ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଦିଲ୍ଲୀରେ କୋଭିଡ-19 ପରିସ୍ଥିତି ସମ୍ପର୍କରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

• ରାଜନୈତିକ ମତଭେଦରୁ ଊର୍ଦ୍ଧ୍ଵରେ ରହି ଜନ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ସମସ୍ତ ଦଳକୁ ନିବେଦନ
• ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏହି ବୈଶ୍ଵିକ ମହାମାରୀ ବିରୁଦ୍ଧରେ ଲଢିବାକୁ ହେବ
• ରାଜନୈତିକ ଏକତା ଜନସାଧାରଣଙ୍କ ଆସ୍ଥା ବଢାଇବା ସହ ରାଜଧାନୀରେ ମହାମାରୀ ପରିସ୍ଥିତିରେ ଆଣିବ ଉନ୍ନତି
• ରାଜଧାନୀର ଜନସାଧାରଣଙ୍କ ସ୍ଵାର୍ଥ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଯେପରି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାକୁ ମୁଁ ସମସ୍ତ କର୍ମୀ ଏବଂ ରାଜନୈତିକ ଦଳଙ୍କୁ ନିବେଦନ କରୁଛି - କେନ୍ଦ୍ର ଗୃହମନ୍ତ୍ରୀ
• ନୂତନ ଜ୍ଞାନ କୌଶଳ ଉପଯୋଗରେ ଆମେ କୋଭିଡ-19 ନମୁନା ପରୀକ୍ଷା ବୃଦ୍ଧି କରିପାରିବା

Posted On: 15 JUN 2020 4:08PM by PIB Bhubaneshwar

ଦିଲ୍ଲୀରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାର ସମସ୍ତ ପଦକ୍ଷେପ ନେବେ ବୋଲି କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଶ୍ରୀ ଅମିତ ଶାହ କରିଛନ୍ତି କୋଭିଡ-19 ପରିସ୍ଥିତି ସମ୍ପର୍କରେ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହ କହିଛନ୍ତି ଯେ, ଏହି ବୈଶ୍ଵିକ ମହାମାରୀ ବିରୁଦ୍ଧରେ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ମିଳିତଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କାର୍ଯ୍ୟ କରିବାକୁ ହେବ । ଗତକାଲି (14.06.2020) ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଏଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଶ୍ରୀ ଶାହ ସମସ୍ତଙ୍କୁ ନିବେଦନ କରିଛନ୍ତି । ଦିଲ୍ଲୀବାସୀଙ୍କ କଲ୍ୟାଣ ପାଇଁ ସରକାର ନେଇଥିବା ବିଭିନ୍ନ ନିଷ୍ପତ୍ତିଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ  ସମସ୍ତ ରାଜନୈତିକ ଦଳ ନିଜର କର୍ମୀମାନଙ୍କୁ ନିୟୋଜିତ କରିବାକୁ ଶ୍ରୀ ଶାହ ନିବେଦନ କରିଛନ୍ତି ସମସ୍ତ ରାଜନୈତିକ ମତଭେଦ ଭୁଲି ସମସ୍ତେ ଜନସ୍ଵାର୍ଥ ଲାଗି କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ରାଜନୈତିକ ଏକତା ଲୋକମାନଙ୍କ ମଧ୍ୟରେ ବିଶ୍ଵାସ ଆଣିବା ସହ ଦିଲ୍ଲୀର ମହାମାରୀ ପରିସ୍ଥିତିରେ ମଧ୍ୟ ଉନ୍ନତି ଆଣିବ ବୋଲି ସେ କହିଛନ୍ତି ନୂତନ ଜ୍ଞାନକୌଶଳ ବଳରେ ଆମକୁ ନମୁନା ପରିକ୍ଷଣ ସାମର୍ଥ୍ୟ ବୃଦ୍ଧି କରିବାକୁ ପଡିବ । ଏକାଠି ହୋଇ ଲଢିଲେ ଆମେମାନେ ଏହି ମହାମାରୀକୁ ଦୂରେଇଦେବା ବୋଲି ଶ୍ରୀ ଶାହ କରିଛନ୍ତି । ଆମ ଆଦମୀ ପାର୍ଟିର ଶ୍ରୀ ସଞ୍ଜୟ ସିଂ, ଦିଲ୍ଲୀ ରାଜ୍ୟ ବିଜେପି ଅଧ୍ୟକ୍ଷ ଶ୍ରୀ ଆଦେଶ ଗୁପ୍ତା, ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଅନିଲ ଚୌଧୁରୀ ଏବଂ ବହୁ ଜନ ସମାଜ ପାର୍ଟିର ପ୍ରତିନିଧି ଏଥିରେ ଯୋଗଦେଇଥିଲେ । କୋଭିଡ-19ର ମୁକାବିଲା ଲାଗି ବିଭିନ୍ନ ଦଳୀୟ ନେତାମାନେ ପ୍ରସ୍ତାବ ଦେବା ସହ ଏଦିଗରେ କେନ୍ଦ୍ର, ରାଜ୍ୟ ସରକାର ଓ ଦିଲ୍ଲୀ ମହାନଗର ନିଗମକୁ ସମସ୍ତ ସହାୟତାର ହାତ ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ହୋଇଥିବା ଆଲୋଚନାରେ ଦିଲ୍ଲୀକୁ ସଂକ୍ରମଣ ମୁକ୍ତ ରଖିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ କରୋନା ରୋଗୀମାନଙ୍କ ପାଇଁ 500 ରେଳ କୋଚ ଦିଲ୍ଲୀ ସରକାରଙ୍କୁ ପ୍ରଦାନ, 8000 ଶଯ୍ୟାର ବ୍ୟବସ୍ଥା, ଘରକୁ ଘର ବୁଲି ସର୍ଭେ କରିବା ସହ ଆବଧାଞ୍ଚଳରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ, ଦୁଇ ଦିନ ମଧ୍ୟରେ ନମୁନା ପରିକ୍ଷଣକୁ ଦୁଇଗୁଣ ଓ ଛଅ ଦିନ ମଧ୍ୟରେ ତିନିଗୁଣ କରିବା ଅନ୍ତର୍ଭୁକ୍ତ । ଏହାଛଡା ଘରୋଇ ହସ୍ପିଟାଲର ଶତକଡା 60 ଭାଗ ଶଯ୍ୟା କମ ଦରରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଉପଲବ୍ଧ କରାଇବା, ନମୁନା ପରୀକ୍ଷା ଓ ଚିକିତ୍ସାର ଦେୟ ନିର୍ଦ୍ଧାରଣ କରିବା, ନୀତି ଆୟୋଗର ସଦସ୍ୟ ଡଃ ଭି. କେ. ପଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଘରୋଇ ହସ୍ପିଟାଲଗୁଡିକ ପାଇଁ ପ୍ରସ୍ତୁତ ନିୟମାବଳୀର ପରୀକ୍ଷା ନିରୀକ୍ଷା କରିବା ଓ ଏମ୍ସ ଦିଲ୍ଲୀ ଅଧୀନରେ ଦୁରାଭାଷ ଦ୍ଵାରା ପରାମର୍ଶ ଦେବା ପାଇଁ ହେଲ୍ପଲାଇନ ପ୍ରତିଷ୍ଠା ଇତ୍ୟାଦି ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

**********



(Release ID: 1631739) Visitor Counter : 228