ଅର୍ଥ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅଗ୍ରଗତି

• ଯୋଜନା ଅଧୀନରେ ପ୍ରାୟ 42 କୋଟି ଗରିବ ଲୋକ ପାଇଛନ୍ତି 53,248 କୋଟି ଟଙ୍କାର ଆର୍ଥିକ ସହାୟତା

ପୋଷ୍ଟ କରାଯିବା ଦିନାଙ୍କ: 03 JUN 2020 9:09AM by PIB Bhubaneswar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର 1.70 ଲକ୍ଷ କୋଟି ଟଙ୍କା ମଧ୍ୟରୁ ସରକାର ମାଗଣା ଖାଦ୍ୟ ଶସ୍ୟ, ମହିଳା, ଗରିବ, ବରିଷ୍ଠ ନାଗରିକ ଏବଂ କୃଷକଙ୍କୁ ନଗଦ ଅର୍ଥ ପ୍ରଦାନ କରିବା ଲାଗି ଘୋଷଣା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଏହି ପ୍ୟାକେଜର ଦ୍ରୁତ କାର୍ଯ୍ୟକାରିତା ନେଇ ନିୟମିତ ସମୀକ୍ଷା କରାଯାଉଛି । ପ୍ରାୟ 42 କୋଟି ଗରିବ ଜନସାଧାରଣ ଏହି ଯୋଜନା ଅଧୀନରେ 53,248 କୋଟି ଟଙ୍କା ଆର୍ଥିକ ସାହାଯ୍ୟ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମଜିକେପି) ଯୋଜନାର ବିଭିନ୍ନ ପ୍ରଭାଗରେ ହୋଇଥିବା ପ୍ରଗତି ସମ୍ପର୍କରେ ତଥ୍ୟ ନିମ୍ନରେ ଦିଆଯାଇଛି –

  • ପ୍ରଧାନମନ୍ତ୍ରୀ କିସାନ ଯୋଜନାର ପ୍ରଥମ କିସ୍ତି ବାବଦ 8.19 କୋଟି ହିତାଧିକାରୀଙ୍କୁ 16,394 କୋଟି ଟଙ୍କା ପ୍ରଦାନ
  • 20.05 କୋଟି (98.33%)ମହିଳା ଜନଧନ ଖାତାଧାରକଙ୍କ ଜମା ଖାତାରେ ପ୍ରଥମ କିସ୍ତି ବାବଦକୁ 10,029 କୋଟି ଟଙ୍କା ପଇଠ ହୋଇଛି । ପ୍ରଧାନମନ୍ତ୍ରୀ ମହିଳା ଜନଧନ ଯୋଜନା ଖାତାଧାରକଙ୍କ ଆକାଉଣ୍ଟରୁ ଉଠାଯାଇଛି 8.72 କୋଟି ଟଙ୍କା (44%) । ଦ୍ଵିତୀୟ କିସ୍ତି ବାବଦକୁ 20.62 କୋଟି (100%)ହିତାଧିକାରୀଙ୍କ ଖାତାରେ ପଇଠ ହୋଇଛି 10,315 କୋଟି ଟଙ୍କା । ତେବେ ଦ୍ଵିତୀୟ କିସ୍ତିର ଏହି ଅର୍ଥରୁ ଶତକଡା 47 ଭାଗ ହିତାଧିକାରୀ 9.7 କୋଟି (47%)ଟଙ୍କା ଉଠାଇଛନ୍ତି ।     
  • 2.81 କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଦୁଇଟି କିସ୍ତିରେ 2814.5 କୋଟି ଟଙ୍କା ପ୍ରଦାନ କରାଯାଇଛି ।
  • 2.3 କୋଟି କୋଠାବାଡି ଓ ନିର୍ମାଣ ଶ୍ରମିକଙ୍କୁ 4312.82 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
  • 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏପ୍ରିଲ ମାସ ପାଇଁ 101 ଲକ୍ଷ ଟନ ଖାଦ୍ୟ ଶସ୍ୟ ଉଠାଇଛନ୍ତି । ଏପ୍ରିଲ ମାସରେ ଏହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ 36.93 ଲକ୍ଷ ଟନ ଖାଦ୍ୟ ଶସ୍ୟ 73.86 କୋଟି ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି । ମେ’ ମାସରେ 35ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ 35.85 କୋଟି ହିତାଧିକାରୀଙ୍କୁ 32.92 ଲକ୍ଷ ଟନ ଖାଦ୍ୟ ଶସ୍ୟ ବାଣ୍ଟିଛନ୍ତି । ଚଳିତ ମାସରେ ଏପର୍ଯ୍ୟନ୍ତ 17ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ 7.16 କୋଟି ହିତାଧିକାରୀଙ୍କୁ 3.85 ଲକ୍ଷ ଟନ ଖାଦ୍ୟ ଶସ୍ୟ ବଣ୍ଟନ କରିଛନ୍ତି । ଏହାଛଡା 5.06 ଡାଲି ଜାତୀୟ ଶସ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି । ଏପର୍ଯ୍ୟନ୍ତ 19.4 କୋଟି ହିତାଧିକାରୀଙ୍କ ପରିବାରଙ୍କ ମଧ୍ୟରୁ 17.9 କୋଟି ହିତାଧିକାରୀ ପରିବାରକୁ 1.91 ଲକ୍ଷ ଟନ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି ।
  • ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ 9.25 କୋଟି ସିଲିଣ୍ଡର ଏପର୍ଯ୍ୟନ୍ତ ବୁକ ହୋଇଥିବା ବେଳେ ହିତାଧିକାରୀମାନଙ୍କୁ 8.58 କୋଟି ସିଲିଣ୍ଡର ମାଗଣା ବିତରଣ କରାଯାଇଛି ।
  • ଇପିଏଫଓର 16.1 ଲକ୍ଷ ସଦସ୍ୟ ଫେରସ୍ତ କରିବାକୁ ପଡୁନଥିବା 4725 କୋଟି ଟଙ୍କାର ଅନଲାଇନ ଅର୍ଥ ଉଠାଣ କରିଛନ୍ତି ।
  • ବର୍ଦ୍ଧିତ ମୂଲ୍ୟ ସମ୍ପର୍କରେ 01.04.2020ରେ ବିଜ୍ଞପ୍ତି କରାଯାଇଛି । ଚଳିତ ଆର୍ଥିକ ବର୍ଷରେ 48.13 କୋଟି ଶ୍ରମଦିବସ ସୃଷ୍ଟି କରାଯାଇଛି । 28729 କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ସେମାନଙ୍କ ବକେୟା ପଇଠ ନିମନ୍ତେ ପ୍ରଦାନ କରାଯାଇଛି ।
  • 59.23 ଲକ୍ଷ କର୍ମଚାରୀଙ୍କ 24% ଦେୟ ବାବଦକୁ 895.09 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ

02.06.2020 ସୁଦ୍ଧା ମୋଟ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି)

Scheme

Number of Beneficiaries

Amount

Support to PMJDY women account holders

1st Ins - 20.05 Cr(98.3%)

2nd Ins –20.63 Cr

1st Ins - 10029 Cr

2nd Ins – 10315 Cr

Support to NSAP (Aged widows, Divyang, Senior citizen)

2.81 Cr (100%)

1st Ins - 1407 Cr

2nd Ins – 1407 Cr

Front-loaded payments to farmers under PM-KISAN

8.19 Cr

16394 Cr

Support to Building & Other Construction workers

2.3 Cr

4313 Cr

24% contribution to EPFO

.59 Cr

895 Cr

Ujjwala

1st Ins – 7.48

2nd Ins – 4.48

8488 Cr

TOTAL

42Cr

53248 Cr

 

**********


(ରିଲିଜ ଆଡି: 1629087) ପରିଦର୍ଶକ କାଉଣ୍ଟର : 437