ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ହେଲା 50 ହଜାରରୁ ଅଧିକ
• ଆରୋଗ୍ୟ ଲାଭ ହାର ଶତକଡା 55.49କୁ ବୃଦ୍ଧି

Posted On: 21 JUN 2020 11:32AM by PIB Bhubaneshwar

କୋଭିଡ-19 ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ବର୍ତ୍ତମାନ ସୁଦ୍ଧା ମୋଟ 2,27,755 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ବିଗତ 24 ଘଣ୍ଟା ମଧ୍ୟରେ 13,925 କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ଶତକଡା 55.49କୁ ବୃଦ୍ଧି ପାଇଛି ।

ବର୍ତ୍ତମାନ 1,69,451 ସକ୍ରିୟ ରୋଗୀ ଚିକିତ୍ସାଧୀନ ରହିଛନ୍ତି ।

ଆଜି ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ସଂଖ୍ୟାଠାରୁ 58,305 ଅଧିକ ହୋଇଛି ।

ପରୀକ୍ଷାଗାର ଏବଂ ପରୀକ୍ଷଣ ଭିତ୍ତିଭୂମିକୁ ବୃଦ୍ଧି କରିବାର ପ୍ରୟାସରେ ସରକାରୀ ପରୀକ୍ଷାଗାର 722କୁ ବୃଦ୍ଧି କରାଯାଇଥିବା ବେଳେ ବେସରକାରୀ ପରୀକ୍ଷାଗାର 259କୁ ବୃଦ୍ଧି କରାଯାଇଛି, ଯାହାଫଳରେ ବର୍ତ୍ତମାନ ଦେଶରେ ମୋଟ ପରୀକ୍ଷାଗାର ସଂଖ୍ୟା 981ରେ ପହଞ୍ଚିଛି

Real-Time RT PCR based testing labs: 547 (Govt: 354 + Private: 193)

TrueNat based testing labs : 358 (Govt: 341 + Private: 17)

CBNAAT based testing labs : 76 (Govt: 27 + Private: 49)

ନମୁନା ପରୀକ୍ଷଣ ସଂଖ୍ୟା ମଧ୍ୟ ପ୍ରତିଦିନ କ୍ରମାଗତ ବୃଦ୍ଧି ପାଊଛି ଗତ 24 ଘଣ୍ଟା ମଧ୍ୟରେ 1,90,730ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି । ଆଜିସୁଦ୍ଧା ମୋଟ 68,07,226ଟି ନମୁନା ପରୀକ୍ଷା ହୋଇସାରିଲାଣି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 

 



(Release ID: 1633157) Visitor Counter : 168