ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ସମଦେକ ଅକ୍କା ମୋହା ସେନା ପଡୀ ଟେକୋ ହୁଣ ସେନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 10 JUN 2020 8:01PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ସମଦେକ ଅକ୍କା ମୋହା ସେନା ପଡୀ ଟେକୋ ହୁଣ ସେନଙ୍କ ମଧ୍ୟରେ ବୁଧବାର ଟେଲିଫୋନ ଯୋଗେ ବାର୍ତ୍ତାଳାପ ହୋଇଛିକୋଭିଡ-19 ମହାମାରୀ ସମ୍ପର୍କରେ ଦୁଇ ନେତା ଆଲୋଚନା କରିଥିଲେଉଭୟ ଦେଶର ପ୍ରବାସୀଙ୍କୁ ଫେରାଇ ଆଣିବାରେ ମିଳିତ ସହଯୋଗ ଜାରି ରଖିବାକୁ ସେମାନେ ସହମତ ହୋଇଥିଲେ

ଭାରତ ସହ ସଭ୍ୟତାଗତ ସାଂସ୍କୃତିକ ସହଭାଗୀ ସମ୍ପର୍କ ଥିବା ତଥା ଆସିଆନର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ କାମ୍ବୋଡିଆ ସହିତ ସମ୍ପର୍କ ଦୃଢ କରିବାକୁ ଭାରତ ବଦ୍ଧପରିକର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚାଇ ଥିଲେଦୁଇ ନେତା ଆଇଟିଇସି ଯୋଜନା ଅନ୍ତର୍ଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମେକଙ୍ଗ-ଗଙ୍ଗା ସହଯୋଗ ବ୍ୟବସ୍ଥାରେ ଚାଲିଥିବା ତ୍ଵରିତ ପ୍ରଭାବ ପ୍ରକଳ୍ପ ଆଦି କ୍ଷେତ୍ରରେ ଦୁଇ ଦେଶର ସୁଦୃଢ ବିକାଶ ଭାଗିଦାରୀର ସମୀକ୍ଷା କରିଥିଲେ

ଭାରତ ସହ ସମ୍ପର୍କ ବୃଦ୍ଧିକୁ କାମ୍ବୋଡିଆ ଗୁରୁତ୍ୱ ପ୍ରଦାନ କରୁଛି ବୋଲି କାମ୍ବୋଡିଆ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭାବନାକୁ ପ୍ରଶଂସା କରିବା ସହ ଭାରତର ଆକ୍ଟ ଇଷ୍ଟ ନୀତିରେ କାମ୍ବୋଡିଆ ତୁଲାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେ ପକାଇଥିଲେ

 

**********

 


(ରିଲିଜ ଆଡି: 1631000) ପରିଦର୍ଶକ କାଉଣ୍ଟର : 344