ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 26 JUN 2020 4:12PM by PIB Bhubaneshwar

ସାଥୀଗଣ,

ନମସ୍କାର, ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ମିଳିଲା । ଆମେ ସମସ୍ତେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ଉତଥାନ ପତନ ଦେଖିଛେ । ଆମର ସାମାଜିକ ଜୀବନରେ ମଧ୍ୟ, ଗାଁରେ, ସହରରେ, ଭିନ୍ନ-ଭିନ୍ନ ପ୍ରକାରର ଜଟିଳ ସମୟ ଆସିଥାଏ ଆପଣମାନେ ଦେଖନ୍ତୁ କାଲି ବଜ୍ରପାତ ହୋଇଥିଲା । ବିହାରରେ, ଉତ୍ତରପ୍ରଦେଶରେ କେତେ ଲୋକଙ୍କର ଜୀବନ ଚାଲିଗଲା । କିନ୍ତୁ ଏହା କେବେ ହେଲେ କିଏ ଚିନ୍ତା କରି ନଥିଲେ କି ସମଗ୍ର ଦୁନିଆରେ, ସମଗ୍ର ମାନବ ଜାତି ଉପରେ ଏକା ସହିତ ଗୋଟିଏ ପ୍ରକାରର ଏତେ ବଡ଼ ସଙ୍କଟ ଆସିବ । ଏକା ଏଭଳି ସଙ୍କଟ ଯେଉଁଥିରେ ଲୋକମାନେ ଇଚ୍ଛା ଥାଇ ମଧ୍ୟ ଜଣେ ଅନ୍ୟ ଜଣଙ୍କୁ ସଂପୂର୍ଣ୍ଣ ରୂପେ ସାହାଯ୍ୟ କରି ପାରୁ ନଥିଲେ । ଏହି ସମୟ ମଧ୍ୟରେ ବୋଧହୁଏ ଏମିତି କେହି ଜଣେ ଥିବ ଯିଏକି ଚିନ୍ତାଗ୍ରସ୍ତ ହୋଇ ନଥିବ ।

ପିଲାମାନେ ହୁଅନ୍ତୁ, ବୟସ୍କ ଲୋକ ହୁଅନ୍ତୁ, ମହିଳା ହୁଅନ୍ତୁ - ପୁରୁଷ ହୁଅନ୍ତୁ, ଦେଶ ହେଉ ଅବା ଦୁନିଆ, ପ୍ରତ୍ୟେକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଆଗକୁ ଯାଇ କେବେ ଆମକୁ ଏହି ରୋଗରୁ ମୁକ୍ତି ମିଳିବ ସେ କଥା ମଧ୍ୟ ଆମକୁ ଜଣାନାହିଁ । ହଁ, ଏହାର ଏକ ଔଷଧ ଆମ୍ଭମାନଙ୍କୁ ଜଣାଅଛି । ଏହି ଔଷଧ ହେଉଛି ଦୁଇ ଗଜର ଦୂରତା । ଏହାର ଔଷଧ ହେଉଛି - ମୁହଁକୁ ଘୋଡ଼େଇ କରି ବା ଢ଼ାଂକି ରଖିବା । ଯେ ପର୍ଯ୍ୟନ୍ତ କରୋନାର ପ୍ରତିଷେଧକ ଔଷଧ ବହାରି ନାହିଁ, ଟୀକା ବାହାରି ନାହିଁ । ଆମେ ଏହି ଔଷଧ ଦ୍ୱାରା ତାହାକୁ ରୋକି ପାରିବା ।

ସାଥୀଗଣ,

ଆଜି ଯେତେବେଳେ ଆପଣମାନେ ସମସ୍ତେ ମୋ ସହିତ କଥା ହେଉଥିଲେ, ଆପଣମାନଙ୍କ ମୁଖ ମଣ୍ଡଳର ଖୁସି ହେଉ, ଆପଣମାନଙ୍କ ଆଖିର ଭାବ, ଆପଣମାନଙ୍କର ନିଜରପଣିଆ, ଆମେ ସମସ୍ତେ ଦେଖୁଥିଲୁ । ଏଠାରେ ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ଯଶସ୍ୱୀ ଉର୍ଜ୍ଜାବାନ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ ଉପସ୍ଥିତ ଅଛନ୍ତି, ସରକାରଙ୍କର ମନ୍ତ୍ରୀଗଣ ଅଛନ୍ତି, ପ୍ରଶାସନ ସହିତ ଜଡ଼ିତ ବରିଷ୍ଠ ଅଧିକାରୀ ଅଛନ୍ତି ଏବଂ ୟୁପିର ଭିନ୍ନ ଭିନ୍ନ ଜିଲ୍ଲା ସହିତ ଜଡ଼ିତ ଆମର ସମସ୍ତ ସାଥୀଗଣ ମଧ୍ୟ ଅଛନ୍ତି ।

ଶ୍ରମର ଯେଉଁ ଶକ୍ତି ରହିଛି, ତାହାର ଅନୁଭବ ଆମେ ସମସ୍ତେ କରିଛୁ । ଶ୍ରମର ଏହି ଶକ୍ତିର ଆଧାରରେ ହୋଇଥିବା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ । ଆଜି ଏହି ଶକ୍ତି ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନକୁ ପ୍ରେରଣା ଦେଇଛି । ଅର୍ଥାତ କେନ୍ଦ୍ର ସରକାରଙ୍କ ଯୋଜନାକୁ ଯୋଗୀ ମହାଶୟଙ୍କ ସରକାର ଗୁଣାତ୍ମକ ଏବଂ ପରିମାଣାତ୍ମକ, ଦୁଇଟି ଯାକ ପ୍ରକାରରେ ସଂପ୍ରସାରଣ କରିଛନ୍ତି ।

ୟୁପି ସରକାର ନା କେବଳ ଏଥିରେ ଅନେକ ନୂତନ ଯୋଜନାସବୁକୁ ଯୋଡ଼ିଛନ୍ତି, ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି, ବରଂ ଏହାକୁ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ସହିତ ମଧ୍ୟ ସଂପୂର୍ଣ୍ଣ ରୂପେ ଯୋଡ଼ି ଦେଇଛନ୍ତି । ଆପଣମାନେ ଶୁଣିଥିବେ, ମୁଁ ସବୁବେଳେ ଯେଉଁ ଡବଲ ଇଂଜିନର କଥା କହିଥାଏ, ଏହି ପ୍ରୟାସ, ‘ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’, ହେଉଛି ଏହାର ଏକ ବହୁତ  ଉତ୍ତମ ଉଦାହରଣ । ଆଉ ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଯୋଗୀ ମହାଶୟଙ୍କ ନେତୃତ୍ୱରେ, ଯେଉଁଭଳି ଭାବେ ବିପଦକୁ ସୁଯୋଗ ସୃଷ୍ଟି କରିବାରେ ପରିବର୍ତ୍ତିତ କରାଯାଇ ପାରିଛି, ଯେଉଁ ଭଳି ଭାବେ ଯୋଗୀ ମହାଶୟ ଏବଂ ତାଙ୍କର ଟିମ ମନ-ଧ୍ୟାନ ସହକାରେ ଲାଗି ପଡ଼ିଛନ୍ତି, ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ଏହି ଯୋଜନାରୁ ବହୁତ କିଛି ଶିଖିବାକୁ ମିଳିବ, ପ୍ରତ୍ୟେକ ଏହି କଥାରୁ ମଧ୍ୟ ପ୍ରେରଣା ପାଇବେ ।

ମୋର ବିଶ୍ୱାସ ରହିଛି କି ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ନିଜ ନିଜ ରାଜ୍ୟରେ ଏଭଳି ଯୋଜନା ସବୁ କାର୍ଯ୍ୟକାରୀ କରିବେ ଆଉ ମୁଁ ତ ହେଉଛି ୟୁପିର ସାଂସଦ । ଯେତେବେଳେ ଉତ୍ତରପ୍ରଦେଶରେ ଏହି ପ୍ରକାରର କିଛି ଭଲ କାର୍ଯ୍ୟ ହୋଇଥାଏ, ତ ମୋତେ ଟିକେ ଅଧିକ ଆନନ୍ଦ ମିଳିଥାଏ । କାରଣ ସେଠାକାର ଲୋକମାନଙ୍କ ପ୍ରତି ମୋର ମଧ୍ୟ ଦାୟିତ୍ୱ ରହିଛି ।

ସାଥୀଗଣ,

ସଙ୍କଟର ଏହି ସମୟରେ ଯେଉଁମାନେ ସାହସ ଦେଖାଇଥାଆନ୍ତି, ବୁଦ୍ଧିମତାର ପରିଚୟ ଦେଇ ଥାଆନ୍ତି, ସଫଳତା ସେହିମାନଙ୍କୁ ହିଁ ମିଳିଥାଏ । ଆଜି ଯେତେବେଳେ ଦୁନିଆରେ କରୋନାର ଏତେ ବଡ଼ ସଙ୍କଟ ରହିଛି, ସେତେବେଳେ ଉତ୍ତରପ୍ରଦେଶ ଯେଉଁ ସାହସ ଦେଖାଇଛି, ଯେଉଁ ବୁଦ୍ଧିମତାର ସହ କାର୍ଯ୍ୟ କରିଛି, ଯେଉଁ ସଫଳତା ପାଇଛି, ଯେଉଁଭଳି ଭାବେ କରୋନା ବିରୁଦ୍ଧରେ ଯୁଦ୍ଧ ଚଳାଇଛି, ଯେଉଁଭଳି ଭାବେ ପରିସ୍ଥିତିକୁ ଆୟତ୍ତ କରିଛି, ମୁଁ ସତ୍ୟ କହୁଛି ତାହା ହେଉଛି ଅଭୂତପୂର୍ବ, ହେଉଛି ପ୍ରଶଂସନୀୟ ।

ଏଥିପାଇଁ ମୁଁ ଉତ୍ତରପ୍ରଦେଶର 24 କୋଟି ନାଗରିକଙ୍କୁ ପ୍ରଶଂସା କରୁଛି, ସେମାନଙ୍କୁ ପ୍ରଣାମ ଜଣାଉଛି । ଆପଣମାନେ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ହେଉଛି ସମଗ୍ର ଦୁନିଆ ପାଇଁ ଏକ ଉଦାହରଣ । ଉତ୍ତରପ୍ରଦେଶର ପରିସଂଖ୍ୟାନ ଦୁନିଆର ବଡ଼ ବଡ଼ ବିଶେଷଜ୍ଞଙ୍କୁ ଚକିତ କରି ଦେବା ଭଳି ଅଦ୍ଭୁତ କ୍ଷମତା ରହିଛି । ସେ ହୁଏତ ୟୁପିର ଡାକ୍ତର ହୁଅନ୍ତୁ, ପାରା ମେଡିକାଲ ଷ୍ଟାଫ୍ ହୁଅନ୍ତୁ, ସଫେଇ କର୍ମଚାରୀ ହୁଅନ୍ତୁ, ପୁଲିସକର୍ମୀ ହୁଅନ୍ତୁ, ଆଶା, ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତା ହୁଅନ୍ତୁ, ବ୍ୟାଙ୍କ ଏବଂ ଡାକଘରର ସାଥୀମାନେ ହୁଅନ୍ତୁ, ପରିବହନ ବିଭାଗର ସାଥୀମାନେ ହୁଅନ୍ତୁ, ଶ୍ରମିକ ସାଥୀ ହୁଅନ୍ତୁ, ପ୍ରତ୍ୟେକ ସଂପୂର୍ଣ୍ଣ ନିଷ୍ଠାର ସହିତ ନିଜର ଯୋଗଦାନ ଦେଇଛନ୍ତି ।

ଯୋଗୀ ମହାଶୟ ଏବଂ ତାଙ୍କର ସଂପୂର୍ଣ୍ଣ ଟିମ୍, ସେ ହୁଏତ ଜନପ୍ରତିନିଧି ହୁଅନ୍ତୁ କିମ୍ବା କର୍ମଚାରୀ ହୁଅନ୍ତୁ, ଆପଣମାନେ ସମସ୍ତେ ଖୁବ ଉତ୍ତମ କାର୍ଯ୍ୟ କରିଛନ୍ତି, ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆପଣମାନେ ସମସ୍ତେ ମିଳିମିଶି ଉତ୍ତରପ୍ରଦେଶକୁ ଯେଉଁ ଅସୁବିଧା ପରିସ୍ଥିତିକୁ ସମ୍ଭାଳିଛନ୍ତି, ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପ୍ରତ୍ୟେକ ପିଲା, ପ୍ରତ୍ୟେକ ପରିବାର ଏହାକୁ ବଡ଼ ଗର୍ବର ସହିତ ମନେ ପକାଇବେ, ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରଖାଯିବ ।

ସାଥୀଗଣ,

ଉତ୍ତରପ୍ରଦେଶର ପ୍ରୟାସ ଏବଂ ଉପଲବ୍ଧିଗୁଡ଼ିକ ହେଉଛି ଏଥିପାଇଁ ବୃହତ, କାରଣ ଏହା କେବଳ ଗୋଟିଏ ରାଜ୍ୟ ନୁହେଁ, ବରଂ ଦୁନିଆର ଅନେକ ଦେଶଗୁଡ଼ିକ ଠାରୁ ମଧ୍ୟ ବଡ଼ ରାଜ୍ୟ । ଏହି ଉପଲବ୍ଧିକୁ ୟୁପିର ଲୋକମାନେ ନିଜେ ଅନୁଭବ କରୁଛନ୍ତି, କିନ୍ତୁ ଆପଣ ଯଦି ପରିସଂଖ୍ୟାନ ଜାଣିବେ ତ ଆହୁରି ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ସାଥୀଗଣ,

ଆମେ ୟୁରୋପର ଚାରୋଟି ବଡ଼ ଦେଶଗୁଡ଼ିକୁ ଦେଖିବା ତ ତାହା ହେଉଛି ଇଂଲଣ୍ଡ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ! ଏହି ସବୁ ଦେଶ 200-250 ବର୍ଷ ପର୍ଯ୍ୟନ୍ତ ଦୁନିଆର ସୁପରପାୱାର ବା ମହାଶକ୍ତି ଭାବେ ଜଣା ଯାଉଥିଲେ, ଆଜି ମଧ୍ୟ ଦୁନିଆରେ ଏମାନଙ୍କର ପ୍ରଭାବ ରହିଛି । ଆଜି ଯଦି ଏହି ଚାରୋଟି ଦେଶର ମୋଟ ଜନସଂଖ୍ୟାକୁ ମିଶାଇ ଦେବା, ତ ଏହା ପାଖାପାଖି ୨୪ କୋଟି ହେବ! ଆମର ତ ଖାଲି ୟୁପିର ଜନସଂଖ୍ୟା ୨୪ କୋଟି ହେବ । ଅର୍ଥାତ, ଯେତିକି ଲୋକ ଇଂଲଣ୍ଡ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ ଏହି ଚାରୋଟି ଦେଶରେ ରୁହନ୍ତି, ସେତିକି ଲୋକ ଉତ୍ତରପ୍ରଦେଶରେ ସେତିକି ଲୋକ ରହୁଛନ୍ତି! କିନ୍ତୁ କରୋନାରେ ଏହି ଚାରୋଟି ଦେଶରେ ମିଶାଇ 1 ଲକ୍ଷ 30 ହଜାର ଲୋକଙ୍କର ମୃତ୍ୟୁ ହୋଇ ସାରିଛି, ଯେତେବେଳେ କି କେବଳ ୟୁପିରେ 600 ଲୋକଙ୍କର  ଜୀବନ ହାନି ଘଟିଛି! କେଉଁଠି 1 ଲକ୍ଷ 30 ହଜାର ଲୋକଙ୍କର ମୃତ୍ୟୁ ଆଉ କେଉଁଠି 600 ଲୋକଙ୍କର ମୃତ୍ୟୁ । ମୁଁ ମାନୁଛି କି, ଜଣେ ହେଲେ ମଧ୍ୟ ଲୋକଙ୍କର ମୃତ୍ୟୁ ହେଉଛି ଦୁଃଖଦ ।

କିନ୍ତୁ ଆମକୁ ଏହା ମଧ୍ୟ ମାନିବାକୁ ପଡ଼ିବ କି ଏହି ଚାରୋଟି ଦେଶ ମିଳିମିଶି ନିଜ ସ୍ତରରେ ଯେତିକି ପ୍ରୟାସ କରିଛନ୍ତି, ପୁଣି ମଧ୍ୟ ତାଙ୍କର ସେଠି ୟୁପିଠାରୁ ବହୁଗୁଣା ଅଧିକ ଲୋକଙ୍କର ଜୀବନ ଯାଇଛି । ଏହି ଦେଶଗୁଡ଼ିକ ବହୁତ ଅଧିକ ମାତ୍ରାରେ ବିକଶିତ, ଏମାନଙ୍କ ପାଖରେ ବହୁ ଅଧିକ ସଂସାଧନ ରହିଛି, ସେଠାକାର ସରକାର ମଧ୍ୟ ସଂପୂର୍ଣ୍ଣ ଶକ୍ତିର ସହିତ ଏହାର ମୁକାବିଲା କରିଛନ୍ତି! କିନ୍ତୁ ପୁଣି ମଧ୍ୟ ନିଜ ନାଗରିକମାନଙ୍କୁ ବଂଚାଇବାରେ ସେମାନଙ୍କୁ ସେପରି ସଫଳତା ମିଳି ପାରିଲା ନାହିଁ, ଯେଉଁ ସଫଳତା ୟୁପି ହାସଲ କରି ପାରିଛି!

ସାଥୀଗଣ,

ଏହି ସମୟ ମଧ୍ୟରେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆମେରିକାର ପରିସ୍ଥିତି ସମ୍ପର୍କରେ ମଧ୍ୟ ଶୁଣିଥିବେ! ଆମେରିକା ପାଖରେ ସାଧନ-ସଂସାଧନ ଟେକ୍ନୋଲୋଜିର ମଧ୍ୟ କୌଣସି ଊଣା ନାହିଁ! କିନ୍ତୁ ପୁଣି ମଧ୍ୟ, ଆଜି ଆମେରିକା କରୋନା ଦ୍ୱାରା ଖୁବ ଦୁଃଖଦ ଭାବେ ପ୍ରଭାବିତ! ଆପଣମାନେ ଏହା ମଧ୍ୟ ମନେ ରଖନ୍ତୁ କି ଆମେରିକାର ଜନସଂଖ୍ୟା ହେଉଛି ପ୍ରାୟ ୩୩ କୋଟି, ଯେତେବେଳେ କି ୟୁପିରେ ୨୪ କୋଟି ଲୋକ ରୁହନ୍ତି! କିନ୍ତୁ ଆମେରିକାରେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 25 ହଜାର ଲୋକଙ୍କର ମୃତ୍ୟୁ ହୋଇ ସାରିଛି, ଯେତେବେଳେ କି ୟୁପିରେ ପ୍ରାୟ 600 ଲୋକଙ୍କର ମୃତ୍ୟୁ ହୋଇଛି ।

ଯଦି ଯୋଗୀ ମହାଶୟଙ୍କର ଉତ୍ତରପ୍ରଦେଶର ସରକାର ସଠିକ ଭାବେ ପ୍ରସ୍ତୁତି କରି ନ ଥାଆନ୍ତେ, ଯଦି ୟୁପିରେ ମଧ୍ୟ ଆମେରିକା ଭଳି ସଂହାର ଚାଲୁ ରହି ଥାଆନ୍ତା ତ ଆଜି ୟୁପିରେ 600 ସ୍ଥାନରେ 85 ହଜାର ଲୋକଙ୍କର ଜୀବନ ଚାଲି ଯାଇ ଥାଆନ୍ତା! କିନ୍ତୁ ଯେଉଁ ପରିଶ୍ରମ ୟୁପି ସରକାର କରିଛନ୍ତି, ଆମେ କହି ପାରିବା କି ଗୋଟିଏ ପ୍ରକାରରେ ଏ ପର୍ଯ୍ୟନ୍ତ ଅତି କମରେ 85 ହଜାର ଲୋକଙ୍କର ଜୀବନ ବଂଚାଇବାରେ ଆମେ ସଫଳ ହୋଇ ପାରିଛେ! ଆଜି ଯଦି ଆମେ ଆମ ନାଗରିକମାନଙ୍କର ଜୀବନ ବଂଚାଇ ପାରୁଛେ, ତ ଏହା ମଧ୍ୟ ହେଉଛି ନିଜକୁ ନିଜେ ଏକ ଖୁବ୍ ସନ୍ତୋଷ ପ୍ରଦାନକାରୀ ବିଷୟ ଆଉ ଏହା ହେଉଛି ଦେଶର ଆତ୍ମବିଶ୍ୱାସ ମଧ୍ୟ! ନଚେତ ତାହା ମଧ୍ୟ ଗୋଟିଏ ଦିନ ଥିଲା, ଯେତେବେଳେ ପ୍ରୟାଗରାଜ, ସେତେବେଳର ଆହ୍ଲାବାଦର ସାଂସଦ, ଦେଶର ପ୍ରଧାନମନ୍ତ୍ରୀ ଥିଲେ, କୁମ୍ଭମେଳାର ଦଳା-ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଶହ-ଶହ ହଜାର-ହଜାର ଲୋକ ମରି ଯାଇଥିଲେ । ତ ସେତେବେଳେ ଯେଉଁ ଲୋକମାନେ ସରକାରରେ ଥିଲେ, ସେମାନେ ନିଜର ସମସ୍ତ ବଳ ମୃତ୍ୟୁ ସଂଖ୍ୟା ଲୁଚାଇବାରେ ଲଗାଇ ଦେଇଥିଲେଏବେ ଆଜି ଉତ୍ତରପ୍ରଦେଶର ଲୋକମାନଙ୍କର ଜୀବନ ବଂଚି ଯାଉଛି, ସୁରକ୍ଷିତ ହେଉଛି, ତ ଖୁବ ଆତ୍ମସନ୍ତୋଷ ମିଳି ପାରୁଛି ।

ସାଥୀଗଣ,

ଏଥିରେ ଆଉ ଗୋଟିଏ କଥା ମଧ୍ୟ ମନେ ରଖିବାକୁ ହେବ । ଏବେ ସବୁ ସେହି ପରିସ୍ଥିତିରେ ହୋଇଛି ଯେତେବେଳେ କି ସାରା ଦେଶରେ ପ୍ରାୟ 30-35 ଲକ୍ଷରୁ ଅଧିକ ଶ୍ରମିକ ସାଥୀ, କାମ କରୁଥିବା ସାଥୀ, ୟୁପିରେ ବିଗତ ସପ୍ତାହମାନଙ୍କରେ ନିଜ ଗାଁକୁ ଫେରିଥିଲେ । ଶହ ଶହ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଲାଇ ୟୁପି ସରକାର ଅସୁବିଧାରେ ଫସି ରହିଥିବା ନିଜ ଲୋକମାନଙ୍କୁ ଫେରାଇ ଆଣିଥିଲେ । ଅନ୍ୟ ରାଜ୍ୟରୁ ଆସିଥିବା ଏହି ସାଥୀମାନଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଆହୁରି ଅଧିକ ଥିଲା । କିନ୍ତୁ, ଉତ୍ତରପ୍ରଦେଶ ଯେଉଁଭଳି ଭାବେ ସ୍ଥିତିକୁ ସମ୍ବେଦନଶୀଳ ଭାବେ ଆୟତ୍ତ କରିଥିଲେ, ତାହା ରାଜ୍ୟକୁ ଏକ ବଡ଼ ସଙ୍କଟରୁ ବାହାରକୁ ବାହାର କରି ଆଣିଲା ।

ସାଥୀଗଣ,

ୟୁପିରେ 2017 ପୂର୍ବରୁ ଯେଉଁ ପ୍ରକାରର ଶାସନ ଚାଲୁଥିଲା, ଯେଉଁ ଭଳି ଭାବେ ସରକାର ଚାଲୁଥିଲା, ସେହି ପରିସ୍ଥିତିରେ, ଆମେ ଏହି ପ୍ରକାରର ଫଳାଫଳର ଆଶା କେବେ ହେଲେ ମଧ୍ୟ କରି ପାରି ନଥାଆନ୍ତେ । ପୂର୍ବର ସରକାର ଥାଆନ୍ତେ, ତ ହସ୍ପିଟାଲ ସଂଖ୍ୟାର ବାହାନ କରି, ଶଯ୍ୟା ସଂଖ୍ୟାର ବାହାନା କରି, ଏହି ଆହ୍ୱାନକୁ ଟାଳି ଦେଇ ଥାଆନ୍ତେ । କିନ୍ତୁ ଯୋଗୀ ମହାଶୟ ଏପରି କଲେ ନାହିଁ । ଯୋଗୀ ମହାଶୟ, ତାଙ୍କ ସରକାର, ପରିସ୍ଥିତିର ଗମ୍ଭୀରତାକୁ ବୁଝିଲେ । ସେ ବୁଝିଲେ କି ଏତେ ବଡ଼-ବଡ଼ ଦେଶଗୁଡ଼ିକର ଅବସ୍ଥା କିପରି ହୋଇ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସେ ଏବଂ ତାଙ୍କ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କଲେ ।

କ୍ୱାରେନଟାଇନ କେନ୍ଦ୍ର ହେଉ, ଆଇସୋଲେସନର ସୁବିଧା ରହିଥାଉ, ଏହାର ନିର୍ମାଣ ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଇ ଦିଆଗଲା । ତାଙ୍କର ପିତାଙ୍କର ସ୍ୱର୍ଗବାସ ହେଲା । ପିତାଙ୍କର ଅନ୍ତ୍ୟେଷ୍ଟିରେ ଯିବା ପରିବର୍ତ୍ତେ ଇଏ ଉତ୍ତରପ୍ରଦେଶର ଲୋକମାନଙ୍କ ପାଇଁ ଜୀବନକୁ ବାଜି ଲଗାଇ ଦେଇଥିବା ଯୋଗୀ ମହାଶୟ ଏହି କରୋନାରୁ ରକ୍ଷା କରିବା ପାଇଁ ଆପଣମାନଙ୍କ ସହିତ ଲାଗି ପଡ଼ିଲେ । ଯେଉଁ ଶ୍ରମିକମାନେ ବାହାରୁ ଆସୁଥିଲେ, ସେମାନଙ୍କ ପାଇଁ ବହୁତ କମ୍ ସମୟ ମଧ୍ୟରେ ପ୍ରାୟ 60 ହଜାର ଗ୍ରାମୀଣ ନିରୀକ୍ଷଣ ସମିତିମାନ ଗଠନ କରାଗଲା । ଏହି ସମିତିଗୁଡ଼ିକ ଗାଁରେ କ୍ୱାରେଂଟାଇନର ବ୍ୟବସ୍ଥା ବିକଶିତ କରିବାରେ ବହୁତ ସାହାଯ୍ୟ କଲେ । କେବଳ ଦୁଇ-ଅଢ଼େଇ ମାସ ମଧ୍ୟରେ ହିଁ ୟୁପିରେ କରୋନାର ରୋଗୀମାନଙ୍କର ଚିକିତ୍ସା ପାଇଁ ହସ୍ପିଟାଲମାନଙ୍କରେ ଏକ ଲକ୍ଷ ଶଯ୍ୟା ମଧ୍ୟ ପ୍ରସ୍ତୁତ ହୋଇଗଲା ।

ସାଥୀଗଣ,

ଲକଡାଉନ ସମୟରେ, ଗରିବଙ୍କୁ ଭୋଜନ ପାଇଁ ସମସ୍ୟା ନ ହେଉ, ଏଥିପାଇଁ ଯୋଗୀଙ୍କ ସରକାର ଯେଉଁଭଳି ଭାବେ କାର୍ଯ୍ୟ କରିଛନ୍ତି, ତାହା ମଧ୍ୟ ହେଉଛି ଅଦ୍ଭୁତପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ୟୁପି ଖୁବ ଦ୍ରୁତ ଗତିରେ ଗରିବ ଏବଂ ଗାଁକୁ ଫେରିଥିବା ଗରିବ ସାଥୀଙ୍କ ପାଖରେ ମାଗଣା ରାସନ ପହଂଚାଇଲେ । ଅର୍ଥାତ ଏହି ବ୍ୟବସ୍ଥା କଲେ କି 15 କୋଟି ଗରିବଙ୍କୁ ଭୋଜନ ଜନିତ କୌଣସି ସମସ୍ୟା ନ ହେଉ । କେହି ଭୋକ ଉପାସରେ ନ ଶୁଅନ୍ତୁ ।

ଏହି ସମୟ ମଧ୍ୟରେ ୟୁପିରେ ଗରିବଙ୍କୁ 42 ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟାନ୍ନ ବଂଟା ଯାଇଛି । ଯାହାଙ୍କ ପାଖରେ ରାସନ କାର୍ଡ ନଥିଲା, ସେମାନଙ୍କ ପାଇଁ ମଧ୍ୟ ୟୁପି ସରକାର ସରକାରୀ ରାସନ ଦୋକାନର ଦ୍ୱାର ଖୋଲି ଦେଲେ । କେବଳ ଏତିକି ହିଁ ନୁହେଁ, ଉତ୍ତରପ୍ରଦେଶର ତିନି କୋଟି ପଚିଶ ଲକ୍ଷ ଗରିବ ମହିଳାଙ୍କ ଜନଧନ ଖାତାରେ ପ୍ରାୟ 5 ହଜାର କୋଟି ଟଙ୍କା ମଧ୍ୟ ସିଧାସଳଖ ଭାବେ ହସ୍ତାନ୍ତର କରାଯାଇଛି । ସ୍ୱାଧୀନତା ପରର ଇତିହାସରେ ସମ୍ଭବତଃ କୌଣସି ସରକାର ଗରିବମାନଙ୍କୁ ଏତେ ବଡ଼ ପରିମାଣରେ ସାହାଯ୍ୟ କରି ନାହାନ୍ତି ।

ସାଥୀଗଣ,

ଭାରତକୁ ଦ୍ରୁତ ଗତିରେ ଆତ୍ମନିର୍ଭରତାର ରାସ୍ତାକୁ ନେଇ ଯିବାର ଅଭିଯାନ ହେଉ କିମ୍ବା ଗରିବ କଲ୍ୟାଣ ରୋଜଗାର ଅଭିଯାନ ହେଉ, ଉତ୍ତରପ୍ରଦେଶ ଏଥିରେ ମଧ୍ୟ ଖୁବ ଆଗରେ ଚାଲୁଛି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ ଶ୍ରମିକମାନଙ୍କର ଆୟର ସାଧନ ବୃଦ୍ଧି କରିବା ପାଇଁ ଗାଁ ମାନଙ୍କରେ ଅନେକ କାର୍ଯ୍ୟର ଶୁଭାରମ୍ଭ କରାଯାଉଛି । ଗରିବଙ୍କ ପାଇଁ ପକ୍କା ଘରର ନିର୍ମାଣ ହେଉ, ସାମୁହିକ ଶୌଚାଳୟର ନିର୍ମାଣ ହେଉ, ପଞ୍ଚାୟତ ଭବନର କାର୍ଯ୍ୟ ହେଉ, କୂଅ-ପୋଖରୀ ନିର୍ମାଣ କରିବା, ସଡ଼କ ନିର୍ମାଣ କରିବା, ଇଂଟରନେଟର ଲାଇନ ବିଛେଇବା, ଏଭଳି 25 ପ୍ରକାରର କାର୍ଯ୍ୟର ତାଲିକା କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ।

ଆଜି ଏହାକୁ ସଂପ୍ରସାରଣ କରି, ଏଥିରେ ଆତ୍ମନିର୍ଭର ଭାରତ ଅଭିଯାନକୁ ମଧ୍ୟ ସାମିଲ କରି, ଉତ୍ତରପ୍ରଦେଶ ସିଧାସଳଖ ଭାବେ ପ୍ରାୟ-ପ୍ରାୟ ଶହେ ପଚିଶ କୋଟି ଶ୍ରମିକ ଏବଂ ମଜଦୁର ସାଥୀଙ୍କୁ ରୋଜଗାର ଦେବାର ପ୍ରୟାସ କରିଛନ୍ତି । ଏଥି ମଧ୍ୟରୁ ପ୍ରାୟ 60 ଲକ୍ଷଙ୍କୁ ଗାଁର ବିକାଶ ସହ ଜଡ଼ିତ ଯୋଜନାଗୁଡ଼ିକରେ ତ ପ୍ରାୟ 40 ଲକ୍ଷଙ୍କୁ ଛୋଟ ଉଦ୍ୟୋଗ ଅର୍ଥାତ ଏମଏସଏମଇରେ ରୋଜଗାର ଦିଆଯାଉଛି । ଏହା ବ୍ୟତୀତ ସ୍ୱରୋଜଗାର ପାଇଁ ହଜାର-ହଜାର ଉଦ୍ୟମୀଙ୍କୁ ମୁଦ୍ରା ଯୋଜନା ମାଧ୍ୟମରେ ପ୍ରାୟ 10 ହଜାର କୋଟି ଟଙ୍କାର ଋଣ ଆବଂଟିତ କରାଯାଇଛି । ଋଣ ସହିତ ଆଜି, ହଜାର-ହଜାର ହସ୍ତଶିଳ୍ପୀମାନଙ୍କୁ, ଆଧୁନିକ ମେସିନ ଏବଂ ଟୁଲ-କିଟ୍ ବା ଯନ୍ତ୍ରପାତି ମଧ୍ୟ ଦିଆଯାଇଛି । ଏହାଦ୍ୱାରା ହସ୍ତଶିଳ୍ପୀମାନଙ୍କର କାମ ମଧ୍ୟ ବଢ଼ିବ ଏବଂ ସେମାନଙ୍କୁ ସୁବିଧା ମଧ୍ୟ ମିଳିବ । ମୁଁ ସମସ୍ତ ହିତାଧିକାରୀଙ୍କୁ, ରୋଜଗାର ପାଇଥିବା ଲୋକମାନଙ୍କୁ ପୁଣିଥରେ ବହୁତ-ବହୁତ ଶୁଭକାମନା ଜଣାଉଛି ।

ସାଥୀଗଣ,

ୟୁପିର ସାଂସଦ ଭାବେ ମଧ୍ୟ ଯୋଗୀ ମହାଶୟଙ୍କ ସହିତ କ୍ରମାଗତ ଭାବେ ସଂପର୍କରେ ରହିଛି । ପଚିଶ କୋଟ ଶ୍ରମିକଙ୍କୁ, କର୍ମଚାରୀଙ୍କୁ ଚିହ୍ନଟ କରିବା, 30 ଲକ୍ଷରୁ ଅଧିକ ଶ୍ରମିକଙ୍କ ଦକ୍ଷତାର, ଅନୁଭବର ଡାଟା ପ୍ରସ୍ତୁତ କରିବା ଏବଂ ସେମାନଙ୍କର ରୋଜଗାରର ଉପଯୁକ୍ତ ବ୍ୟବସ୍ଥା କରିବା, ଏହା ଦର୍ଶାଉଛି ଉତ୍ତର ପ୍ରଦେଶ ସରକାର କିଭଳି ଭାବେ ଭଲଭାବେ ପ୍ରସ୍ତୁତ କରିଛନ୍ତି, କେତେ ବ୍ୟାପକ ଭାବେ କରିଛନ୍ତି । ୟୁପିର ଏକ ଜନପଦ, ଏକ ଉତ୍ପାଦଯୋଜନା ତ ପୂର୍ବରୁ ମଧ୍ୟ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେଉଛି, ସେଗୁଡିକୁ ଏକ ବଡ଼ ବଜାର ଦେଉଛି ।

ଏବେ ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଯେତେବେଳେ ସମଗ୍ର ଦେଶରେ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟୋଗ ଗୁଡିକର କ୍ଲଷ୍ଟର ବା ପୁଞ୍ଜ ପ୍ରତିଷ୍ଠା କରାଯାଉଛି, ସେତେବେଳେ ଉତ୍ତର ପ୍ରଦେଶକୁ ବହୁତ ଅଧିକ ଲାଭ ମିଳିବ । ଏଥିରେ କପଡାର, ରେଶମର, ଚମଡାର, ପିତଳର, ଏଭଳି ଯେଉଁ ଅନେକ ଔଦ୍ୟୋଗିକ କ୍ଲଷ୍ଟର ରହିଛି, ସେମାନଙ୍କୁ ଶକ୍ତି ମିଳିବ, ନୂତନ ବଜାର ମିଳିବ ।

ସାଥୀଗଣ,

ଆତ୍ମନିର୍ଭର ଭାରତ ଅଭିଯାନର ବହୁତ ବଡ ଲାଭ ଉତ୍ତର ପ୍ରଦେଶର କୃଷକଙ୍କୁ ମିଳିବ । କୃଷକମାନଙ୍କ ହିତ ପାଇଁ, ଛୋଟ ବ୍ୟବସାୟୀଙ୍କ ହିତ ପାଇଁ, ଦଶକ ଦଶକ ଧରି ତିନୋଟି ବଡ଼ ସଂସ୍କାର ନେଇ ନିରନ୍ତର ଦାବି ହେଉଥିଲା । ଏବେ କେନ୍ଦ୍ର ସରକାର ଯେଉଁ 3ଟି ଆଇନ ନେଇ ଆସିଛନ୍ତି, ତାହା ଦ୍ୱାରା କୃଷକମାନଙ୍କୁ ମଣ୍ଡି ବାହାରେ ମଧ୍ୟ ନିଜ ଉତ୍ପାଦ ବିକ୍ରି କରିବାର ଅଧିକାର ମିଳି ଯାଇଛି । ଅର୍ଥାତ ଯେଉଁଠାରେ ଭଲ ଦର ମିଳିବ, କୃଷକ ସେଠାରେ ନିଜ ସାମଗ୍ରୀ ବିକ୍ରି କରିବ । ଦ୍ୱିତୀୟରେ, ଏବେ କୃଷକ ଯଦି ଚାହିଁବ ତ ଫସଲ ବୁଣିବା ସମୟରୁ ହିଁ ନିଜ ଫସଲର ମୂଲ୍ୟ ସ୍ଥିର କରି ପାରିବ ।

ଏବେ ଆଳୁ ଫସଲ ଉତ୍ପାଦନ କରୁଥିବା କୃଷକ, ଚିପ୍ସ ତିଆରି କରୁଥିବା ଉଦ୍ୟୋଗ ସହିତ, ଆମ୍ବ ଚାଷ କରୁଥିବା ଫସଲ ଆମ୍ବ ରସ ପ୍ରସ୍ତୁତ କରୁଥିବା କମ୍ପାନୀ ସହିତ, ଟମାଟୋ ଚାଷ କରୁଥିବା କୃଷକ ସସ୍ ପ୍ରସ୍ତୁତ କରୁଥିବା କମ୍ପାନୀ ସହିତ, ଫସଲ ଚାଷ ସମୟରୁ ହିଁ ବୁଝାମଣା କରି ପାରିବ । ଯାହାଦ୍ୱାରା ତାକୁ ଦର ହ୍ରାସର ଚିନ୍ତାରୁ ମୁକ୍ତି ମିଳି ପାରିବ ।

ସାଥୀଗଣ,

ଏହା ବ୍ୟତୀତ ଆମର ପଶୁପାଳକମାନଙ୍କ ପାଇଁ ଅନେକ ନୂଆ ପଦକ୍ଷେପ ନିଆଯାଉଛି । ଦୁଇ ଦିନ ପୂର୍ବରୁ ହିଁ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ 15 ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଭିତ୍ତିଭୂମି ପାଣ୍ଠି ପ୍ରତିଷ୍ଠା କରାଯାଇଛି । ଏହାଦ୍ୱାରା ପ୍ରାୟ ଆଉ 1 କୋଟି ନୂତନ କୃଷକ, ପଶୁପପାଳକମାନଙ୍କୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହିତ ସାମିଲ କରାଯିବ, ଦୁଗ୍ଧ ଉତ୍ପାଦନ ସହିତ ଜଡ଼ିତ ନୂତନ ସୁବିଧାମାନ ପ୍ରସ୍ତୁତ କରାଯିବ । ଅନୁମାନ କରାଯାଉଛି କି ଆଗାମୀ ଦିନମାନଙ୍କରେ ଏହାଦ୍ୱାରା ଗାଁମାନଙ୍କରେ ପ୍ରାୟ 35 ଲକ୍ଷ ନୂତନ ରୋଜଗାର ସୃଷ୍ଟି ହେବ । ପଅରଦିନ କେନ୍ଦ୍ର ସରକାର ୟୁପିରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ବୌଦ୍ଧ ସର୍କିଟ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ କୁଶୀନଗର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦର ଭାବେ ଘୋଷଣା କରାଯାଇଛି । ଏହାଦ୍ୱାରା ପୂର୍ବାଂଚଳରେ ବିମାନ ଯୋଗାଯୋଗ ଆହୁରି ସଶକ୍ତ ହେବ ଏବଂ ଦେଶ ବିଦେଶରେ ମହାତ୍ମା ବୁଦ୍ଧଙ୍କ ପ୍ରତି ଆସ୍ଥା ପ୍ରକଟ କରୁଥିବା କୋଟି କୋଟି ଶ୍ରଦ୍ଧାଳୁ ଏବେ ସହଜରେ ଉତ୍ତରପ୍ରଦେଶ ଆସି ପାରିବେ । ଏହାଦ୍ୱାରା ମଧ୍ୟ ସ୍ଥାନୀୟ ଯୁବକମାନଙ୍କ ପାଇଁ ରୋଜଗାର ଏବଂ ସ୍ୱରୋଜଗାରର ଅନେକ ସୁଯୋଗ ସୃଷ୍ଟି ହେବ । ଆଉ ପର୍ଯ୍ୟଟନ କ୍ଷେତ୍ରର ଏକ ସ୍ୱତନ୍ତ୍ରତା ଆପଣମାନେ ମଧ୍ୟ ଜାଣନ୍ତି । ଏହି କ୍ଷେତ୍ର, ଅତି କମ୍ ପୁଞ୍ଜିରେ, ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଥାଏ ।

ସାଥୀଗଣ,

ଉତ୍ତରପ୍ରଦେଶ, ସଦା ସର୍ବଦା ଭାରତର ପ୍ରଗତି ପଥର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ରହି ଆସିଛି । ଗାଁ-ଗରିବ ଏବଂ ଦେଶକୁ ସଶକ୍ତ କରିବା ପାଇଁ ଯେଉଁ ମିଶନକୁ ନେଇ ଆମେ ଚାଲିଛୁ, ସେଥିରେ ଉତ୍ତରପ୍ରଦେଶର ଯୋଗଦାନ, ଏଠାରେ ବିଜେପି ସରକାର ଆସିବା ପରେ ଏବେ କ୍ରମାଗତ ଭାବେ ବଢ଼ି ଚାଲିଛି । ବିଗତ 3-ସାଢ଼େ 3 ବର୍ଷରେ ପ୍ରତ୍ୟେକ ବଡ଼ ଯୋଜନାରେ ଉତ୍ତରପ୍ରଦେଶ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । କେବଳ ତିନି ବର୍ଷରେ ଉତ୍ତରପ୍ରଦେଶର ଗରିବମାନଙ୍କ ପାଇଁ 30 ଲକ୍ଷରୁ ଅଧିକ ଛାତ ଘର ନିର୍ମାଣ କରାଯାଇଛି । କେବଳ 3 ବର୍ଷର ପରିଶ୍ରମ ଦ୍ୱାରା ଉତ୍ତରପ୍ରଦେଶ ନିଜକୁ ଖୋଲା ଶୌଚରୁ ମୁକ୍ତ ଘୋଷଣା କରିଛି । କେବଳ 3 ବର୍ଷରେ ପାରଦର୍ଶୀ ଭାବେ ୟୁପି 3 ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେଇଛି । ମାତ୍ର 3 ବର୍ଷର ପ୍ରୟାସରେ ୟୁପିରେ ମାତୃ ମୃତ୍ୟୁ ହାର 30 ପ୍ରତିଶତ ହ୍ରାସ ଘଟିଛି ।

ସାଥୀଗଣ,

ବର୍ଷ ବର୍ଷ ଧରି ପୂର୍ବାଂଚଳରେ ଇନସେଫାଲାଇଟିସ୍ ମହାମାରୀ ଭଳି କାୟା ବିସ୍ତାର କରିଥିଲା । ଅନେକ ନବଯାତ ଶିଶୁଙ୍କର ଦୁଃଖଦ ମୃତ୍ୟୁ ଏହି ରୋଗ ଦ୍ୱାରା ହୋଇ ଯାଉଥିଲା । ଏବେ ୟୁପି ସରକାରଙ୍କ ପ୍ରୟାସ ଦ୍ୱାରା, ଏହି ରୋଗର ରୋଗୀଙ୍କ ସଂଖ୍ୟା ତ ବହୁତ କମ୍ ହୋଇଛି, ମୃତ୍ୟୁ ଦର ମଧ୍ୟ 90 ପ୍ରତିଶତ ପଯ୍ୟନ୍ତ ହ୍ରାସ ପାଇଛି । ଏହା ବ୍ୟତୀତ ମେଡିକାଲ କଲେଜ ହେଉ ଅବା ପୁଣି ଆୟୂଷ୍ମାନ ଭାରତ ଅଭିଯାନ ଅଧୀନରେ ଅନ୍ୟାନ୍ୟ ସୁବିଧା, ଏଥିରେ ମଧ୍ୟ ୟୁପି ପ୍ରଶଂସନୀୟ କାର୍ଯ୍ୟ କରିଛି ।

ବିଜୁଳି, ପାଣି, ସଡ଼କ ଭଳି ମୌଳିକ ସୁବିଧାଗୁଡ଼ିକରେ ଅଭୂତପୂର୍ବ ସୁଧାର ହୋଇଛି । ନୂତନ ସଡ଼କ ଏବଂ ଏକ୍ସପ୍ରେସ ୱେର ନିର୍ମାଣରେ ୟୁପି ଆଗେଇ ଚାଲିଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଯେ, ଉତ୍ତରପ୍ରଦେଶରେ ଆଜି ଶାନ୍ତି ବିରାଜମାନ କରୁଛି, ଆଇନର ଶାସନ ମଧ୍ୟ ବଜାୟ ରହିଛି । ଏହା ହେଉଛି କାରଣ ଯେ, ଉତ୍ତରପ୍ରଦେଶ ଉପରେ ସମଗ୍ର ଦୁନିଆର ନିବେଶକମାନଙ୍କର ଦୃଷ୍ଟି ରହିଛି । ସରକାର ଦେଶୀ ଏବଂ ବିଦେଶୀ ନିବେଶକକୁ ଆକର୍ଷିତ କରିବା ପାଇଁ ଯାହା ମଧ୍ୟ ପଦକ୍ଷେପ ଉଠାଉଛନ୍ତି, ତାହାର ବହୁତ ବଡ଼ ଲାଭ ୟୁପି ଉଠାଉଛି । ଆଉ ଦେଖନ୍ତୁ, ଆଜି ମଧ୍ୟ, ଯେତେବେଳେ ଅନ୍ୟ ରାଜ୍ୟ କରୋନା ସହିତ ଳଢ଼େଇ ଲଢ଼ୁଛନ୍ତି, ୟୁପି ନିଜ ବିକାଶ ପାଇଁ ଏତେ ବଡ଼ ଯୋଜନା ଆରମ୍ଭ କରି ଦେଇଛି । ଗୋଟିଏ ପ୍ରକାରରେ ବିପଦ ସହିତ ଆସୁଥିବା ପ୍ରତ୍ୟେକ ସୁଯୋଗକୁ ୟୁପି ସରକାର ସାକାର କରୁଛନ୍ତି । ପୁଣିଥରେ ଆପଣ ସମସ୍ତଙ୍କୁ, ରୋଜଗାରର ଏହି ସମସ୍ତ ସୁଯୋଗ ପାଇଁ ବହୁତ-ବହୁତ ଶୁଭେଚ୍ଛା!!

ମନେ ରଖନ୍ତୁ, ଏବେ କରୋନା ବିରୁଦ୍ଧରେ ଆମର ଲଢ଼େଇ ଜାରି ରହିଛି । କାମକୁ ବାହାରନ୍ତୁ, କିନ୍ତୁ ଦୁଇ ଗଜର ଦୂରତା, ମୁହଁରେ ମାସ୍କ ଏବଂ କ୍ରମାଗତ ପରିଷ୍କାର-ପରିଚ୍ଛନ୍ନତା, ଏହା ବହୁତ ଆବଶ୍ୟକ । ଜୀବନ ଏବଂ ଜୀବିକା, ଉଭୟର ସୁରକ୍ଷାର ଏହି ଲଢ଼େଇ ଉତ୍ତରପ୍ରଦେଶ ଜିତିବ ଏବଂ ଭାରତ ମଧ୍ୟ ଜିତିବ ।

ବହୁତ-ବହୁତ କୃତଜ୍ଞତା!!

**********



(Release ID: 1634874) Visitor Counter : 173