ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ସକ୍ରିୟ ରୋଗୀ ସଂଖ୍ୟାକୁ ବହୁ ପଛରେ ପକାଇଲା ଆରୋଗ୍ୟ ସଂଖ୍ୟା
• ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ 1 ଲକ୍ଷରୁ ଅଧିକ
• ଆରୋଗ୍ୟ ଲାଭ ହାର ଶତକଡା 58.56କୁ ବୃଦ୍ଧି
• ଦୈନିକ ନମୁନା ପରୀକ୍ଷଣ ସଂଖ୍ୟା 2.3 ଲକ୍ଷ ଅତିକ୍ରମ କଲା

Posted On: 28 JUN 2020 12:27PM by PIB Bhubaneshwar

କୋଭିଡ-19ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵୟରେ ଭାରତ ସରକାର ନେଇଥିବା ସକ୍ରିୟ ପଦକ୍ଷେପଗୁଡିକ ଦ୍ଵାରା ଉତ୍ସାହଜନକ ଫଳାଫଳ ମିଳିଛି

ସୁସ୍ଥ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ 1,00,000 ଅତିକ୍ରମ କରିଛି  ଆଜିସୁଦ୍ଧା ଆରୋଗ୍ୟ ମାମଲା ସକ୍ରିୟ ମାମଲା ଠାରୁ 106,661 ଅଧିକ ହୋଇଛି ଏହିପରି, ଏପର୍ଯ୍ୟନ୍ତ ସମୁଦାୟ 3,09,712 ରୋଗୀ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି କୋଭିଡ-19 ରୋଗୀଙ୍କ ମଧ୍ୟରେ ସୁସ୍ଥ ରୋଗୀଙ୍କ ହାର 58.56 ପ୍ରତିଶତ ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 13,832 ରୋଗୀ ଆରୋଗ୍ୟ ହୋଇଛନ୍ତି

ବର୍ତ୍ତମାନ ଦେଶରେ ମୋଟ 2,03,051 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି

ଦେଶରେ କରୋନା ଚିହ୍ନଟ ପାଇଁ 1,036 ଉତ୍ସର୍ଗୀକୃତ ପରୀକ୍ଷାଗାର ରହିଛି ସେଥିମଧ୍ୟରୁ 749ଟି ସରକାରୀ ଥିବା ବେଳେ 287ଟି ବେସରକାରୀ ପରୀକ୍ଷାଗାର

  • Real-Time RT PCR based testing labs: 567 (Govt: 362 + Private: 205)
  • TrueNat based testing labs : 382 (Govt: 355 + Private: 27)
  • CBNAAT based testing labs : 87 (Govt: 32 + Private: 55)

ବର୍ତ୍ତମାନ ଦୈନିକ 2 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଉଛି ଗତ 24 ଘଣ୍ଟା ମଧ୍ୟରେ ପରୀକ୍ଷିତ ନମୁନାଗୁଡିକର ସଂଖ୍ୟା 2,31,095କୁ ବୃଦ୍ଧି ପାଇଛି ଆଜିସୁଦ୍ଧା ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା 82,27,802ରେ ପହଞ୍ଚିଛି

28 ଜୁନ 2020 ସୁଦ୍ଧା 1,77,529 ଏକାନ୍ତବାସ ଶଯ୍ୟା, 23,168 ଆଇସିୟୁ ଶଯ୍ୟା ଏବଂ 78,060 ଅମ୍ଳଜାନ ସହାୟକ ଶଯ୍ୟା ସହିତ 1,055 ଉତ୍ସର୍ଗୀକୃତ କୋଭିଡ-19 ହସ୍ପିଟାଲର ଉପଲବ୍ଧତାକୁ ନେଇ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇଛି ଏହାସହିତ 1,40,099 ଏକାନ୍ତବାସ  ଶଯ୍ୟା, 11,508 ଆଇସିୟୁ ଶଯ୍ୟା ଏବଂ 51,371 ଅମ୍ଳଜାନ ସହାୟକ ଶଯ୍ୟା ସହିତ 2,400 ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେଉଛି

ଅଧିକନ୍ତୁ, ଦେଶରେ କୋଭିଡ-19କୁ ମୁକାବିଲା କରିବା ପାଇଁ 8,34,128 ଶଯ୍ୟା ବିଶିଷ୍ଟ 9,519 କୋଭିଡ କେୟାର ସେଣ୍ଟର ଉପଲବ୍ଧ ଅଛି କେନ୍ଦ୍ର ସରକାର 187.43 ଲକ୍ଷ N95 ମାସ୍କ ଏବଂ 116.99 ଲକ୍ଷ ବ୍ୟକ୍ତିଗତ ସଂରକ୍ଷଣ ଉପକରଣ (ପିପିଇ) ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଅନୁଷ୍ଠାନଗୁଡିକୁ ପ୍ରଦାନ କରିଛନ୍ତି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 



(Release ID: 1635041) Visitor Counter : 278