ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଅଷ୍ଟ୍ରେଲିଆ ନେତୃବୃନ୍ଦଙ୍କ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 04 JUN 2020 12:21PM by PIB Bhubaneshwar

ମହାମହିମ, ନମସ୍କାର!

ସର୍ବପ୍ରଥମେ ମୁଁ ନିଜ ତରଫରୁ ଏବଂ ସଂପୂର୍ଣ୍ଣ ଭାରତ ତରଫରୁ ଅଷ୍ଟ୍ରେଲିଆରେ କୋଭିଡ-19 ଦ୍ୱାରା ପ୍ରଭାବିତ ସମସ୍ତ ଲୋକ ଏବଂ ପରିବାରଙ୍କ ପ୍ରତି ମୋର ହାର୍ଦ୍ଦିକ ସମବେଦନା ଜ୍ଞାପନ କରିବାକୁ ଚାହିଁବି । ଏହି ମହାମାରୀ ବିଶ୍ୱର ପ୍ରତ୍ୟେକ ପ୍ରକାରର ବ୍ୟବସ୍ଥାକୁ ପ୍ରଭାବିତ କରିଛି । ଆଉ ଆମ ସମ୍ମେଳନର ଡିଜିଟାଲ ସ୍ୱରୂପ ଏହି ପ୍ରଭାବର ଏକ ଜୀବନ୍ତ ଉଦାହରଣ ।

ମହାମହିମ, ଆପଣଙ୍କ ସହିତ ଏହି ଡିଜିଟାଲ ମାଧ୍ୟମରେ ସାକ୍ଷାତ କରି ମୁଁ ତ ବହୁତ ଖୁସି ହୋଇଛି, କିନ୍ତୁ ଟିକେ ନିରାଶ ମଧ୍ୟ ହୋଇଛି, କାରଣ ଆମକୁ ଭାରତରେ ଆପଣଙ୍କୁ ଭବ୍ୟ ସ୍ୱାଗତ କରିବାର ଅବସର ମିଳି ପାରିଲା ନାହିଁ । ଜାନୁଆରୀ ଏକ ତାରିଖରେ ଆଉ ପୁଣି ଗତ ମାସରେ ଆମେ ଆପଣଙ୍କୁ ଭାରତ ଯାତ୍ରା କରିବା ପାଇଁ ପ୍ରତୀକ୍ଷା କରୁଥିଲୁ, କିନ୍ତୁ ଦୁର୍ଭାଗ୍ୟବଶତଃ ଦୁଇଥର ଯାକ ଯାତ୍ରା ସ୍ଥଗିତ କରିବାକୁ ପଡ଼ିଲା । ଆଜିକାର ସାକ୍ଷାତକାର ଆପଣଙ୍କର ଭାରତ ଯାତ୍ରାର ସ୍ଥାନ ନେଇ ପାରିବ ନାହିଁ । ଜଣେ ମିତ୍ର ଭାବେ, ଆପଣଙ୍କୁ ମୋର ଅନୁରୋଧ କି ପରିସ୍ଥିତି ସୁଧୁରିଯିବା ପରେ ଆପଣ ଶୀଘ୍ର ସପରିବାର ଭାରତ ଯାତ୍ରା କରିବା ପାଇଁ ଯୋଜନା କରନ୍ତୁ ଏବଂ ଆମର ଆତିଥ୍ୟ ସ୍ୱୀକାର କରନ୍ତୁ

ମହାମହିମ, ଭାରତ-ଅଷ୍ଟ୍ରେଲିଆ ସମ୍ବନ୍ଧ ବେଶ ବ୍ୟାପକ ହେବା ସହିତ ଗଭୀର ମଧ୍ୟ । ଆଉ ଏହି ସମ୍ପର୍କର ଗଭୀରତା ଆସିଥାଏ ଆମର ପାରସ୍ପରିକ ମୂଲ୍ୟବୋଧ, ସ୍ୱାର୍ଥ,  ଭୌଗୋଳିକ ଅବସ୍ଥିତି ଏବଂ ଉଦ୍ଦେଶ୍ୟରୁବିଗତ କିଛି ବର୍ଷ ମଧ୍ୟରେ ଆମର ସହଯୋଗ ଏବଂ ସମନ୍ୱୟରେ ଭଲ ଗତି ଆସିଛି । ଏହା ହେଉଛି ସୌଭାଗ୍ୟର ବିଷୟ କି ଆମର ସମ୍ବନ୍ଧ ଡୋରର ଗୋଟିଏ ପଟ ଆପଣଙ୍କ ଭଳି ସଶକ୍ତ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱଙ୍କ ହାତରେ ରହିଛି । ଏହା ହେଉଛି ମୋର ଧାରଣା ଯେ ଭାରତ ଏବଂ ଅଷ୍ଟ୍ରେଲିଆର ସମ୍ବନ୍ଧକୁ ଆହୁରି ସଶକ୍ତ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ ଏବଂ ଏହା ହେଉଛି ଉପଯୁକ୍ତ ସୁଯୋଗ ।

ଆମର ବନ୍ଧୁତାକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ଆମ ପାଖରେ ଅସୀମ ସମ୍ଭାବନା ରହିଛି । ଏହି ସମ୍ଭାବନାଗୁଡ଼ିକ ନିଜ ସହିତ ଆହ୍ୱାନ ଗୁଡ଼ିକୁ ମଧ୍ୟ ଆଣିଥାଏ । ଆହ୍ୱାନ ଗୁଡ଼ିକୁ କେଉଁଭଳି ଭାବେ, ଏହି ଶକ୍ତିକୁ କେଉଁଭଳି ଭାବେ ବାସ୍ତବିକତାରେ ପରିଣତ କରାଯାଇ ପାରିବ, ଫଳରେ ଦୁଇ ଦେଶର ନାଗରିକ, ବ୍ୟବସାୟୀ, ଶିକ୍ଷାବିତ, ଗବେଷକ, ଇତ୍ୟାଦିଙ୍କ ମଧ୍ୟରେ ସଂପର୍କ ସୁଦୃଢ଼ ରହିବ । କିଭଳି ଭାବେ ଆମର ସମ୍ବନ୍ଧ ଆମ ଅଞ୍ଚଳ ପାଇଁ ଏବଂ ବିଶ୍ୱ ପାଇଁ ସ୍ଥିରତା ଆଣିବାର କାରଣ ହୋଇ ପାରିବ, ଆମ୍ଭେମାନେ ମିଳିମିଶି କିଭଳି ବିଶ୍ୱର ମଙ୍ଗଳ ପାଇଁ କାର୍ଯ୍ୟ କରି ପାରିବା, ଏ ସମସ୍ତ ଦିଗ ପ୍ରତି ବିଚାର କରିବାର ଆବଶ୍ୟକତା ରହିଛି ।

ମହାମହିମ, ସମକାଳୀନ ବିଶ୍ୱରେ ଦେଶଗୁଡ଼ିକର ଜଣଙ୍କର ଅନ୍ୟଜଣଙ୍କଠାରୁ ଆଶା, ଏବଂ ଆମ ନାଗରିକମାନଙ୍କର ଆମମାନଙ୍କଠାରୁ ଆଶା ଆକାଂକ୍ଷା ବଢ଼ିଯାଇଛି । ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପାରସ୍ପରିକ ସହଯୋଗ ସହଭାଗୀତା କାରଣରୁ, ଏହା ହେଉଛି ଆମ ଦୁଇ ଦେଶର କର୍ତ୍ତବ୍ୟ କି ଏହି ଆଶାକୁ ଆମେ ପୂରଣ କରିପାରୁ । ତେଣୁ, ବିଶ୍ୱ କଲ୍ୟାଣର ମୂଲ୍ୟ, ଯେଭଳି ଗଣତନ୍ତ୍ର, ଆଇନର ନିୟମ, ସ୍ୱାଧୀନତା, ପାରସ୍ପରିକ ସମ୍ମାନ, ଅନ୍ତରାଷ୍ଟ୍ରୀୟ ପ୍ରତିଷ୍ଠାନଗୁଡ଼ିକୁ ସମ୍ମାନ, ଏବଂ ପାରଦର୍ଶିତା ଆଦିକୁ ବଜାୟ ରଖିବା, ଏବଂ ସୁରକ୍ଷା ପ୍ରଦାନ କରିବା ହେଉଛି ଆମର ପବିତ୍ର ଦାୟିତ୍ୱ । ଏହା ହେଉଛି ଗୋଟିଏ ପ୍ରକାରରେ ଭବଷ୍ୟତ ପାଇଁ ଆମର ପରମ୍ପରା । ଆଜି ଯେତେବେଳେ ଭିନ୍ନ-ଭିନ୍ନ ପ୍ରକାରରେ ଏହିସବୁ ମୂଲ୍ୟବୋଧଗୁଡ଼ିକୁ ଆହ୍ୱାନ କରାଯାଉଛି, ତ ଆମେ ନିଜର ଆପୋଷ ସମ୍ବନ୍ଧଗୁଡ଼ିକୁ ସୁଦୃଢ଼ କରି ଏସବୁକୁ ସଶକ୍ତ କରି ପାରିବା ।

ମହାମହିମ, ଭାରତ ଅଷ୍ଟ୍ରେଲିଆ ସହିତ ଆମର ସମ୍ବନ୍ଧକୁ ବ୍ୟାପକ ରୂପରେ ଆହୁରି ଦ୍ରୁତ ଗତିରେ ବୃଦ୍ଧି କରିବା ପାଇଁ ଆମେ ପ୍ରତିବଦ୍ଧ ଅଟୁ । ଏହା ନା କେବଳ ଆମ ଦୁଇ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ, ବରଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱ ପାଇଁ ମଧ୍ୟ ଆବଶ୍ୟକ । ମୁଁ ଖୁସି ଯେ ଆମର ବିଭିନ୍ନ ଆନୁଷ୍ଠାନିକ ବାର୍ତ୍ତାଳାପ ଆମର ସମ୍ବନ୍ଧ ଗୁଡ଼ିକୁ ଆହୁରି ଅଧିକ ଦୃଢ଼ତା ପ୍ରଦାନ କରୁଛି । ଦୁଇ ଦେଶ ମଧ୍ୟରେ ନିରନ୍ତର ଉଚ୍ଚସ୍ତରୀୟ ଭାବବିନିମୟ ମଧ୍ୟ ହେଉଛି । ବ୍ୟବସାୟ ଏବଂ ନିବେଶ ମଧ୍ୟ ବୃଦ୍ଧି ହେଉଛି । କିନ୍ତୁ ମୁଁ ଏହା କହିବି ନାହିଁ କି ମୁଁ ଏହି ଗତିରେ, ଏହି ବ୍ୟପକତାରେ ସନ୍ତୁଷ୍ଟ । ଯେତେବେଳେ ଆପଣଙ୍କ ଭଳି ନେତା ଆମର ମିତ୍ର ଦେଶର ନେତୃତ୍ୱ କରୁଛନ୍ତି, ତ ଆମ୍ଭମାନଙ୍କ ସମ୍ପର୍କ ମଧ୍ୟରେ ବିକାଶର ଗତି ମଧ୍ୟ ସେହିଭଳି ଭାବେ ଆଖିଦୃଷ୍ଟିଆ ହେବା ଦରକାର । ମୁଁ ବହୁତ ଖୁସି ଯେ ଆଜି ଆମେ ଆମର ଦ୍ୱିପାକ୍ଷିକ ସମ୍ବନ୍ଧକୁ ବିସ୍ତୃତ ରଣନୀତିକ ଭାଗିଦାରୀ ଭାବେ ନୂତନତ୍ୱ ଦେଉଛେ ।

ବୈଶ୍ୱିକ ମହାମାରୀର ଏହି ସମୟରେ ଆମର ବିସ୍ତୃତ ରଣନୀତିକ ଭାଗିଦାରୀର ଭୂମିକା ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱକୁ ଏହି ମହାମାରୀର ଆର୍ଥିକ ଏବଂ ସାମାଜିକ ଦୁସ୍ପ୍ରଭାବରୁ ଶୀଘ୍ର ବାହାରିବା ପାଇଁ ଏକ ସମନ୍ୱିତ ଏବଂ ସହଯୋଗୀ ଆଭିମୁଖ୍ୟର ଆବଶ୍ୟକତା ରହିଛି ।

ଆମ ସରକାର ଏହି ସଙ୍କଟକୁ ଏକ ସୁଯୋଗ ଭାବେ ଦେଖିବାର ନିଷ୍ପତ୍ତି ନେଇଛନ୍ତି । ଭାରତରେ ପ୍ରାୟ ସମସ୍ତ କ୍ଷେତ୍ରରେ ବ୍ୟାପକ ସ୍ତରରେ ସଂସ୍କାର ଆଣିବାର  ପ୍ରକ୍ରିୟା ଆରମ୍ଭ କରାଯାଇ ସାରିଛି । ଖୁବ ଶୀଘ୍ର ତୃଣମୂଳ ସ୍ତରରେ ଏହାର ପରିଣାମ ଦେଖିବାକୁ ମିଳିବ । ଏହି କଷ୍ଟକର ସମୟରେ ଆପଣ ଅଷ୍ଟ୍ରେଲିଆରେ ଭାରତୀୟ ସମୁଦାୟଙ୍କର, ଆଉ ବିଶେଷ ଭାବେ ଭାରତୀୟ ଛାତ୍ରମାନଙ୍କର, ଯେଉଁଭଳି ଭାବେ ଧ୍ୟାନ ରଖିଲେ, ସେଥିପାଇଁ ମୁଁ ବିଶେଷ ଭାବେ ଆପଣଙ୍କ ନିକଟରେ କୃତଜ୍ଞ ।

 

**********



(Release ID: 1629464) Visitor Counter : 253