ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା

• କୋଭିଡ-19 ପରୀକ୍ଷା ଦିନକୁ 2 ଲକ୍ଷରୁ ଅଧିକରେ ପହଞ୍ଚିଲା
• କୋଭିଡ-19 ପରୀକ୍ଷାଗାର ସଂଖ୍ୟା 1000 ଛୁଇଁଲା

Posted On: 24 JUN 2020 3:05PM by PIB Bhubaneshwar

ଦେଶରେ କରୋନା ନମୁନା ପରୀକ୍ଷା ସୁବିଧାର ଏକ ମହତ୍ଵପୂର୍ଣ୍ଣ ବୃଦ୍ଧିରେ ଗତ 24 ଘଣ୍ଟା ମଧ୍ୟରେ ଦିନକୁ 2 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ।  

ଗତକାଲି ପରୀକ୍ଷା କରାଯାଇଥିବା 2,15,195 ନମୁନାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା 73,52,911 । ସରକାରୀ ପରୀକ୍ଷାଗାରରେ 1,71,587 ନମୁନା ପରୀକ୍ଷା ହୋଇଥିବାବେଳେ 43,608 ଘରୋଇ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା । ଏହି ସଂଖ୍ୟା ସହିତ ଘରୋଇ ପରୀକ୍ଷାଗାରଗୁଡିକର ପ୍ରତିଦିନର ନମୁନା ସଂଗ୍ରହ ସର୍ବାଧିକରେ ପହଞ୍ଚିଛି ।

କୋଭିଡ-19 ପରୀକ୍ଷା ପାଇଁ ବୃଦ୍ଧି ପାଉଥିବା ପରୀକ୍ଷାଗାର ନେଟୱାର୍କର ଏକ ସାକ୍ଷ୍ୟ ଭାବେ ବର୍ତ୍ତମାନ ଭାରତରେ 1000 ପରୀକ୍ଷାଗାର ଅଛି । ଏଥିରେ ସରକାରୀ 730 ଏବଂ ବେସରକାରୀ 270 ପରୀକ୍ଷାଗାର ରହିଛି ।

  • Real-Time RT PCR based testing labs: 557 (Govt: 359 + Private: 198)
  • TrueNat based testing labs: 363 (Govt: 343 + Private: 20)
  • CBNAAT based testing labs: 80 (Govt: 28 + Private: 52)

ସୁସ୍ଥ ହେଉଥିବା କୋଭିଡ-19 ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ ମୋଟ 10,495 ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ 2,58,684 କରୋନା ରୋଗୀ ସୁସ୍ଥି ହୋଇସାରିଲେଣି । ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ହାର ଶତକଡା 56.71 ।

ବର୍ତ୍ତମାନ 1,83,022 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 



(Release ID: 1634365) Visitor Counter : 203