ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଚାର୍ଯ୍ୟ ମହାପ୍ରଜ୍ଞଙ୍କ ଜନ୍ମ ଶତବାର୍ଷିକ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 19 JUN 2020 11:34AM by PIB Bhubaneswar

ନମସ୍କାର ।

ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣ ମହୋଦୟ, ତେରାପନ୍ଥୀ ମହାସଭାର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଗୋୟଲ ମହାଶୟ, ଏବଂ ଟେକ୍ନୋଲୋଜି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ମହାନୁଭବ, ସମସ୍ତ ସାଥୀ!

ଏହା ହେଉଛି ଆମ ସମସ୍ତଙ୍କର ସୌଭାଗ୍ୟ ଯେ, ସନ୍ଥ ପ୍ରବର ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞ ମହୋଦୟଙ୍କ ଜନ୍ମ ଶତାବ୍ଦୀର ପବିତ୍ର ଅବସରରେ ଆମେ ସମସ୍ତେ ଏକାଠି ହୋଇଛେ । ତାଙ୍କର କୃପା, ତାଙ୍କର ଆଶୀର୍ବାଦକୁ, ଆପଣ, ମୁଁ, ଆମେ ସମସ୍ତେ ଅନୁଭବ କରୁଛେ ।

ସନ୍ଥ ପ୍ରବର ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞ ମହୋଦୟଙ୍କୁ ପ୍ରଣାମ କରି, ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ, ମୁଁ ଆପଣ ସମସସ୍ତଙ୍କୁ ମଧ୍ୟ ବହୁତ-ବହୁତ ଶୁଭକାମନା ଜଣାଉଛି । ମୁଁ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣ ମହାଶୟଙ୍କୁ ମଧ୍ୟ ବିଶେଷ  ଧନ୍ୟବାଦ ଦେବି ।

କରୋନା ଭଳି ପରିସ୍ଥିତି ଭିତରେ ମଧ୍ୟ ସେ ଏହି କାର୍ଯ୍ୟକ୍ରମକୁ ଟେକ୍ନୋଲୋଜି ଜରିଆରେ ଏତେ ପ୍ରଭାବଶାଳୀ ଢ଼ଙ୍ଗରେ ଆୟୋଜିତ କରିଛନ୍ତି ।

ସାଥୀଗଣ,

ଆପଣମାନଙ୍କ ମଧ୍ୟରୁ ଅନେକ ଏପରି ଲୋକ ଅଛନ୍ତି, ଯାହାଙ୍କୁ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞ ମହାଶୟଙ୍କ ସହିତ ସତସଙ୍ଗ ଏବଂ ସାକ୍ଷାତକାର, ଦୁଇଟି ଯାକର ସୌଭାଗ୍ୟ ପ୍ରାପ୍ତ ହୋଇଛି । ସେହି ସମୟରେ ଆପଣ ତାଙ୍କର ଆଧ୍ୟାତ୍ମିକ ଉର୍ଜ୍ଜାର ନିଶ୍ଚିତ ଭାବେ ଅନୁଭବ କରିଥିବେ ।

ମୁଁ ଏଥିପାଇଁ କହୁଛି, କାରଣ ମୋତେ ମୋ ଜୀବନରେ ଏହି ସୁଯୋଗ, ଆଚାର୍ଯ୍ୟ ଶ୍ରୀଙ୍କର ବିଶେଷ ସ୍ନେହ ଏବଂ ଆଶୀର୍ବାଦର ସୌଭାଗ୍ୟ ନିରନ୍ତର ମିଳି ଚାଲିଛି ।

ମୋର ସ୍ମରଣ ଅଛି, ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ସେହି ସମୟରେ ମଧ୍ୟ ସେ ଗୁଜରାଟ ଆସିଥିଲେ । ମୋତେ ତାଙ୍କର ଅହିଂସା ଯାତ୍ରାରେ, ମାନବତାର ସେବାର ଅଭିଯାନରେ ସାମିଲ ହେବାର ସୁଯୋଗ ମିଳିଥିଲା ।

ମୁଁ ସେତେବେଳେ ଆଚାର୍ଯ୍ୟ ପ୍ରବରଙ୍କ ସମ୍ମୁଖରେ କହିଥିଲି, ‘ମୁଁ ଚାହୁଁଛି ଏହି ତୁମର ପନ୍ଥ ମୋର ପନ୍ଥ ହୋଇଯାଉ

ଆଚାର୍ଯ୍ୟ ଶ୍ରୀଙ୍କର ସ୍ନେହ ଫଳରେ ତୁମର ପନ୍ଥ ମଧ୍ୟ ମୋର ପନ୍ଥ ହୋଇଗଲା, ଆଉ ମୁଁ ଆଚାର୍ଯ୍ୟ ଶ୍ରୀଙ୍କର ହୋଇଗଲି ।

ସାଥୀଗଣ,

ମୁଁ ସର୍ବଦା ତାଙ୍କ ସାନିଧ୍ୟରେ ଏହା ଅନୁଭବ କରିଛି କି ତାଙ୍କ ଭଳି ଯୁଗଋଷିଙ୍କ ଜୀବନରେ ନିଜ ପାଇଁ କିଛି ହେଲେ ମଧ୍ୟ ନଥାଏ । ତାଙ୍କ ଜୀବନ, ତାଙ୍କ ବିଚାର, ତାଙ୍କ ଚିନ୍ତନ, ସବୁକିଛି ସମାଜ ପାଇଁ, ମାନବତା ପାଇଁ ହିଁ ହୋଇଥାଏ ।

ଆଚାର୍ଯ୍ୟ ମହାପ୍ରଜ୍ଞ ମହାଶୟ ମଧ୍ୟ କହୁଥିଲେ, ‘ମୁଁ ଏବଂ ମୋରକୁ ଛାଡ଼ିଦେଲେ ତ ସବୁକିଛି ତୁମର ହିଁ ହୋଇଯିବ ।

ତାଙ୍କର ଏହି ମନ୍ତ୍ର, ତାଙ୍କର ଏହି ଦର୍ଶନ ତାଙ୍କ ଜୀବନରେ ସ୍ପଷ୍ଟ ଭାବେ ଦେଖା ମଧ୍ୟ ଯାଉଥିଲା ।

ଆମେ ସମସ୍ତେ ମଧ୍ୟ ଦେଖିଛୁ, ତାଙ୍କ ଜୀବନରେ ତାଙ୍କର ନିଜର ବୋଲି କିଛି ନ ଥିଲା, କିନ୍ତୁ ସମସ୍ତେ ତାଙ୍କର ନିଜର ଥିଲେ ।

ତାଙ୍କ ଜୀବନରେ ପରିଗ୍ରହକୌଣସି ମଧ୍ୟ ବସ୍ତୁ ପ୍ରତି ନଥିଲା, କିନ୍ତୁ ସବୁ ବ୍ୟକ୍ତିଙ୍କ ପ୍ରତି ପ୍ରେମଥିଲା ।

ସାଥୀଗଣ,

ଦୁନିଆରେ ଜୀବନ ଜୀଇଁବାର ଦର୍ଶନ ତ ଖୁବ ସହଜରେ ମିଳି ଯାଇଥାଏ, କିନ୍ତୁ ଏହି ପ୍ରକାରର ଜୀବନ ଜୀଇଁଲାବାଲା ସହଜରେ ମିଳି ନଥାଆନ୍ତି । ଜୀବନକୁ ଏହି ସ୍ଥିତି ପର୍ଯ୍ୟନ୍ତ ନେଇ ଆସିବା ପାଇଁ ତପ କରିବାକୁ ପଡ଼ିଥାଏ, ସମାଜ ଏବଂ ସେବା ପାଇଁ ଜୀବନର ବାଜି ଲଗାଇବାକୁ ପଡ଼ିଥାଏ । ଏହା କୌଣସି ସାଧାରଣ କଥା ନୁହେଁ । କିନ୍ତୁ ଅସାଧାରଣ ବ୍ୟକ୍ତିତ୍ୱ ହିଁ ଅସାଧାରଣକୁ ଚରିତାର୍ଥ କରିଥାଏ ।

ସେଥିପାଇଁ ତ ରାଷ୍ଟ୍ରକବି ରାମଧାରୀ ସିଂହ ଦୀନକର ମହାଶୟ କହୁଥିଲେ- ଆଚାର୍ଯ୍ୟ ମହାପ୍ରଜ୍ଞ ମହାଶୟ ହେଉଛନ୍ତି ଆଧୁନିକ ଯୁଗର ବିବେକାନନ୍ଦ ।

ଏହିଭଳି ଭାବେ, ଦିଗମ୍ବର ପରମ୍ପରାର ମହାନ ସନ୍ଥ ଆଚାର୍ଯ୍ୟ ବିଦ୍ୟାନନ୍ଦ ମହାଶୟ ମହାପ୍ରଜ୍ଞ ମହାଶୟଙ୍କ ତୁଳନା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ମହାଶୟଙ୍କ ସହିତ କରୁଥିଲେ ।

ଆଚାର୍ଯ୍ୟ ମହାପ୍ରଜ୍ଞ ମହାଶୟ ଯେଉଁ ସାହିତ୍ୟ ରଚନା କଲେ, ତାହା ମଧ୍ୟ ଅଦ୍ଭୁତ ଥିଲା ।

ଆମର ଶ୍ରଦ୍ଧେୟ ଅଟଳ ମହାଶୟ, ଯିଏ ନିଜେ ମଧ୍ୟ ସାହିତ୍ୟ ଏବଂ ଜ୍ଞାନର ଏତେ ବଡ଼ ଜ୍ଞାନୀ ଥିଲେ, ସେ ବହୁବାର କହୁଥିଲେ କି- ମୁଁ ହେଉଛି ଆଚାର୍ଯ୍ୟ ମହାପ୍ରଜ୍ଞ ମହାଶୟଙ୍କ ସାହିତ୍ୟର, ତାଙ୍କ ସାହିତ୍ୟର ଗଭୀରତାର, ତାଙ୍କ ଜ୍ଞାନ ଏବଂ ଶବ୍ଦର ବହୁତ ବଡ଼ ପ୍ରେମୀ ।ବାଣୀର ସୌମ୍ୟତା, ମନ୍ତ୍ରମୁଗ୍ଧ କରି ଦେବା ଭଳି ସ୍ୱର, ଶବ୍ଦ ଚୟନରେ ସନ୍ତୁଳନ, ତାଙ୍କୁ ଈଶ୍ୱରୀୟ ବରଦାନ ପ୍ରାପ୍ତ ଥିଲା ।

ସାଥୀଗଣ,

ଆପଣ ମଧ୍ୟ ଆଚାର୍ଯ୍ୟ ଶ୍ରୀଙ୍କର ସାହିତ୍ୟକୁ ପଢ଼ିବେ, ତାଙ୍କ କଥାଗୁଡ଼ିକୁ ମନେ ରଖିବେ ତ ଆପଣଙ୍କୁ ମଧ୍ୟ ଅନୁଭବ ହେବ, କେତେ ହିଁ ମହାପୁରୁଷଙ୍କ ଛବି ତାଙ୍କ ଭିତରେ ଥିଲା, ତାଙ୍କର ଜ୍ଞାନ କେତେ ବ୍ୟାପକ ଥିଲା ।

ସେ ଯେତିକି ଗଭୀରତାର ସହିତ ଆଧ୍ୟାତ୍ମ ଉପରେ ଲେଖିଛନ୍ତି, ସେତିକି ହିଁ ବ୍ୟାପକ ଦୃଷ୍ଟିଭଙ୍ଗୀ ସେ ଦର୍ଶନଶାସ୍ତ୍ର, ରାଜନୀତି, ମନସ୍ତତ୍ୱବିଜ୍ଞାନ ଏବଂ ଅର୍ଥନୀତି ଭଳି ବିଷୟଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ।

ଏହିସବୁ ବିଷୟ ଗୁଡ଼ିକ ଉପରେ ମହାପ୍ରଜ୍ଞ ମହାଶୟ ସଂସ୍କୃତ, ହିନ୍ଦୀ, ଗୁଜରାଟୀ, ଇଂରାଜୀରେ 300ରୁ ଅଧିକ ପୁସ୍ତକ ଲେଖିଛନ୍ତି । ଆଉ ଆପଣଙ୍କୁ ତାଙ୍କର ସେହି ପୁସ୍ତକ କଥା ତ ମନେଥିବ- ଦ ଫ୍ୟାମିଲି ଆଣ୍ଡ ଦ ନେସନ୍ । ଏହି ପୁସ୍ତକ ମହାପ୍ରଜ୍ଞ ମହାଶୟ ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ସହ ମିଶି ଲେଖିଥିଲେ ।

ଗୋଟିଏ ପରିବାର କିଭଳି ଏକ ସୁଖୀ ପରିବାର ହୋଇପାରିବ, ଏକ ସୁଖୀ ପରିବାର କିଭଳି ଭାବେ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣ କରି ପାରିବ, ଏହାର ଦୃଷ୍ଟିଭଙ୍ଗୀ ଏହି ଦୁଇ ଜଣ ମହାପୁରୁଷ ଏହି ପୁସ୍ତକରେ ଲେଖିଛନ୍ତି ।

ମୋତେ ମୋର ସେହିସବୁ ଦିନ ମଧ୍ୟ ସ୍ମରଣ ରହିଛି ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ଡକ୍ଟର କଲାମ ଗୁଜରାଟ ଆସିଥିଲେ । ସେତେବେଳେ ମୁଁ ମଧ୍ୟ ତାଙ୍କ ସହିତ ଆଚାର୍ଯ୍ୟ ପ୍ରବରଙ୍କର ଦର୍ଶନ ପାଇଁ ଯାଇଥିଲି । ଏକା ସହିତ ଦୁଇ ଜଣ ମହାପୁରୁଷଙ୍କର ସାନିଧ୍ୟ ଲାଭ କରିବାର ସୌଭାଗ୍ୟ ମୋତେ ମିଳିଥିଲା ।

ଦୁଇଜଣଙ୍କର ଏକା ସଙ୍ଗରେ ଉପସ୍ଥିତ ରହିବା ମୁଁ ପ୍ରତ୍ୟକ୍ଷ ଭାବେ ଅନୁଭବ କଲି, କି ଆମର ଏଠାରେ ଜଣେ ଋଷି କିଭଳି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ରଖିଛନ୍ତି, ଏବଂ ଆଉ ଜଣେ କିଭଳି ଭାବେ ଋଷି ପ୍ରେମୀ ହୋଇ ପାରନ୍ତି ।

ମହାପ୍ରଜ୍ଞ ମହାଶୟଙ୍କ ବିଷୟରେ ଡକ୍ଟର କଲାମ କହୁଥିଲେ, ତାଙ୍କ ଜୀବନର ଗୋଟିଏ ମାତ୍ର ଉଦ୍ଦେଶ୍ୟ ରହିଛି ୱାକ୍, ଆକ୍ୱୟାର ଆଣ୍ଡ ଗିଭ୍ । ଅର୍ଥାତ କି, ସତତ ଯାତ୍ରା କରନ୍ତୁ, ଜ୍ଞାନ ଅର୍ଜନ କରନ୍ତୁ, ଏବଂ ଯାହା କିଛି ମଧ୍ୟ ଜୀବନରେ ଅଛି ତାହା ସମାଜକୁ ଦେଇ ଦିଅନ୍ତୁ ।

ସାଥୀଗଣ,

ମହାପ୍ରଜ୍ଞ ମହାଶୟ ନିଜ ଜୀବନରେ ହଜାର ହଜାର କିଲୋମିଟରର ଯାତ୍ରା ଏବଂ ପଦଯାତ୍ରା କଲେ । ନିଜର ଅନ୍ତିମ ସମୟରେ ମଧ୍ୟ ସେ ଅହିଂସା ଯାତ୍ରା ପଥରେ ଥିଲେ ।

ସେ କହୁଥିଲେ, ‘ଆତ୍ମା ହେଉଛି ମୋର ଈଶ୍ୱର, ତ୍ୟାଗ ହେଉଛି ମୋର ପ୍ରାର୍ଥନା, ମୈତ୍ରୀ ହେଉଛି ମୋର ଭକ୍ତି, ସଂଯମ ହେଉଛି ମୋର ଶକ୍ତି, ଏବଂ ଅହିଂସା ହେଉଛି ମୋର ଧର୍ମ ।

ଏହି ଜୀବନ ଶୈଳୀକୁ ସେ ନିଜେ ମଧ୍ୟ ଜୀଇଁଲେ, ଏବଂ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କୁ ମଧ୍ୟ ଶିଖାଇଲେ । ଯୋଗ ମାଧ୍ୟମରେ, ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କୁ ସେ ଡିପ୍ରେସନ୍ ଫ୍ରି ଲାଇଫ୍ ବା ଚାପମୁକ୍ତ ଜୀବନ କୌଶଳ ଶିକ୍ଷା ଦେଲେ । ଏହା ମଧ୍ୟ ହେଉଛି ଏକ ସୁଖଦ ସଂଯୋଗ କି ଗୋଟିଏ ଦିନ ପରେ ହିଁ ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମଧ୍ୟ ।

ଆମ ପାଇଁ ଏହା ମଧ୍ୟ ଏକ ସୁଯୋଗ ହେବ କି ଆମେ ସମସ୍ତେ ସୁଖୀ ପରିବାର ଏବଂ ସମୃଦ୍ଧ ରାଷ୍ଟ୍ରର ମହାପ୍ରଜ୍ଞ ମହାଶୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ଯୋଗଦାନ ଦେବା, ତାଙ୍କର ବିଚାରଗୁଡ଼ିକୁ ସମାଜ ପର୍ଯ୍ୟନ୍ତ ପହଂଚାଇବା ।

ସାଥୀଗଣ,

ଆଚାର୍ଯ୍ୟ ମହାପ୍ରଜ୍ଞ ମହାଶୟ ଆମମାନଙ୍କୁ ସମସ୍ତଙ୍କୁ ଆଉ ଏକ ମନ୍ତ୍ର ଦେଇଥିଲେ । ତାଙ୍କର ଏହି ମନ୍ତ୍ର ଥିଲା – ‘ସୁସ୍ଥ ବ୍ୟକ୍ତି, ସୁସ୍ଥ ସମାଜ, ସୁସ୍ଥ ଅର୍ଥବ୍ୟବସ୍ଥା। ଆଜିକାର ପରିସ୍ଥିତିରେ ତାଙ୍କର ଏହି ମନ୍ତ୍ର ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ବଡ଼ ପ୍ରେରଣା ।

ଆଜି ଦେଶ ଏହି ମନ୍ତ୍ର ସହିତ, ଆତ୍ମନିର୍ଭର ସଂକଳ୍ପ ସହିତ ଆଗକୁ ବଢ଼ୁଛି ।

ମୋର ବିଶ୍ୱାସ ରହିଛି କି, ଯେଉଁ ସମାଜ ଏବଂ ରାଷ୍ଟ୍ରର ଆଦର୍ଶ ଆମର ଋଷିମାନେ, ସନ୍ଥ ଆତ୍ମାମାନେ ଆମ ସମ୍ମୁଖରେ ରଖିଛନ୍ତି, ଆମ ଦେଶ ବହୁତ ଶୀଘ୍ର ସେହି ସଂକଳ୍ପକୁ ସିଦ୍ଧ କରିବ । ଆପଣ ମାନେ ସମସ୍ତେ ସେହି ସ୍ୱପ୍ନକୁ ସାକାର କରିବେ । ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ, ସକୁଶଳ ରୁହନ୍ତୁ, ସନ୍ଥ ପ୍ରବର ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞ ମହାଶୟଙ୍କ ଜୀବନ ସନ୍ଦେଶକୁ ନୂତନ ପିଢିଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଚାଲିବା, ଏହିସବୁ ଶୁଭକାମନା ସହିତ, ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ! 

 

**********


(ରିଲିଜ ଆଡି: 1632766) ପରିଦର୍ଶକ କାଉଣ୍ଟର : 216