ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 12 JUN 2020 8:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଞ୍ଜାନିଆ ରାଷ୍ଟ୍ରପତି ମହାମହିମ ଡକ୍ଟର ଜନ ପମ୍ବେ ଜୋସେଫ ମାଗୁଫୁଲିଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି

ପ୍ରଧାନମନ୍ତ୍ରୀ ତାଙ୍କର ଜୁଲାଇ 2016 ଡର-ଏସ-ସଲାମ ଗସ୍ତକୁ ମନେ ପକାଇଥିଲେ ଏବଂ ତାଞ୍ଜାନିଆ ସହିତ ପାରମ୍ପରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଭାରତ ଗୁରୁତ୍ୱ ଦେଉଥିବା ଉପରେ ଦୃଢ ମତପୋଷଣ କରିଥିଲେ। ତାଞ୍ଜାନିଆ ସରକାର ଏବଂ ସେଠାକାର ଅଧିବାସୀଙ୍କ ଆକାଂକ୍ଷା ତଥା ଆବଶ୍ୟକତା ଅନୁଯାୟୀ ତାଞ୍ଜାନିଆର ବିକାଶ ଯାତ୍ରାରେ ଭାଗୀଦାର ହେବା ନେଇ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ

କୋଭିଡ-19 ପରିପ୍ରେକ୍ଷୀରେ ତାଞ୍ଜାନିଆରୁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟରେ  ତାଞ୍ଜାନିଆ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଡକ୍ଟର ମାଗୁଫୁଲିଙ୍କୁ ଧନ୍ୟବାଦ ଜଣାଇଥିଲେ

ଉଭୟ ନେତା ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଭାରତ ଓ ତାଞ୍ଜାନିଆ ମଧ୍ୟରେ ବୃଦ୍ଧି ପାଉଥିବା ବିକାଶ ସହଭାଗୀତା, ଶିକ୍ଷାଗତ ସଂଯୋଗ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ପ୍ରବାହରେ ଉଭୟେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହି ଧାରାକୁ ଆହୁରି ଗତିଶୀଳ କରିବା ଉପରେ ଆଲୋଚନା କରିଥିଲେ

ଚଳିତ ବର୍ଷ ଶେଷରେ ତାଞ୍ଜାନିଆରେ ହେବାକୁ ଥିବା ରାଷ୍ଟ୍ରପତି ଏବଂ ସଂସଦ ନିର୍ବାଚନ ପାଇଁ ରାଷ୍ଟ୍ରପତି ମାଗୁଫୁଲି ଏବଂ ତାଞ୍ଜାନିଆ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ

 

**********

 



(Release ID: 1631275) Visitor Counter : 255