ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ବୃଦ୍ଧି ପାଉଥିବା ଭବ୍ୟ ଏସୀୟ ସିଂହଙ୍କ ସଂଖ୍ୟାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                10 JUN 2020 8:05PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗିର ଜଙ୍ଗଲରେ ରହୁଥିବା ମହାନ ଏସିଆଟିକ ପ୍ରଜାତିର ସିଂହଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି “ଦୁଇଟି ବହୁତ ଭଲ ସମାଚାର ଅଛି: ଗୁଜରାଟର  ଗିରରେ ବସବାସ କରୁଥିବା ମହାନ ଏସିଆଟିକ ପ୍ରଜାତିର ସିଂହଙ୍କ ସଂଖ୍ୟାରେ ପ୍ରାୟ 29 ପ୍ରତିଶତ ବୃଦ୍ଧି ହୋଇଛି । ଭୌଗଳିକ ଦୃଷ୍ଟିରୁ ବିଚରଣ କ୍ଷେତ୍ର ଅବା ପରିବ୍ୟାପ୍ତି 36 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ଗୁଜରାଟର ଜନତା ଏବଂ ସମସ୍ତେ ହେଉଛନ୍ତି ପ୍ରଶଂସାର ପାତ୍ର, ଯେଉଁମାନଙ୍କର ପ୍ରୟାସର ଫଳ ସ୍ୱରୂପ ଏହି ଚମତ୍କାର କାର୍ଯ୍ୟ ସମ୍ଭବ ହେଲା ।
ବିଗତ କିଛି ବର୍ଷ ହେବ ଗୁଜରାଟରେ ସିଂହଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ହେଉଛି । ଏହାକୁ ଗୋଷ୍ଠୀଗତ ଭାଗିଦାରୀ, ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ, ବନ୍ୟଜନ୍ତୁଙ୍କ ସ୍ୱାସ୍ଥ୍ୟ ସେବା, ଉପଯୁକ୍ତ ବାସସ୍ଥାନ ପରିଚାଳନା ଏବଂ ମନୁଷ୍ୟ ଓ ସିଂହ ବିବାଦକୁ ହ୍ରାସ କରିବା ପାଇଁ ନିଆଯାଇଥିବା ପଦକ୍ଷେପରୁ ଶକ୍ତି ମିଳିଛି । ଆଶା କରୁଛି କି ଏହି ସକରାତ୍ମକ ଧାରା ଜାରି ରହିବ ।’’
 
**********
                
                
                
                
                
                (Release ID: 1630996)
                Visitor Counter : 247
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam