିଥାନ୍ତି ଚଲାଇ ଚାଲନ୍ତି, କୌଣସି ଅସୁବିଧା ହୋଇ ନଥାଏ ଯେମିତି ଆପଣ ଏହି କଳାକୁ ଆୟତ୍ତ କରି ନେଲେ, ପ୍ରତିଭା ଆସିଗଲା, ଆପଣଙ୍କୁ  ଆଉ ମୁଣ୍ଡ ଖର୍ଚ୍ଚ କରିବାକୁ ପଡ଼ି ନଥାଏ

ଶାସନରୁ ନେଇ ସମାଜ ପର୍ଯ୍ୟନ୍ତ ସମସ୍ତେ ଏହି ଫରକକୁ ବୁଝିବା ଅତ୍ୟନ୍ତ ଜରୁରି ଆଜି ଭାରତରେ ଜ୍ଞାନ ଏବଂ କୌଶଳ, ଦୁଇଟିଯାକରେ ଫରକ ରହିଛି, ଏହାକୁ ବୁଝି ହିଁ କାମ ହେଉଛି 5 ବର୍ଷ ପୂର୍ବେ, ଆଜିର ଦିନରେ ସ୍କିଲ ଇଣ୍ଡିଆ ମିଶନ ଏହି ଉଦ୍ଦେଶ୍ୟ ସହିତ ଆରମ୍ଭ କରାଯାଇଥିଲା ଲକ୍ଷ୍ୟ ଥିଲା- ଯୁବକଙ୍କୁ ଜ୍ଞାନ ସହିତ ଦକ୍ଷତା ମଧ୍ୟ ମିଳୁ, କୌଶଳ ମଧ୍ୟ ମିଳୁ ଏଥିପାଇଁ ସମଗ୍ର ଦେଶରେ ଶହ ଶହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରମାନ ଖୋଲାଗଲା  ଆଇଟିଆଇର ସଂଖ୍ୟା ବଢ଼ାଗଲା, ସେଥିରେ ଲକ୍ଷ ଲକ୍ଷ ନୂତନ ପଦ ସୃଷ୍ଟି କରାଗଲା ଏହି ସମୟ ମଧ୍ୟରେ 5 କୋଟିରୁ ଅଧିକ ଲୋକଙ୍କର ଦକ୍ଷତା ବିକାଶ କରାଯାଇ ସାରିଛି ଏହି ଅଭିଯାନ ନିରନ୍ତର ଭାବେ ଚାଲୁ ରହିଛି

ସାଥୀଗଣ,

ଦ୍ରୁତ ଗତିରେ ବଦଳୁଥିବା ଦୁନିଆରେ ଅନେକ କ୍ଷେତ୍ରରେ ଲକ୍ଷ-ଲକ୍ଷ କୁଶଳୀ ଲୋକଙ୍କର ଆବଶ୍ୟକତା ରହିଛି ବିଶେଷକରି ସ୍ୱାସ୍ଥ୍ୟସେବାରେ ବହୁତ ବଡ଼ ସମ୍ଭାବନା ସୃଷ୍ଟି ହୋଇଛି ଏହାକୁ ବୁଝି ଏବେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ସମଗ୍ର ବିଶ୍ୱରେ ସୃଷ୍ଟି ହେଉଥିବା ସୁଯୋଗଗୁଡ଼ିକର ମ୍ୟାପିଂ ଆରମ୍ଭ କରି ଦେଇଛି ଭାରତର ଯୁବକଙ୍କୁ ଅନ୍ୟ ଦେଶର ଆବଶ୍ୟକତା ସମ୍ପର୍କରେ ସଠିକ ଏବଂ ବାସ୍ତବ ତଥ୍ୟ ଜଣାପଡ଼ୁ କୌଣସି ଦେଶରେ, ସ୍ୱାସ୍ଥ୍ୟସେବାରେ ନୂତନ ପଥ ଉନ୍ମୁକ୍ତ ରହୁଛି କୌଣସି ଦେଶରେ, କେଉଁ ସେବା କ୍ଷେତ୍ରରେ, କେଉଁ ପ୍ରକାରର ଚାହିଦା ସୃଷ୍ଟି ହେଉଛି, ଏହାସହିତ ଜଡ଼ିତ ତଥ୍ୟ ଏବେ ଦ୍ରୁତ ଗତିରେ ଭାରତର ଯୁବକଙ୍କୁ ମିଳି ପାରିବ

ଉଦାହରଣ ଭାବେ ମର୍ଚ୍ଚାଣ୍ଟ ନାଭି କ୍ଷେତ୍ରକୁ ଦେଖିଲେ, ଭାରତ ସମେତ ସମଗ୍ର ବିଶ୍ୱରେ ନାବିକଙ୍କର ବହୁତ ଆବଶ୍ୟକତା ରହିଛି ଆମର ସାଢ଼େ ସାତ ହଜାର କିମି ଦୀର୍ଘ ସମୁଦ୍ର ଉପକୂଳ ରହିଛି ବ୍ୟାପକ ସଂଖ୍ୟାରେ ଆମର ଯୁବଗୋଷ୍ଠୀ ସମୁଦ୍ର ଏବଂ ଉପକୂଳ ପରିସ୍ଥିତି ସହିତ ପରିଚିତ ଏହି କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରାଗଲେ ସାରା ବିଶ୍ୱକୁ ଆମେ ଲକ୍ଷ ଲକ୍ଷ ଦକ୍ଷ ନାବିକ ଦେଇ ପାରିବା  ନିଜ ଦେଶର ଉପକୂଳ ଅର୍ଥବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରି ପାରିବା

ମ୍ୟାପିଂ କାରଣରୁ ଏବେ ଏହି ପ୍ରକାରର ତଥ୍ୟ ଦେବା କାର୍ଯ୍ୟ ଆହୁରି ସହଜ ହୋଇଯିବ ଏହାବ୍ୟତୀତ ଚାରି-ପାଞ୍ଚ ଦିନ ପୂର୍ବରୁ ଦେଶରେ ଶ୍ରମିକଙ୍କର ଦକ୍ଷତା ମ୍ୟାପିଂ କରିବାର ଏକ ପୋର୍ଟାଲର ଶୁଭାରମ୍ଭ କରାଯାଇଛି ଏହି ପୋର୍ଟାଲ କୁଶଳୀ ଲୋକମାନଙ୍କର, ଶ୍ରମିକମାନଙ୍କର ମ୍ୟାପିଂ ବା ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ଏହାଫଳରେ ନିଯୁକ୍ତଦାତା ଗୋଟିଏ କ୍ଲିକରେ ଦକ୍ଷ ପେସାଦାରଙ୍କ ଠାରେ ପହଞ୍ଚିପାରିବେ ବିଶେଷ କରି ନିକଟରେ ସହରରୁ ଗାଁକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ବିଶେଷ ସହାୟତା ମିଳିପାରିବ ଆପଣମାନେ ଦେଖିଥିବେ, ଗାଁରେ ପହଞ୍ଚିଥିବା ଲୋକମାନେ କିଭିଳ ଭାବେ ଏକ ବିଶେଷ ଦକ୍ଷତା ସହିତ ଗାଁର କାୟାକଳ୍ପ ବଦଳାଇବା କାମ ଆରମ୍ଭ କରି ଦେଇଛନ୍ତି କିଏ ସ୍କୁଲକୁ ରଙ୍ଗ କରୁଛି, ତ’ କିଏ ନୂତନ ଡିଜାଇନର ଘର ତିଆରି କରୁଛି ଛୋଟ-ବଡ଼ ପ୍ରତ୍ୟେକ ପ୍ରକାରର ଏହି ପ୍ରକାରର କୌଶଳ, ଆତ୍ମନିର୍ଭର ଭାରତର ମଧ୍ୟ ବହୁତ ବଡ଼ ଶକ୍ତି ହେବ

ମୁଁ ଦେଶର ଯୁବକମାନଙ୍କୁ, ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପୁଣି ଥରେ ଅନେକ ଅନେକ ଶୁଭକାମନା ଜଣାଉଛି

ଏବେ ବୈଶ୍ୱିକ ମହାମାରୀର ସମୟରେ ମୋର ଯାହା କର୍ତ୍ତବ୍ୟ, ମୁଁ ବାରମ୍ବାର ଗୋଟିଏ କଥାକୁ ଦୋହରାଉଛି କେବଳ ମୁଁ ଦୋହରାଇବି ନାହିଁ, ଆପଣ ମଧ୍ୟ ଦୋହରାନ୍ତୁ ତାହା କ’ଣ? ପ୍ରଥମେ ମୁଁ ଚାହିଁବି ଆପଣ ସୁସ୍ଥ ରୁହନ୍ତୁ ଦ୍ୱିତୀୟରେ 2 ଗଜର ଦୂରତା ପାଳନ କରି ଚାଲନ୍ତୁ, ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ, ଛେପ ପକାଇବା ଅଭ୍ୟାସ ଛାଡିବା ପାଇଁ ସମସ୍ତଙ୍କୁ ସଚେତନ କରୁଥା’ନ୍ତୁ ଯେଉଁ କାମ ପାଇଁ ଆଜି ଏକାଠି ହୋଇଛେ, ସେହି ମନ୍ତ୍ରକୁ ସର୍ବଦା ମନେ ରଖନ୍ତୁ ଯେତେ ପଢା-ଲେଖା ହୁଅନ୍ତୁ ବା ଡିଗ୍ରୀଧାରୀ ହୁଅନ୍ତୁ ନା କାହିଁକି, ନିରନ୍ତର ଦକ୍ଷତା ବୃଦ୍ଧି କରିଚାଲନ୍ତୁ ଲଗାତାର ଭାବେ ନୂଆ ନୂଆ ଦକ୍ଷତା ବା କୌଶଳ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ ଜୀବନ ଜିଇଁବାର ଆନନ୍ଦ ଆସିବ ଜୀବନରେ ନୂତନ ସୁଯୋଗ ପାଇବାର ଆନନ୍ଦ ଆସିବ ମୋର ବିଶ୍ୱାସ, ଆପଣ ନିଜ ହାତର ଶକ୍ତି, ନିଜ ଆଙ୍ଗୁଠିର ଶକ୍ତି, ନିଜ ହୃଦୟ ମସ୍ତିଷ୍କର ଶକ୍ତିରେ, ପ୍ରତିଭା ବଳରେ ଦକ୍ଷତାକୁ ଆହୁରି ବଢ଼ାଇବେ ନିଜର ଦେଶର ପ୍ରଗତିରେ ଯୋଗଦାନ ଦେବେ

ଅନେକ ଅନେକ ଧନ୍ୟବାଦ

ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା

 

********



(Release ID: 1638911) Visitor Counter : 185