ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତ ସତ୍ୟତମ ସୂଚନା

• ଭାରତର ପ୍ରଥମ ମୋବାଇଲ ଆଇ-ଲାବ (ସଂକ୍ରାମକ ରୋଗ ନିଦାନ ପରୀକ୍ଷାଗାର)ର ଶୁଭାରମ୍ଭ କଲେ ଡଃ ହର୍ଷ ବର୍ଦ୍ଧନ
• ଆରୋଗ୍ୟ ଲାଭ ହାର ଶତକଡା 52.96 ପ୍ରତିଶତକୁ ବୃଦ୍ଧି

Posted On: 18 JUN 2020 4:10PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଦେଶର ପ୍ରଥମ ଭ୍ରାମ୍ୟମାଣ  କରୋନା ସଂକ୍ରମଣ ନିଦାନ ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି ଏହା ଦେଶର ଅଗମ୍ୟ ଅଞ୍ଚଳରେ ମୁତୟନ ହୋଇ ଦିନକୁ 25ଟି କୋଭିଡ-19 ଆରଟି-ପିସିଆର, 300 ଏଲିସା, ରାଜଯକ୍ଷ୍ମା ଓ ଏଚଆଇଭି ପରୀକ୍ଷା କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା ଯୋଜନା ଦେୟ ଅନୁସାରେ କରିବ ଏହି ଲାବ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧିନସ୍ଥ ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର କୋଭିଡ କମାଣ୍ଡର ପରିସରଭୁକ୍ତ ରହିବ ।

ଗତ 24ଘଣ୍ଟା ମଧ୍ୟରେ 7,390 କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ କୋଭିଡ-19 ଯୋଗୁଁ 1,94,324 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଆରୋଗ୍ୟ ହାର 52.96 ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ 1,60,384 ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।  ସରକାରୀ ପରୀକ୍ଷାଗାର ସଂଖ୍ୟା 699 ଏବଂ ବେସରକାରୀ 254 ଏହିପରି ମୋଟ ପରୀକ୍ଷାଗାର ସଂଖ୍ୟା 953କୁ ବୃଦ୍ଧି ପାଇଛି ।

  1. RT PCR based testing labs: 540 (Govt: 349 + Private: 191)
  1. based testing labs: 340 (Govt: 325 + Private: 15)
  1. based testing labs: 73 (Govt: 25 + Private: 48)

ଗତ 24 ଘଣ୍ଟା ମଧ୍ୟରେ 1,65,412 ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ନମୁନା ପରୀକ୍ଷଣ 62,49,668କୁ ବୃଦ୍ଧି ପାଇଛି । 

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କରୋନା ମହାମାରୀଜନିତ ବିଭିନ୍ନ ଅନ୍ଧବିଶ୍ଵାସକୁ ନେଇ ଏକ ମାର୍ଗଦର୍ଶିକା ଜାରି କରିଛି । ଏହି ମାର୍ଗଦର୍ଶିକା  https://www.mohfw.gov.in/pdf/GuidetoaddressstigmaassociatedwithCOVID19.pdf ରେ ଉପଲବ୍ଧ

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 



(Release ID: 1632390) Visitor Counter : 208