ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
प्रविष्टि तिथि:
16 JUN 2020 10:27PM by PIB Bhubaneshwar
କାନାଡା ପ୍ରଧାନମନ୍ତ୍ରୀ ମହାମହିମ ଜଷ୍ଟିନ ଟ୍ରୁଡୋଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନରେ କଥା ହୋଇଛନ୍ତି ।
କୋଭିଡ-19 ମହାମାରୀ ସମ୍ପର୍କରେ ଦୁଇ ନେତା ନିଜ ନିଜ ଦେଶର ସର୍ବଶେଷ ତଥ୍ୟ ଉପରେ ଆଲୋଚନା କରିଥିଲେ ଏବଂ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ ଅନ୍ତର୍ଜାତୀୟ ସହଯୋଗର ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରିଥିଲେ ।
କୋଭିଡ ପରବର୍ତ୍ତୀ ବିଶ୍ଵରେ ଭାରତ-କାନାଡା ସହଭାଗୀତା ବିଶ୍ୱରେ ମାନବିକ ମୂଲ୍ୟବୋଧକୁ ଆଗକୁ ନେବା ପାଇଁ ଏକ ଶକ୍ତି ହୋଇପାରେ ବୋଲି ସେମାନେ ସହମତ ହୋଇଥିଲେ ।
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନ୍ୟ ବହୁପକ୍ଷୀୟ ଅନୁଷ୍ଠାନକୁ ମଜବୁତ କରିବା ଉପରେ ନେତାମାନେ ଗୁରୁତ୍ୱାରୋପ କରିବା ସହିତ ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପ୍ରସଙ୍ଗରେ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ।
ଗତ କିଛି ଦିନ ମଧ୍ୟରେ ଭାରତୀୟ ନାଗରିକମାନଙ୍କୁ କାନାଡା କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ସହାୟତା ବିଶେଷ କରି ସ୍ଵଦେଶ ପ୍ରତ୍ୟାବର୍ତ୍ତନ ଲାଗି ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଟ୍ରୁଡୋ ମଧ୍ୟ କାନାଡା ନାଗରିକମାନଙ୍କୁ ସ୍ଵଦେଶ ଫେରିବା ପାଇଁ ଭାରତ ପକ୍ଷରୁ ଦିଆଯାଇଥିବା ସୁବିଧାରେ ଖୁସି ବ୍ୟକ୍ତ କରିଥିଲେ ।
ଆଗାମୀ ଦିନରେ ଉଭୟଙ୍କ ମଧ୍ୟରେ ପରାମର୍ଶ ଜାରି ରଖିବାକୁ ଦୁଇ ନେତା ରାଜି ହୋଇଥିଲେ । ଗଣତାନ୍ତ୍ରିକ ମୂଲ୍ୟବୋଧରେ ବାନ୍ଧି ହୋଇଥିବାରୁ ଭାରତ ଏବଂ କାନାଡାର ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସମାନତା ରହିଛି ବୋଲି ସେମାନେ ସହମତ ହୋଇଥିଲେ ।
**********
(रिलीज़ आईडी: 1632172)
आगंतुक पटल : 264
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam