ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା

• ଆରୋଗ୍ୟ ହାର ପାଖାପାଖି 60 ପ୍ରତିଶତ
• ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା 1,32,912 ଅଧିକ

प्रविष्टि तिथि: 02 JUL 2020 3:29PM by PIB Bhubaneshwar

କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରତ୍ୟେକ ସ୍ତରରେ ସରକାରଙ୍କ ସମନ୍ଵୟ ଯୋଗୁଁ ସକ୍ରିୟ ସଂକ୍ରମିତ ଓ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇଛି ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟାଠାରୁ 1,32,912 ଜଣ ଅଧିକ ଆରୋଗ୍ୟ ଲାଭ କରିଛନ୍ତି ଉତ୍ତମ ପରିଚାଳନା ଯୋଗୁଁ ଦିନକୁ 10 ହଜାରରୁ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 11,881 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟଲାଭକାରୀଙ୍କ ସଂଖ୍ୟା 3,59,859ରେ ପହଞ୍ଚିଛି ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର 59.52 ପ୍ରତିଶତ ରହିଛି

ଅନ୍ୟପକ୍ଷରେ ବର୍ତ୍ତମାନ 2,26 947 ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

କୋଭିଡ-19 ସଂକ୍ରମଣରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ମୁଖ୍ୟ ରାଜ୍ୟଗୁଡିକ ହେଲା -

କ୍ରମିକ ସଂଖ୍ୟା

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ସଂପୂର୍ଣ୍ଣ ଆରୋଗ୍ୟ

1

ମହାରାଷ୍ଟ୍ର

93,154

2

ଦିଲ୍ଲୀ

59,992

3

ତାମିଲନାଡୁ

52,926

4

ଗୁଜରାଟ

24,030

5

ଉତ୍ତର ପ୍ରଦେଶ

16,629

6

ରାଜସ୍ଥାନ

14,574

7

ପଶ୍ଚିମବଙ୍ଗ

12,528

8

ମଧ୍ୟପ୍ରଦେଶ

10,655

9

ହରିୟାଣା

10,499

10

ତେଲଙ୍ଗାନା

8,082

11

କର୍ଣ୍ଣାଟକ

8,063

12

ବିହାର

7,946

13

ଆନ୍ଧ୍ର ପ୍ରଦେଶ

6,988

14

ଆସାମ

5,851

15

ଓଡିଶା

5,353

 

15ଟି ମୁଖ୍ୟ ଆରୋଗ୍ୟ ହାର ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ହେଲା -

କ୍ରମିକ ସଂଖ୍ୟା

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ଆରୋଗ୍ୟ ହାର

1

ଚଣ୍ଡିଗଡ

82.3%

2

ମେଘାଳୟ

80.8%

3

ରାଜସ୍ଥାନ

79.6%

4

ଉତ୍ତରାଖଣ୍ଡ

78.6%

5

ଛତିଶଗଡ

78.3%

6

ତ୍ରିପୁରା

78.3%

7

ବିହାର

77.5%

8

ମିଜୋରାମ

76.9%

9

ମଧ୍ୟପ୍ରଦେଶ

76.9%

10

ଝାଡଖଣ୍ଡ

76.6%

11

ଓଡିଶା

73.2%

12

ଗୁଜରାଟ

72.3%

13

ହରିୟାଣା

70.3%

14

ଲାଦାଖ

70.1%

15

ଉତ୍ତର ପ୍ରଦେଶ

69.1%

 

ପରୀକ୍ଷା, ଚିହ୍ନଟ ଏବଂ ଚିକିତ୍ସା (ଟେଷ୍ଟ-ଟ୍ରେସ-ଟ୍ରିଟ) ପଦକ୍ଷେପ ଯୋଗୁଁ ଦେଶରେ ନମୁନା ପରୀକ୍ଷଣ ସଂଖ୍ୟା ବହୁଳ ଭାବେ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ 90 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 2,29,588ଟି ନମୁନା ପରୀକ୍ଷା କରାଯାଇଛି । ମୋଟ ନମୁନା ପରୀକ୍ଷା ସଂଖ୍ୟା 90,56,173ରେ ପହଞ୍ଚିଛି ।

ଦେଶରେ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସରକାରୀ ଭାବେ 768 ଓ ଘରୋଇ ଭାବେ 297 ଏହିପରି 1065ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 


(रिलीज़ आईडी: 1635983) आगंतुक पटल : 279
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Malayalam