ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

• ଯୋଗ ଦିବସ ଏକତା ଓ ବିଶ୍ୱ ଭ୍ରାତୃତ୍ୱର ଦିନ : ପ୍ରଧାନମନ୍ତ୍ରୀ
• ଯୋଗ ପାରିବାରିକ ବନ୍ଧନକୁ ସୁଦୃଢ଼ କରେ : ପ୍ରଧାନମନ୍ତ୍ରୀ
• କୋଭିଡ-19 ଭୂତାଣୁ ବିରୋଧରେ ପ୍ରତିରୋଧ ଶକ୍ତି ବୃଦ୍ଧି କରେ ଯୋଗ : ପ୍ରଧାନମନ୍ତ୍ରୀ

Posted On: 21 JUN 2020 9:43AM by PIB Bhubaneshwar

ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ଆନ୍ତର୍ଜାତିକ ଯୋଗ ଦିବସ ଏକତା ଓ ବିଶ୍ୱ ଭାଇଚାରାର ଦିନ । କୋଭିଡ-19 ମହାମାରୀ ଯୋଗୁ ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଇଲେକ୍ଟ୍ରୋନିକ ଓ ଡିଜିଟାଲ ମଞ୍ଚରେ ପାଳିତ ହେଉଛି । ଲୋକେ ପରିବାର ସହିତ ନିଜ ଘରେ ଯୋଗ ଅଭ୍ୟାସ କରୁଛନ୍ତି । ଯୋଗ ସମସ୍ତଙ୍କୁ ଏକାଠି କରିପାରିଛି । ସାରା ବିଶ୍ୱରେ ମାଇ ଲାଇଫ- ମାଇ ଯୋଗ ଭିଡିଓ ବ୍ଲଗିଂ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିବା ଏହାର ଲୋକପ୍ରିୟତାକୁ ଦର୍ଶାଉଛି । ଆମମାନଙ୍କୁ ବୃହତ ସମାବେଶରୁ ଦୂରେଇ ରହିବାକୁ ହେବ ଓ ପରିବାର ସହିତ ଘରେ ହିଁ ଯୋଗାଭ୍ୟାସ କରିବାକୁ ହେବ । ଚଳିତ ଆନ୍ତର୍ଜାତିକ ଯୋଗ ଦିବସର ଶୀର୍ଷକ ଘରେ ଯୋଗ ଓ ପରିବାର ସହ ଯୋଗରହିଛି । ଯୋଗ ପାରିବାରିକ ବନ୍ଧନକୁ ମଜବୁତ କରୁଛି । ପରିବାରରେ ପିଲା, ଯୁବକ, ବୟସ୍କ ଯୋଗାଭ୍ୟାସ କରିବାରୁ ପାରିବାରିକ ବନ୍ଧନ ମଜବୁତ ହେଉଛି । ଘରେ ସକାରାତ୍ମକ ଉର୍ଜା ପ୍ରବାହିତ ହେଉଛି । ଯୋଗ ଭାବନାତ୍ମକ ଦୃଢତାକୁ ମଧ୍ୟ ପ୍ରୋତ୍ସାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଯୋଗ ଶରୀରର ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ମଜବୁତ କରିଥାଏ । ଦୈନନ୍ଦିନ ଜୀବନରେ ପ୍ରାଣାୟମକୁ ନିଶ୍ଚିତ ଭାବେ ସାମିଲ କରିବାକୁ ପଡିବ । ପ୍ରାଣାୟାମ ବା ଶ୍ୱାସ ସମ୍ବନ୍ଧୀୟ ବ୍ୟାୟାମ ଶାସତନ୍ତ୍ରକୁ ମଜବୁତ କରିଥାଏ । କୋଭିଡ-19 ଭୂତାଣୁ ଯୋଗୁଁ ମୁଖ୍ୟତଃ ଶ୍ୱାସତନ୍ତ୍ର ପ୍ରଭାବିତ ହେଉଥିବାରୁ ବର୍ତ୍ତମାନ ସମୟରେ ପ୍ରାଣାୟାମର ବେଶ ପ୍ରାସଙ୍ଗିକତା ରହିଛି । ଯୋଗ ଏକତାର ଶକ୍ତି ଭାବେ ଉଭା ହୋଇଛି । କୌଣସି ଭେଦଭାବ ନରଖି ଏହା ମାନବୀୟ ସମ୍ପର୍କକୁ ମଜବୁତ କରିଥାଏ । ଜାତି, ବର୍ଣ୍ଣ, ଲିଙ୍ଗ, ବିଶ୍ୱାସର ଉଦ୍ଧ୍ୱର୍ରେ ଯେକୌଣସି ବ୍ୟକ୍ତି ଯୋଗକୁ ଆପଣାଇ ପାରିବେ । ଯଦି ଆମେ ନିଜକୁ ସୁସ୍ଥ ରଖିପାରିବା ତେବେ ସାରା ବିଶ୍ୱରେ ମାନବଜାତି ସୁସ୍ଥ ଓ ସୁଖୀ ହେବ । ଏହା କେବଳ ଯୋଗ ମାଧ୍ୟମରେ ସଫଳ ହୋଇପାରିବ ।

ସଚେତନ ନାଗରିକ ଭାବେ ଆମେ ଏକ ପରିବାର ଓ ଏକ ସମାଜ ଭାବରେ ଏକାଠି ହୋଇ ଆଗକୁ ବଢିବା । ଘରେ ଯୋଗ ଓ ପରିବାର ସହିତ ଯୋଗକୁ ନିଜ ଜୀବନରେ ସାମିଲ କରିବାକୁ ଉଦ୍ୟମ କରିବା । ଆମେ ନିଶ୍ଚିତ ସଫଳ ହେବା ଓ ଜିତିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********

 



(Release ID: 1633146) Visitor Counter : 206