ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲେହଠାରେ ଭାରତୀୟ ସେନା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 03 JUL 2020 5:50PM by PIB Bhubaneshwar

ଭାରତ ମାତା କୀଜୟ

ଭାରତ ମାତା କୀଜୟ

ସାଥୀଗଣ, ଆପଣମାନଙ୍କର ଏହି ସାହସ, ଆପଣମାନଙ୍କର ଶୌର୍ଯ୍ୟ ଏବଂ ମାଭାରତୀର ମାନ-ସମ୍ମାନ ରକ୍ଷା ଲାଗି ଆପଣମାନଙ୍କର ସମର୍ପଣ ଅତୁଳନୀୟ ଆପଣମାନଙ୍କ ସକ୍ରିୟତା ମଧ୍ୟ ବିଶ୍ୱରେ କାହାଠାରୁ କମ ନୁହେଁ ଯେଉଁ କଠିନ ପରିସ୍ଥିତିରେ, ଯେଉଁ ଉଚ୍ଚତାରେ ଆପଣମାନେ ମାଭାରତୀର ଢାଲ ହୋଇ ତା ରକ୍ଷା କରୁଛନ୍ତି, ତା ସେବା କରୁଛନ୍ତି, ତାହାର ମୁକାବିଲା ସାରା ବିଶ୍ୱରେ ମଧ୍ୟ କେହି କରିପାରିବେ ନାହିଁ

ଆପଣମାନଙ୍କ ସାହସ ସେହି ଉଚ୍ଚତାରୁ ମଧ୍ୟ ଉଚ୍ଚା ଯେଉଁଠି ଆପଣମାନେ ନିୟୋଜିତ ରହିଛନ୍ତି ଆପଣମାନେ ନିଶ୍ଚିତ ଭାବେ ସେହି ଘାଟୀ ଠାରୁ ମଧ୍ୟ କଠୋର ଯାହାକୁ ଦୈନନ୍ଦିନ ଆପଣମାନେ ନିଜ ପାଦରେ ମାପୁଛନ୍ତି ଆପଣମାନଙ୍କ ବାହୁ ଆପଣଙ୍କ ଚାରି ପାଖରେ ଥିବା ଚଟାଣ ଭଳି ମଜଭୁତ ଆପଣମାନଙ୍କ ଇଚ୍ଛାଶକ୍ତି ଆଖପାଖର ପର୍ବତ ଭଳି ଅଟଳ ଆଜି ଆପଣମାନଙ୍କ ଗହଣକୁ ଆସି ମୁଁ ଏହାକୁ ଅନୁଭବ କରିପାରୁଛି, ସାକ୍ଷାତ ନିଜ ଆଖିରେ ଦେଖିପାରୁଛି

ସାଥୀଗଣ, ଦେଶର ସୁରକ୍ଷା ଦାୟିତ୍ୱ ଆପଣମାନଙ୍କ ହାତରେ, ଆପଣମାନଙ୍କର ଦୃଢ଼ ମନୋବଳରେ ରହିଥିବାରୁ ଏକ ଅତୁଟ ବିଶ୍ୱାସ ରହିଛି କେବଳ ମୋର ନୁହେଁ, ସାରା ଦେଶର ଅତୁଟ ବିଶ୍ୱାସ ରହିଛି ଏବଂ ଦେଶ ନିଶ୍ଚିତରେ ମଧ୍ୟ ଅଛି ଆପଣ ଯେତେବେଳେ ସୀମାରେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ଏହି କଥା ପ୍ରତ୍ୟେକ ଦେଶବାସୀଙ୍କୁ ଦେଶ ପାଇଁ ଦିନରାତି କାମ କରିବା ଲାଗି ଅନୁପ୍ରାଣିତ କରୁଛି ଆତ୍ମନିର୍ଭର ଭାରତର ସଂକଳ୍ପ ଆପଣମାନଙ୍କ କାରଣରୁ, ଆପଣମାନଙ୍କର ତ୍ୟାଗ, ବଳିଦାନ, ପୁରୁଷାର୍ଥ କାରଣରୁ ଆହୁରି ମଜଭୁତ ହେଉଛି ଆହୁରି ଏବେ ଆପଣମାନେ ଏବଂ ଆପଣଙ୍କ ସାଥୀମାନେ ଯେଉଁ ବୀରତ୍ୱ ପ୍ରଦର୍ଶନ କଲେ, ସେଥିରେ ସାରା ବିଶ୍ୱକୁ ଏହି ବାର୍ତ୍ତା ଗଲା ଯେ ଭାରତର ଶକ୍ତି

ଏବେ ମୋ ଆଗରେ ମହିଳା ସେନାନୀମାନଙ୍କୁ ମୁଁ ଦେଖିପାରୁଛି ଯୁଦ୍ଧ କ୍ଷେତ୍ରରେ, ସୀମାରେ ଏହି ଦୃଶ୍ୟ ନିଜ ଭିତରେ ଏକ ପ୍ରେରଣା ଦେଇଥାଏ

 

ସାଥୀଗଣ, ରାଷ୍ଟ୍ରକବି ରାମଧାରୀ ସିଂହ ଦିନକର ଜୀ ଲେଖିଛନ୍ତି-

जिनके सिंहनाद से सहमी। धरती रही अभी तक डोल।।

(ଯେଉଁମାନଙ୍କର ସିଂହନାଦରେ କମ୍ପିତ ପୃଥବୀ ଏବେସୁଦ୍ଧା ଦୋହଲୁଛି ।)

कलम, आज उनकी जय बोल। कलम आज उनकी जय बोल।।

(କଲମ, ଆଜି ସେମାନଙ୍କର ଜୟଗାନ କର କଲମ ଆଜି ସେମାନଙ୍କର ଜୟଗାନ କର )

ତେଣୁ ମୁଁ, ଆଜି ନିଜ ବାଣୀ ଦ୍ୱାରା ଆପଣମାନଙ୍କର ଜୟଗାନ କରୁଛି, ଆପଣମାନଙ୍କୁ ଅଭିନନ୍ଦନ କରୁଛି ମୁଁ ଗଲୱାନ ଘାଟିରେ ଶହୀଦ ହୋଇଥିବା ଆମର ବୀର ଯବାନମାନଙ୍କୁ ପୁଣିଥରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏମାନଙ୍କ ମଧ୍ୟରେ ପୂର୍ବରୁ, ପଶ୍ଚିମରୁ, ଉତ୍ତରରୁ, ଦକ୍ଷିଣରୁ, ଦେଶର ପ୍ରତ୍ୟେକ କୋଣରୁ ବୀରମାନେ ନିଜର ଶୌର୍ଯ୍ୟ ଦେଖାଇଛନ୍ତି ସେମାନଙ୍କର ପରାକ୍ରମ, ସେମାନଙ୍କର ସିଂହନାଦରେ ଧରଣୀ ଆଜି ମଧ୍ୟ ସେମାନଙ୍କର ଜୟଗାନ କରୁଛି ଆଜି ପ୍ରତ୍ୟେକ ଦେଶବାସୀଙ୍କ ମସ୍ତକ ଆପଣମାନଙ୍କ ସମ୍ମୁଖରେ, ନିଜ ଦେଶର ବୀର ସୈନିକମାନଙ୍କ ସମ୍ମୁଖରେ ଆଦରପୂର୍ବକ ନତମସ୍ତକ ହୋଇ ପ୍ରଣାମ କରୁଛି ଆଜି ପ୍ରତ୍ୟେକ ଭାରତୀୟଙ୍କ ଛାତି ଆପଣମାନଙ୍କର ବୀରତ୍ୱ ଏବଂ ପରାକ୍ରମରେ ଫୁଲି ଉଠିଛି

ସାଥୀଗଣ, ସିନ୍ଧୁର ଆଶୀର୍ବାଦ ବଳରେ ମାଟି ପୂଣ୍ୟବନ୍ତ ହୋଇ ଉଠିଛି ବୀର ସୁପୁତ୍ରମାନଙ୍କର ଶୌର୍ଯ୍ୟ ପରାକ୍ରମର ଗାଥାକୁ ପୃଥିବୀ ନିଜ ଭିତରେ ସମାହିତ କରି ରଖିଛି ଲେହ-ଲଦାଖ ଠାରୁ ଆରମ୍ଭ କରି ଗଲୱାନ ଘାଟୀର ଶୀତଳ ଜଳଧାରା ପର୍ଯ୍ୟନ୍ତ, ପ୍ରତ୍ୟେକ ଶିଖର, ପ୍ରତ୍ୟେକ ପାହାଡ଼, ପ୍ରତ୍ୟେକଟି ବିନ୍ଦୁମାତ୍ର, ପ୍ରତ୍ୟେକ ଛୋଟବଡ଼ ପଥର ଭାରତୀୟ ସୈନିକମାନଙ୍କର ପରାକ୍ରମର ପ୍ରମାଣ ଦେଉଛି 14 କୋରର ସାହସିକତାର କାହାଣୀ ଆଜି ଚତୁର୍ଦ୍ଦିଗରେ ଗୁଞ୍ଜରିତ ହେଉଛି ବିଶ୍ୱ ଆପଣଙ୍କ ଅଦମ୍ୟ ସାହସକୁ ଦେଖିଛି, ଜାଣିଛି ଆପଣମାନଙ୍କ ଶୌର୍ଯ୍ୟର ଗାଥା ପ୍ରତ୍ୟେକ ଘରେ ଗୁଞ୍ଜରିତ ହେଉଛି ଏବଂ ଭାରତମାତାର ଶତ୍ରୁମାନେ ଆପଣଙ୍କ ଫାୟାରକୁ ମଧ୍ୟ ଦେଖିଛନ୍ତି ଆପଣମାନଙ୍କୁ ଫୁଏଲକୁ ମଧ୍ୟ ଦେଖିଛନ୍ତି

ସାଥୀଗଣ, ଲଦାଖର ସମ୍ପୂର୍ଣ୍ଣ ଭାଗ, ଏହା ଭାରତର ମସ୍ତକ, 130 କୋଟି ଭାରତୀୟଙ୍କ ମାନ-ସମ୍ମାନର ପ୍ରତୀକ ଭୂମି ଭାରତ ଲାଗି ସର୍ବସ୍ୱ ତ୍ୟାଗ କରିବା ଲାଗି ସବୁବେଳେ ପ୍ରସ୍ତୁତ ରହୁଥିବା ରାଷ୍ଟ୍ରଭକ୍ତଙ୍କର ମାଟି ମାଟି କୁଶାକବକୁଲା ରିନପୋଁଚ୍ଛେଙ୍କ ଭଳି ମହାନ ରାଷ୍ଟ୍ରଭକ୍ତ ଦେଶକୁ ଦେଇଛି ରିନପୋଁଚ୍ଛେଙ୍କ ଯୋଗୁ ହିଁ ଶତ୍ରୁର ହୀନ ଉଦ୍ଦେଶ୍ୟକୁ ସ୍ଥାନୀୟ ଲୋକମାନେ ଜାଣିପାରି ସତର୍କ ହୋଇଥିଲେ ରିନପୋଁଚ୍ଛେଙ୍କ ନେତୃତ୍ୱରେ ଏଠାରେ ବିଚ୍ଛିନ୍ନତା ସୃଷ୍ଟି ଲାଗି କରାଯାଉଥିବା ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଲଦାଖର ରାଷ୍ଟ୍ରଭକ୍ତ ଜନତା ପଣ୍ଡ କରିଦେଇଛନ୍ତି ତାଙ୍କର ପ୍ରେରଣାଦାୟୀ ପ୍ରୟାସର ପରିଣାମସ୍ୱରୂପ ଦେଶକୁ, ଭାରତୀୟ ସେନାକୁ ଲଦାଖ ସ୍କାଉଟ ନାମରେ ପଦାତିକ ରେଜିମେଣ୍ଟ ଗଠନ କରିବାର ପ୍ରେରଣା ମିଳିଛି ଆଜି ଲଦାଖର ଲୋକମାନେ ପ୍ରତ୍ୟେକ ସ୍ତରରେ- ତାହା ସେନା ହେଉ ଅବା ସାଧାରଣ ନାଗରିକମାନଙ୍କର କର୍ତ୍ତବ୍ୟ, ରାଷ୍ଟ୍ରକୁ ସଶକ୍ତ କରିବା ଲାଗି ଅଦ୍ଭୂତ ଯୋଗଦାନ ଦେଉଛନ୍ତି

ସାଥୀଗଣ, ଆମର ଏଠାରେ କୁହାଯାଇଛି-

ଖଡଗେନ ଆକ୍ରମ୍ୟ ବନ୍ଦିତା ଆକ୍ରମଣଃ ପୁଣିୟା, ବୀର ଭୋଗ୍ୟ ବସୁନ୍ଧରା

ଅର୍ଥାତ ବୀର ନିଜ ଶସ୍ତ୍ରର ଶକ୍ତି ବଳରେ ହିଁ ଧରଣୀର, ମାତୃଭୂମିର ରକ୍ଷା କରିଥାନ୍ତି ମାଟି ବୀର-ଭୋଗ୍ୟା, ବୀରମାନଙ୍କ ପାଇଁ ଏହାର ରକ୍ଷା-ସୁରକ୍ଷାକୁ ଆମର ସମର୍ଥନ ଏବଂ ସାମର୍ଥ୍ୟ ରହିଛି, ଆମର ସଂକଳ୍ପ ହିମାଳୟ ଠାରୁ ମଧ୍ୟ ଉଚ୍ଚ ସାମର୍ଥ୍ୟ ଏବଂ ଏହି ସଂକଳ୍ପ, ବର୍ତ୍ତମାନ ସମୟରେ ଆପଣମାନଙ୍କର ଆଖିରେ ମୁଁ ଦେଖିପାରିୁଛି ଆପଣମାନଙ୍କର ମୁଖମଣ୍ଡଳରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଆପଣ ସେହି ମାଟିର ବୀର ଅଟନ୍ତି ଯେଉଁ ମାଟି ହଜାର ହଜାର ବର୍ଷ ଧରି ଅନେକ ଆକ୍ରମଣକାରୀଙ୍କ ଆକ୍ରମଣ, ଅତ୍ୟାଚାରର ମୁହଁତୋଡ଼ ଜବାବ ଦେଇଛି ଆମେ ଏହା ଆମର ପରିଚୟ ଯେ, ଆମେମାନେ ସେହି ଲୋକ ଯେଉଁମାନେ ବଂଶୀଧାରୀ ଶ୍ରୀକୃଷ୍ଣଙ୍କୁ ପୂଜା କରିଥାଉ ଆମେମାନେ ମଧ୍ୟ ସେହି ଲୋକ ଯେଉଁମାନେ ସୁଦର୍ଶନ ଚକ୍ରଧାରୀ କୃଷ୍ଣଙ୍କୁ ମଧ୍ୟ ଆଦର୍ଶ ରୂପେ ଗ୍ରହଣ କରି ଚାଲିଛୁ ଏହି ପ୍ରେରଣା ବଳରେ ଏବଂ ଆକ୍ରମଣ ପରେ ଭାରତ ଆହୁରି ସଶକ୍ତ ହୋଇ ଉଭା ହୋଇଛି

ସାଥୀଗଣ, ରାଷ୍ଟ୍ରର, ବିଶ୍ୱର, ମାନବତାର ପ୍ରଗତି ଲାଗି ଶାନ୍ତି ମିତ୍ରତାକୁ ସମସ୍ତେ ସ୍ୱୀକାର କରିବା ଆବଶ୍ୟକ, ସମସ୍ତେ ଏହାକୁ ମାନିବା ଜରୁରି କିନ୍ତୁ ଆମେ ଏହା ମଧ୍ୟ ଜାଣିଛୁ ଯେ ନିର୍ବଳମାନେ କେବେହେଲେ ଶାନ୍ତି ଆଣିପାରିବେ ନାହିଁ   ଦୁର୍ବଳମାନେ ଶାନ୍ତି ପାଇଁ ପ୍ରୟାସ କରିପାରିବେ ନାହିଁ ବୀରତ୍ୱ ହିଁ ଶାନ୍ତି ପୂର୍ବର ସର୍ତ୍ତ ହୋଇଥାଏ ଭାରତ ଆଜି ଜଳ, ସ୍ଥଳ, ଆକାଶ ମହାକାଶ ପର୍ଯ୍ୟନ୍ତ ଯଦି ନିଜର ଶକ୍ତି ବଢ଼ାଉଛି ଏହା ପଛରେ ମାନବ କଲ୍ୟାଣର ଲକ୍ଷ୍ୟ ରହିଛି ଭାରତ ଆଜି ଆଧୁନିକ ଅସ୍ତ୍ର-ଶସ୍ତ୍ର ନିର୍ମାଣ କରୁଛି ବିଶ୍ୱର ଆଧୁନିକରୁ ଆଧୁନିକ ଜ୍ଞାନକୌଶଳ ଭାରତୀୟ ସେନା ପାଇଁ ଅଣାଯାଉଛି ଏହା ପଛରେ ଏହି ଭାବନା ହିଁ ରହିଛି ଭାରତ ଯଦି ଆଧୁନିକ ଭିତ୍ତିଭୂମିର ନିର୍ମାଣ ଦ୍ରୁତ ଗତିରେ କରୁଛି ଏହା ପଛରେ ମଧ୍ୟ ଏହି ବାର୍ତ୍ତା ରହିଛି

ବିଶ୍ୱଯୁଦ୍ଧ କଥା ଯଦି ଆମେ ସ୍ମରଣ କରିବା, ବିଶ୍ୱଯୁଦ୍ଧ ହେଉ କିମ୍ବା ପୁଣି ଶାନ୍ତି ପ୍ରସଙ୍ଗ-ଆବଶ୍ୟକତା ସମୟରେ ସବୁବେଳେ ସାରା ବିଶ୍ୱ ଆମ ବୀରମାନଙ୍କର ପରାକ୍ରମକୁ ମଧ୍ୟ ଦେଖିଛି ବିଶ୍ୱ ଶାନ୍ତି ନିମନ୍ତେ ସେମାନଙ୍କର ପ୍ରୟାସକୁ ମଧ୍ୟ ଅନୁଭବ କରିଛି ଆମେ ସବୁବେଳେ ମାନବତାର, ମାନବ ଜାତିର ରକ୍ଷା ସୁରକ୍ଷା ପାଇଁ କାମ କରିଛୁ, ପ୍ରାଣବଳି ଦେଇଛୁ ଆପଣମାନେ ସମସ୍ତେ ଭାରତର ଏହି ଲକ୍ଷ୍ୟକୁ, ଭାରତର ଏହି ପରମ୍ପରାକୁ, ଭାରତର ଏହି ମହିମହାନ ସଂସ୍କୃତିକୁ ପ୍ରତିଷ୍ଠିତ କରିବାରେ ଅଗ୍ରଣୀ ନେତୃତ୍ୱ ନେଇଛନ୍ତି

ସାଥୀଗଣ, ମହାନ ସନ୍ଥ ତିରୁବଲ୍ଲୁଭର ଜୀ ଶତାଧିକ ବର୍ଷ ପୂର୍ବରୁ କହିଥିଲେ-

ମହରା ମାଣମାଣ୍ଡ

ବଡ଼ୀ ଚେଲା କୁଟୁମ ୟେ ନା ନାନଗେ

ୟେ ମମ ପଢ଼ାଇ କହା

ଅର୍ଥାତ ଶୌର୍ଯ୍ୟ, ସମ୍ମାନ, ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାରର ପରମ୍ପରା ବିଶ୍ୱସନୀୟତା, ଚାରିଟି ଗୁଣ କୌଣସି ଦେଶର ସେନାର ପ୍ରତିବିମ୍ବ ହୋଇଥାଏ ଭାରତୀୟ ସେନା ସବୁବେଳେ ଏହି ମାର୍ଗରେ ଚାଲିଛି

ସାଥୀଗଣ, ବିସ୍ତାରବାଦର ଯୁଗ ସମାପ୍ତ ହୋଇସାରିଛି, ଯୁଗ ବିକାଶବାଦର ଦ୍ରୁତଗତିରେ ବଦଳୁଥିବା ସମୟରେ ବିକାଶବାଦର ହିଁ ପ୍ରାସଙ୍ଗିକତା ରହିଛି ବିକାଶବାଦ ଲାଗି ହିଁ ସୁଯୋଗ ରହିଛି ଏବଂ ବିକାଶବାଦ ହିଁ ଭବିଷ୍ୟତର ଆଧାର ବିଗତ ଶତାବ୍ଦୀରେ ବିସ୍ତାରବାଦ କାରଣରୁ ହିଁ ମାନବ ଜାତିର ଅଶେଷ କ୍ଷତି ଘଟିଥିଲା, ମାନବତାର ବିନାଶ ଲାଗି ପ୍ରୟାସ ହୋଇଥିଲା ବିସ୍ତାରବାଦର ଜିଦ୍ ଯେତେବେଳେ ଯାହା ଉପରେ ସବାର ହୋଇଛି, ସେ ସବୁବେଳେ ବିଶ୍ୱ ଶାନ୍ତି ପାଇଁ ବିପଦ ସୃଷ୍ଟି କରିଛି

ଆହୁରି ସାଥୀଗଣ, ଏହା ଭୁଲନ୍ତୁ ନାହିଁ, ଇତିହାସ ସାକ୍ଷୀ ରହିଛି ଯେ ଏପରି ଶକ୍ତି ନଷ୍ଟ ହୋଇଯାଇଛି କିମ୍ବା ପଛକୁ ଫେରିବା ଲାଗି ବାଧ୍ୟ ହୋଇଛି ବିଶ୍ୱର ସବୁବେଳେ ଏହି ଅନୁଭବ ରହିଛି ଏବଂ ଏହି ଅନୁଭବର ଆଧାରରେ ହିଁ ଏବେ ଏଥର ସାରା ବିଶ୍ୱ ବିସ୍ତାରବାଦ ବିରୋଧରେ ଏକଜୁଟ ହୋଇଛି ଆଜି ବିଶ୍ୱ ବିକାଶବାଦ ପ୍ରତି ସମର୍ପିତ ଏବଂ ବିକାଶର ଖୋଲା ପ୍ରତିଦ୍ୱନ୍ଦ୍ୱିତାକୁ ସ୍ୱାଗତ କରୁଛି

ସାଥୀଗଣ, ଯେତେବେଳେ ରାଷ୍ଟ୍ର ସୁରକ୍ଷା ସହ ଜଡ଼ିତ କୌଣସି ନିଷ୍ପତ୍ତି ବିଷୟରେ ଚିନ୍ତା କରୁଛି ମୁଁ ସର୍ବପ୍ରଥମେ ଦୁଇ ମାତାଙ୍କ ବିଷୟରେ ସ୍ମରଣ କରୁଛି- ପ୍ରଥମ ଆମ ସମସ୍ତଙ୍କର ଭାରତମାତା, ଏବଂ ଦ୍ୱିତୀୟରେ ସେ ସମସ୍ତ ବୀରମାତା ଯେଉଁମାନେ ଆପଣମାନଙ୍କ ଭଳି ପରାକ୍ରମୀ ଯୋଦ୍ଧାଙ୍କୁ ଜନ୍ମ ଦେଇଛନ୍ତି, ମୁଁ ସେହି ଦୁଇ ମାତାଙ୍କୁ ସ୍ମରଣ କରିଥାଏ ମୋର ନିଷ୍ପତ୍ତିର ଏହା ହିଁ ଆଧାର ଏହି ମାର୍ଗରେ ଚାଲି ଆପଣମାନଙ୍କର ସମ୍ମାନ, ଆପଣମାନଙ୍କ ପରିବାରର ସମ୍ମାନ ଭାରତ ମାତାର ସୁରକ୍ଷା ଲାଗି ଦେଶ ସର୍ବୋଚ୍ଚ ପ୍ରାଥମିକତା ଦେଇଥାଏ

ସେନା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ହେଉ ଅବା ଆପଣମାନଙ୍କ ଲାଗି ଜରୁରି ସରଞ୍ଜାମ, ସବୁ ପ୍ରତି ଆମେ ଖୁବ ଅଧିକ ଧ୍ୟାନ ଦେଉଛୁ ଏବେ ଦେଶରେ ସୀମା ଭିତ୍ତିଭୂମି ଲାଗି ଖର୍ଚ୍ଚ ପାଖାପାଖି ତିନିଗୁଣ କରି ଦିଆଯାଇଛି ଏହାଫଳରେ ସୀମାବର୍ତ୍ତୀ ଇଲାକାର ବିକାଶ ଏବଂ ସୀମାରେ ସଡ଼କ, ସେତୁ ନିର୍ମାଣର କାମ ମଧ୍ୟ ଖୁବ ଦ୍ରୁତ ଗତିରେ ହୋଇପାରୁଛି ଏହାର ଏକ ବହୁତ ବଡ଼ ଲାଭ ଏହା ମଧ୍ୟ ହୋଇଛି ଯେ ଏବେ ଆପଣମାନଙ୍କ ନିକଟକୁ ସାମଗ୍ରୀ ଖୁବ କମ ସମୟରେ ପହଞ୍ଚି ପାରୁଛି

ସାଥୀଗଣ, ସେନାରେ ଉତ୍ତମ ସମନ୍ୱୟ ଲାଗି ଦୀର୍ଘ ସମୟ ଧରି ଯାହାର ଆଶା କରାଯାଉଥିଲା- ସେହି ଚିଫ ଅଫ ଡିଫେନ୍ସ ପଦବୀର ଗଠନ କଥା ହେଉ କିମ୍ବା ପୁଣି ଜାତୀୟ ଯୁଦ୍ଧ ସ୍ମାରକୀର ନିର୍ମାଣ; ୱାନ ରାଙ୍କ ୱାନ ପେନସନର ନିଷ୍ପତ୍ତି ହେଉ କିମ୍ବା ପୁଣି ଆପଣଙ୍କ ପରିବାରର ଯତ୍ନଠାରୁ ଆରମ୍ଭ କରି ଶିକ୍ଷାର ସଠିକ ବ୍ୟବସ୍ଥା ପାଇଁ ଲଗାତାର କାମ, ଦେଶ ଆଜି ପ୍ରତ୍ୟେକ ସ୍ତରରେ ନିଜର ସେନା ଏବଂ ସୈନିକମାନଙ୍କୁ ମଜଭୁତ କରୁଛି

ସାଥୀଗଣ, ଭଗବାନ ଗୌତମ ବୁଦ୍ଧ କହିଛନ୍ତି-

ସାହସର ସମ୍ପର୍କ ପ୍ରତିବଦ୍ଧତା ସହିତ, ଦୃଢ଼ ବିଶ୍ୱାସ ସହିତ ରହିଛି ସାହସ ହିଁ କରୁଣା, ସାହସ ହିଁ ଦୟା ସାହସ ହିଁ ଆମକୁ ନିର୍ଭୀକ ଏବଂ ସ୍ଥିର ହୋଇ ସତ୍ୟ ପକ୍ଷରେ ଛିଡ଼ା ହେବାକୁ ଶିଖାଇଥାଏ ସାହସ ହିଁ ଆମକୁ ଠିକକୁ ଠିକ କହିବା ଏବଂ କରିବାର ଶକ୍ତି ଦେଇଥାଏ

ସାଥୀଗଣ, ଦେଶର ବୀର ସୁପୁତ୍ରମାନେ ଗଲୱାନ ଘାଟୀରେ ଯେଉଁ ଅଦମ୍ୟ ସାହସର ପ୍ରଦର୍ଶନ କଲେ, ତାହା ପରାକ୍ରମର ପରାକାଷ୍ଠା ଦେଶ ଆପଣମାନଙ୍କୁ ନେଇ ଗର୍ବିତ ଆପଣମାନଙ୍କ ସହିତ ଆମର ଆଇଟିବିପି ଯବାନ ହୁଅନ୍ତୁ, ବିଏସଏଫର ସାଥୀମାନେ ହୁଅନ୍ତୁ, ଆମ ବିଆରଓ ଏବଂ ଅନ୍ୟ ସଂଗଠନଗୁଡ଼ିକର ଯବାନ ହୁଅନ୍ତୁ, କଠିନ ପରିସ୍ଥିତିରେ କାମ କରୁଥିବା ଇଞ୍ଜିନିଅର, ଶ୍ରମିକ ହୁଅନ୍ତୁ; ଆପଣମାନେ ସମସ୍ତେ ଅଦ୍ଭୂତ କାମ କରୁଛନ୍ତି ଆପଣମାନେ ପ୍ରତ୍ୟେକ କାନ୍ଧ ସହ କାନ୍ଧ ମିଶାଇ ମାଭାରତୀର ସୁରକ୍ଷା ଲାଗି, ମାଭାରତୀର ସେବା ଲାଗି ସମର୍ପିତ

ଆଜି ଆପଣମାନଙ୍କର ସମସ୍ତଙ୍କର ପରିଶ୍ରମ କାରଣରୁ ଦେଶ ଅନେକ ବିପତ୍ତି ସହିତ ମିଳିତ ଭାବେ ଏବଂ ସମ୍ପୂର୍ଣ୍ଣ ଦୃଢ଼ତାର ସହିତ ଲଢ଼ୁଅଛି ଆପଣମାନଙ୍କ ଠାରୁ ପ୍ରେରଣା ନେଇ ଆମେ ମିଳିମିଶି ପ୍ରତ୍ୟେକ ଆହ୍ୱାନ ଉପରେ, କଷ୍ଟରୁ କଷ୍ଟକର ଆହ୍ୱାନ ଉପରେ ବିଜୟ ହାସଲ କରି ଆସିଛୁ, ବିଜୟ ହାସଲ କରିଚାଲିବୁ ଯେଉଁ ଭାରତ ସମ୍ମୁଖରେ, ଆମେ ସମସ୍ତେ ଯେଉଁ ଭାରତର ସ୍ୱପ୍ନକୁ ନେଇ, ବିଶେଷ କରି ଆପଣମାନେ ସମସ୍ତେ ସୀମାରେ ଯେଭଳି ଭାବେ ଦେଶର ସୁରକ୍ଷା କରୁଛନ୍ତି, ଆମେ ସେହି ସ୍ୱପ୍ନର ଭାରତ ନିର୍ମାଣ କରିବୁ ଆପଣମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବୁ 130 କୋଟି ଦେଶବାସୀ ମଧ୍ୟ ପଛରେ ରହିବେ ନାହିଁ, ଆଜି ମୁଁ ଆପଣମାନଙ୍କୁ ଏହି ବିଶ୍ୱାସ ଦେବା ଲାଗି ଆସିଛୁ ଆମେ ଏକ ସଶକ୍ତ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ କରିବୁ, ନିର୍ମାଣ କରି ହିଁ ରହିବୁ ଆହୁରି ଆପଣମାନଙ୍କ ଠାରୁ ପ୍ରେରଣା ଯେତେବେଳେ ମିଳିଥାଏ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ଆହୁରି ଶକ୍ତିଶାଳୀ ହୋଇଯାଇଥାଏ

ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ବହୁତ ବହୁତ ଧନ୍ୟବାଦ ମୋ ସହିତ ସମ୍ପୂର୍ଣ୍ଣ ଶକ୍ତି ଲଗାଇ କୁହନ୍ତୁ-

ଭାରତ ମାତା କୀ- ଜୟ

ଭାରତ ମାତା କୀ-ଜୟ

ବନ୍ଦେ ମାତରମ- ବନ୍ଦେ ମାତରମ - ବନ୍ଦେ ମାତରମ

ଧନ୍ୟବାଦ

 

***********

 



(Release ID: 1636252) Visitor Counter : 325