ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଆଇଆଇର ବାର୍ଷିକ ଅଧିବେଶନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 02 JUN 2020 6:35PM by PIB Bhubaneshwar

ନମସ୍ତେ, ସର୍ବପ୍ରଥମେ, ସିଆଇଆଇ 125 ବର୍ଷ ସଫଳତା ପୂର୍ବକ ପୂରଣ କରିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା, ଶୁଭେଚ୍ଛା । ଏହି 125 ବର୍ଷର ଯାତ୍ରା ବହୁତ ଦୀର୍ଘ ହୋଇଥାଏ । ଅନେକଗୁଡ଼ିଏ ରହଣୀ ସ୍ଥଳ ଆସିଥିବ, ଅନେକ ଉତଥାନ-ପତନ ଆସିଥିବ, କିନ୍ତୁ ଶହେ ପଚିଶ ବର୍ଷ ପର୍ଯ୍ୟନ୍ତ ଏକ ସଂଗଠନକୁ  ଚଳାଇବା, ଏହା ହେଉଛି ଏକ ବହୁତ ବଡ଼ କଥା । ଏଥିରେ ସମୟାନୁକୂଳ ପରିବର୍ତନ ଆସିଛି, ବ୍ୟବସ୍ଥା ସବୁ ପରିବର୍ତ୍ତିତ ହୋଇଛି, ମୁଁ ଏହି 125 ବର୍ଷ ମଧ୍ୟରେ ସିଆଇଆଇକୁ ସୁଦୃଢ଼ କରିବାରେ ଯେଉଁ ଯେଉଁ ଲୋକମାନେ ସେମାନଙ୍କର ଯୋଗଦାନ ଦେଇଛନ୍ତି, ସେ ସମସ୍ତ ମହାନୁଭବ ମାନଙ୍କୁ ମଧ୍ୟ  ଶୁଭେଚ୍ଛା ଜଣାଉଛିଯେଉଁମାନେ ଆମ୍ଭମାନଙ୍କ ଗହଣରେ ନାହାଁନ୍ତି, ସେମାନଙ୍କୁ ମଧ୍ୟ ସାଦର ପ୍ରଣାମ ଜଣାଉଛି, ଆଉ ଭବିଷ୍ୟତରେ ଯେଉଁମାନେ ଏହାକୁ ସମ୍ଭାଳିବାକୁ ଯାଉଛନ୍ତି, ସେମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି ।

କରୋନାର ଏହି ସମୟକାଳ ମଧ୍ୟରେ, ଏହି ପ୍ରକାରର ଅନଲାଇନ କାର୍ଯ୍ୟକ୍ରମ ହିଁ ନ୍ୟୁ ନର୍ମାଲ ହୋଇ ଯାଉଛି । କିନ୍ତୁ ଏହା ମଧ୍ୟ ମାନବର ସବୁଠାରୁ ବଡ଼ ଶକ୍ତି ହୋଇଥାଏ କି ସେ ପ୍ରତ୍ୟେକ ଅସୁବିଧାରୁ ବାହାରକୁ ବାହାରିବାର ରାସ୍ତା ନିର୍ମାଣ କରି ନେଇଥାଏ । ଆଜି ମଧ୍ୟ ଆମକୁ ଯେଉଁଠି ଗୋଟିଏ ପଟେ ଭୂତାଣୁ ସହିତ ଲଢ଼ିବା ପାଇଁ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିବ, ସେଇଠି ଅନ୍ୟ ପଟେ ଅର୍ଥନୀତିକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ । ଆମକୁ ଗୋଟିଏ ପଟେ ଦେଶବାସୀଙ୍କର ଜୀବନ ମଧ୍ୟ ବଂଚାଇବାକୁ ପଡ଼ିବ, ତ ଅନ୍ୟପଟେ ଦେଶର ଅର୍ଥନୀତିରେ ମଧ୍ୟ ସ୍ଥିରତା ଆଣିବାକୁ ପଡ଼ିବ, ଗତି ଦେବାକୁ ପଡ଼ିବ । ଏହି ପରିସ୍ଥିତିରେ ଆପଣ ଗେଟିଂ ଗ୍ରୋଥ ବ୍ୟାକର କଥା ଆରମ୍ଭ କରିଛନ୍ତି ଆଉ ନିଶ୍ଚିତ ରୂପେ ଏଥିପାଇଁ ଆପଣମାନେ ସମସ୍ତେ, ଭାରତୀୟ ଉଦ୍ୟୋଗ ଜଗତର ଲୋକମାନେ ହେଉଛନ୍ତି ପ୍ରଶଂସାର ପାତ୍ର । ବରଂ ମୁଁ ତ ଗେଟିଂ ଗ୍ରୋଥ ବ୍ୟାକ ରୁ ଆଗକୁ ଯାଇ ଏହା ମଧ୍ୟ କହିବି କି ହଁ, ଆମ୍ଭେମାନେ ନିଶ୍ଚିତ ରୂପେ ଆମର ଅଭିବୃଦ୍ଧିକୁ ଫେରି ପାଇ ପାରିବୁ । ଆପଣମାନଙ୍କ ମଧ୍ୟରୁ କିଛି ଜଣ ଏହା ଚିନ୍ତା କରି ପାରନ୍ତି କି ସଙ୍କଟର ଏହି ପରିସ୍ଥିତିରେ, ମୁଁ ଏତେ ଦୃଢ଼ତାର ସହିତ ଏହା କିପରି କହି ପାରୁଛି  ।

ମୋର ଏହି ଆତ୍ମବିଶ୍ୱାସର ଅନେକ କାରଣ ରହିଛି । ମୋତେ ଭାରତର ଦକ୍ଷତା ଏବଂ ସଙ୍କଟ ପରିଚାଳନା ଉପରେ ଭରସା ରହିଛି । ମୋର ଭାରତର ଦକ୍ଷତା ଏବଂ ଟେକ୍ନୋଲୋଜି ଉପରେ ମଧ୍ୟ ଭରସା ରହିଛି । ମୋର ଭାରତର ନବସୃଜନ ଏବଂ ବୁଦ୍ଧିମତା ଉପରେ ମଧ୍ୟ ଭରସା ଅଛି । ମୋର ଭାରତର କୃଷକ, ଏମଏସଏମଇ ଉଦ୍ୟୋଗ ଉପରେ ମଧ୍ୟ ଭରସା ରହିଛି । ମୋର ଭରସା ଭାରତର ଉଦ୍ୟୋଗର ନେତୃତ୍ୱ ଉପରେ, ଆପଣଙ୍କ ସମସ୍ତଙ୍କ ଉପରେ ଅଛି । ସେଥିପାଇଁ ମୁଁ କହି ରଖୁଛି- ହଁ, ଆମେ ନିଶ୍ଚୟ ଆମର ଅଭିବୃଦ୍ଧି ହାସଲ କରିବୁ । ଭାରତ ନିଶ୍ଚୟ ତାର ଅଭିବୃଦ୍ଧିକୁ ଫେରିବ ।

ସାଥୀଗଣ, କରୋନା ଆମର ଗତିକୁ ମନ୍ଥର କରି ଦେଇଛି, କିନ୍ତୁ ଆଜି ଦେଶର ସବୁଠାରୁ ବଡ଼ ସତ୍ୟତା ଏହା ହେଉଛି କି ଭାରତ ଲକ ଡାଉନକୁ ପଛରେ ଛାଡ଼ି ଅନଲକ୍ ପ୍ରଥମ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି । ଅନଲକ୍ ପ୍ରଥମ ପର୍ଯ୍ୟାୟରେ ଅର୍ଥନୀତିର ବହୁତ ବଡ଼ ଭାଗ ଖୋଲିଯାଇଛି । ଅନେକ ଭାଗ 8 ଜୁନ ପରେ ଖୋଲିବାକୁ ଯାଉଛି । ଅର୍ଥାତ ପୁନଃ ଅଭିବୃଦ୍ଧିକୁ ଫେରିବାର ଶୁଭାରମ୍ଭ ହୋଇ ସାରିଛି ।

ଆଜି ଏହାସବୁ ଏଥିପାଇଁ କରି ପାରୁଛେ, କାରଣ ଯେତେବେଳେ ଦୁନିଆରେ କରୋନା ଭୂତାଣୁ ନିଜର ପାଦ ସମ୍ପ୍ରସାରଣ କରୁଥିଲା, ଭାରତ ଉଚିତ ସମୟରେ ସଠିକ ଭାବେ ଉପଯୁକ୍ତ ପଦକ୍ଷେପ ଉଠାଇଲା । ବିଶ୍ୱର ସମସ୍ତ ଦେଶ ଗୁଡ଼ିକ ତୁଳନା କରିବା ତ ଆଜି ଆମକୁ ଜଣାପଡ଼ୁଛି କି ଭାରତରେ ଲକଡାଉନର କେତେ ବ୍ୟାପକ ପ୍ରଭାବ ରହିଛି । ଏହି ଲକ ଡାଉନରେ ଭାରତ କରୋନା ବିରୁଦ୍ଧରେ ଯୁଦ୍ଧ ପାଇଁ ଶାରୀରିକ ସମ୍ବଳକୁ ପ୍ରସ୍ତୁତ କରିଛି, ନିଜର ମାନବ ସମ୍ବଳକୁ ମଧ୍ୟ ବଂଚାଇଛି । ଏଭଳି ସ୍ଥିତିରେ ପ୍ରଶ୍ନ ହେଉଛି କି ଏହା ଆଗକୁ କ? ଉଦ୍ୟୋଗଗୁଡ଼ିକର ନେତୃତ୍ୱ ନେଉଥିବା ବେଳେ ଆପଣମାନଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଥିବ କି ଏବେ ସରକାର କଣ କରିବାକୁ ଯାଉଛନ୍ତି? ଆତ୍ମନିର୍ଭର ଭାରତ ଅଭିଯାନ ବିଷୟରେ ମଧ୍ୟ ଆପଣଙ୍କର କିଛି ପ୍ରଶ୍ନ ଥିବ । ଏହା ହେଉଛି ବହୁତ ସ୍ୱାଭାବିକ, ସ୍ୱାଭାବିକ କଥା ।

ସାଥୀଗଣ, କରୋନା ବିରୁଦ୍ଧରେ ଅର୍ଥନୀତିକୁ ପୁଣି ସୁଦୃଢ଼ କରିବା, ଆମର ସର୍ବାଧିକ ପ୍ରାଥମିକତା ଭିତରୁ ଗୋଟିଏ । ଏଥିପାଇଁ ସରକାର ଯାହା ନିଷ୍ପତ୍ତି ଏବେ ତୁରନ୍ତ ନେବାର ଆବଶ୍ୟକତା ଅଛି, ତାହା ନେଉଛନ୍ତି । ଆଉ ଏହା ସହିତ ଏଭଳି ନିଷ୍ପତ୍ତି ନିଆଯାଇଛି ଯାହା ଦୀର୍ଘସୂତ୍ରୀ ଭାବେ ଦେଶକୁ ସହାୟତା କରିପାରିବ ।

ସାଥୀଗଣ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ଗରିବଙ୍କୁ ତୁରନ୍ତ ଲାଭ ଦେବାରେ ବହୁତ ସହାୟତା କରିଛି । ଏହି ଯୋଜନା ଅଧୀନରେ ପ୍ରାୟ 74 କୋଟି ହିତାଧିକାରୀଙ୍କ ପାଖରେ ରାଶନ ପହଂଚାଯାଇ ସାରିଛି ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ମାଗଣାରେ ରାସନ ପହଂଚାଯାଉଛି । ଏହା ବ୍ୟତୀତ ଏ ପର୍ଯ୍ୟନ୍ତ ଗରିବ ପରିବାରଗୁଡ଼ିକୁ 53,000 କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ଦିଆଯାଇଛି । ମହିଳା ହୁଅନ୍ତୁ, ଦିବ୍ୟାଙ୍ଗ ହୁଅନ୍ତୁ, ବୟସ୍କ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, ପ୍ରତ୍ୟେକଙ୍କୁ ଏହାଦ୍ୱାରା ଲାଭ ମିଳିଛି । ଲକଡାଉନ ସମୟରେ ସରକାର ଗରିବମାନଙ୍କୁ 8 କୋଟିରୁ ଅଧିକ ଗ୍ୟାସ ସିଲିଣ୍ଡର ବିତରଣ କରିଛନ୍ତି- ତାହା ମଧ୍ୟ ମାଗଣାରେ । କେବଳ ଏତିକି ହିଁ ନୁହେଁ, ଘରୋଇ କ୍ଷେତ୍ରରେ  ପ୍ରାୟ 50 ଲକ୍ଷ କର୍ମଚାରୀଙ୍କ ଖାତାରେ 24 ପ୍ରତିଶତ ଇପିଏଫ ଯୋଗଦାନ ମଧ୍ୟ ସରକାର କରିଛନ୍ତି । ସେମାନଙ୍କ ଖାତାରେ ପ୍ରାୟ 800 କୋଟି ଟଙ୍କା ଜମା କରାଯାଇଛି ।

ସାଥୀଗଣ, ଭାରତକୁ ପୁଣିଥରେ ଦ୍ରୁତ ବିକାଶର ପଥକୁ ଆଣିବା ପାଇଁ, ଆତ୍ମନିର୍ଭର ଭାରତ ଗଠନ ପାଇଁ 5ଟି କଥା ହେଉଛି ବହୁତ ଜରୁରୀ । ଉଦ୍ଦେଶ୍ୟ, ଅନ୍ତର୍ଭୁକ୍ତୀକରଣ, ନିବେଶ, ଭିତ୍ତିଭୂମି ଏବଂ ନବସୃଜନ । ନିକଟରେ ମଧ୍ୟ ଯେଉଁ କଠୋର ନିଷ୍ପତ୍ତି ନିଆଯାଇଛି, ଏଥିରୁ ମଧ୍ୟ ଆପଣମାନଙ୍କୁ ଏହି ସମସ୍ତ ଝଲକ ମିଳିଯିବ । ଏହି ନିଷ୍ପତ୍ତି ସହିତ ଆମେ ସମସ୍ତ କ୍ଷେତ୍ରକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଛୁ । ଏହି କାରଣରୁ ଆଜି ଭାରତ ଏକ ନୂତନ ଅଭିବୃଦ୍ଧି ଆଧାରିତ ଭବିଷ୍ୟତ ଆଡ଼କୁ ଦ୍ରୁତ ଉଡାଣପାଇଁ ପ୍ରସ୍ତୁତ ଅଛି । ସାଥୀଗଣ, ଆମ ପାଇଁ ସଂସ୍କାର କୌଣସି କ୍ୱଚିତ ଅବା ବିକ୍ଷିପ୍ତ ନିଷ୍ପତ୍ତି ନୁହେଁ । ଆମ ପାଇଁ ସଂସ୍କାର ହେଉଛି ବିଧିବଦ୍ଧ ଯୋଜନାବଦ୍ଧ ସମନ୍ୱିତ ଏବଂ ଆନ୍ତଃସଂଯୋଗ ଏବଂ ଭବିଷ୍ୟତର ପ୍ରକ୍ରିୟା ।

ଆମ ପାଇଁ ସଂସ୍କାରର ଅର୍ଥ ହେଉଛି ନିଷ୍ପତ୍ତି ନେବାର ସାହସ କରିବା ଆଉ, ତାକୁ ଯୁକ୍ତିଯୁକ୍ତ ଭାବରେ ପରିସମାପ୍ତି କରାଇବା । ଆଇବିସି ହେଉ, ବ୍ୟାଙ୍କ ବିଲୟ ହେଉ, ଜିଏସଟି ହେଉ, ଫେସଲେସ୍ ଆୟକର ନିର୍ଦ୍ଧାରଣର ବ୍ୟବସ୍ଥା ହେଉ, ଆମେ ସର୍ବଦା ବ୍ୟବସ୍ଥାଗୁଡ଼ିକରେ ସରକାରଙ୍କ ଦଖଲଗୁଡ଼ିକୁ କମ୍ କରିବା, ଘରୋଇ ଉଦ୍ୟୋଗ ପାଇଁ ଉତ୍ସାହଜନକ ଇକୋ ସିଷ୍ଟମ ଠିଆ କରିବା ଉପରେ ଗୁରୁତ୍ୱ ଦେଇଛୁ । ଏହି କାରଣରୁ ସରକାର ଆଜି ଏଭଳି ନୀତିଗତ ସଂସ୍କାର ମଧ୍ୟ କରୁଛନ୍ତି । ଯାହା ଉପରେ ଦେଶ ଆଶା ଓ ବିଶ୍ୱାସ ଛାଡ଼ି ଦେଇଥିଲା । ଯଦି ମୁଁ କୃଷି କ୍ଷେତ୍ରର କଥା କହିବି ତ ଆମର ଏଠାରେ ସ୍ୱାଧୀନତାର ପରେ ଯେଉଁ ନିୟମ କାୟଦା କଟକଣା ତିଆରି ହେଲା, ସେଥିରେ କୃଷକମାନଙ୍କୁ ମଧ୍ୟସ୍ଥିଙ୍କ ହାତରେ ଛାଡ଼ି ଦିଆଯାଇଥିଲା । କୃଷକ କେଉଁଠାରେ ଫସଲ ବିକ୍ରି କରି ପାରିବ, କେଉଁଠାରେ ନୁହେଁ, ନିୟମ ବହୁତ କଡ଼ାକଡ଼ି ଥିଲା । କୃଷକମାନଙ୍କ ସହିତ ଦଶକ ଦଶକ ଧରି ହେଉଥିବା ଅନ୍ୟାୟକୁ ଦୂର କରିବାର ଇଚ୍ଛାଶକ୍ତି ଆମ ସରକାର ଦେଖାଇଲେ ।

ଏପିଏମସି ଆଇନରେ ପରିବର୍ତନ ପରେ ଏବେ କୃଷକମାନଙ୍କୁ ମଧ୍ୟ ସେମାନଙ୍କର ଅଧିକାର ମିଳିବ । କୃଷକମାନେ ଏବେ ଯେଉଁଠାରେ ଚାହିଁବେ, ଯାହାକୁ ଚାହିଁବେ ଏବଂ ଯେତେବେଳେ ଚାହିଁବେ, ନିଜ ଫସଲ ବିକ୍ରି କରି ପାରିବେ । ଏହା ସହିତ ପଣ୍ୟାଗାରରେ ରଖା ଯାଉଥିବା କୃଷି ଉତ୍ପାଦ ଏବେ ଇଲେକ୍ଟ୍ରୋନିକ ଟ୍ରେଡିଂ ଜରିଆରେ ମଧ୍ୟ ବିକ୍ରି କରାଯାଇ ପାରିବ । ଆପଣ କଳ୍ପନା କରି ପାରିବେ କି ଏହାଦ୍ୱାରା କୃଷି ବ୍ୟବସାୟ ପାଇଁ କେତେ ନୂତନ ପଥ ଖୋଲିବାକୁ ଯାଉଛି । ସାଥୀଗଣ, ଏହିଭଳି ଭାବେ, ଆମର ଶ୍ରମିକମାନଙ୍କ କଲ୍ୟାଣକୁ ଧ୍ୟାନରେ ରଖି ରୋଜଗାରର ସୁଯୋଗ ବୃଦ୍ଧି କରିବା ପାଇଁ ଶ୍ରମ ସଂସ୍କାର ମଧ୍ୟ କରାଯାଉଛି ।

ଯେଉଁ ଅଣ-ରଣନୀତିକ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ଅନୁମତି ମଧ୍ୟ ନଥିଲା, ତାହାମଧ୍ୟ ଉନ୍ମୁକ୍ତ କରାଯାଇଛି । ଆପଣଙ୍କ ଧ୍ୟାନ ମଧ୍ୟ ଏ ଦିଗକୁ ଯାଇଥିବ କି ସମସ୍ତଙ୍କର ସହିତ-ସମସ୍ତଙ୍କର ବିକାଣ, ସମସ୍ତଙ୍କର ବିଶ୍ୱାସର ପଥରେ ଅଗ୍ରସର ହୋଇ ଆମେ ସେହି ନିଷ୍ପତ୍ତି ମଧ୍ୟ ନେଇଛୁ, ଯାହାର ଦାବୀ ବର୍ଷ-ବର୍ଷ ଧରି ହେଉଥିଲା । ସାଥୀଗଣ, ବିଶ୍ୱର ତୃତୀୟ ବୃହତମ ଦେଶ, ଯାହାପାଖରେ କୋଇଲାର ଭଣ୍ଡାର ହେଉ-କୋଇଲା ଖଣି ହେଉ, ଯାହା ପାଖରେ ଆପଣମାନଙ୍କ ଭଳି ସାହସୀ ଏବଂ ଉଦ୍ୟମୀ, ବ୍ୟବସାୟ ଜଗତର ନେତୃତ୍ୱ ଅଛନ୍ତି, କିନ୍ତୁ ପୁଣି ମଧ୍ୟ, ସେହି ଦେଶକୁ ବାହାରୁ କୋଇଲା ଆସୁ, କୋଇଲା ଆମଦାନୀ ହେଉ ତ ତାହାର କାରଣ କ? କେବେ ସରକାର ପ୍ରତିବନ୍ଧକ ସାଜିଛନ୍ତି, କେବେ ନୀତିଗୁଡ଼ିକ ପ୍ରତିବନ୍ଧକ ସାଜିଛି । କିନ୍ତୁ ଏବେ କୋଇଲା କ୍ଷେତ୍ରକୁ ଏହି ବନ୍ଧନ ଗୁଡ଼ିକରୁ ମୁକ୍ତ କରିବାର କାର୍ଯ୍ୟ କରି ଦିଆଯାଇଛି ।

ଏବେ କୋଇଲା କ୍ଷେତ୍ରରେ ବାଣିଜ୍ୟିକ ଖନନକୁ ଅନୁମତି ଦିଆଯାଇଛି । ଆଂଶିକ ଉତ୍ତୋଳିତ ହୋଇଥିବା ବ୍ଲକଗୁଡ଼ିକୁ ମଧ୍ୟ ଆବଂଟନ କରିବାର ଅନୁମତି ଦିଆଯାଇଛି । ଏହିଭଳି ଭାବରେ ଖଣିଜ ପଦାର୍ଥ ପାଇଁ ମଧ୍ୟ ଏବେ କମ୍ପାନୀଗୁଡ଼ିକୁ  ଉତ୍ତୋଳନ ସହିତ ଖନନ କାର୍ଯ୍ୟ ଏକ ସହିତ ହୋଇ ପାରିବ । ଏହି ନିଷ୍ପତ୍ତିର କେତେ ସୁଦୂର ପ୍ରସାରୀ ପରିଣାମ ହେବାକୁ ଯାଉଛି, ଏହା ଏହି କ୍ଷେତ୍ର ସହିତ ପରିଚିତ ଲୋକ ଭଲଭାବେ ଜାଣନ୍ତି ।

ସାଥୀଗଣ, ସରକାର ଯେଉଁ ଦିଗରେ ବଢ଼ୁଛନ୍ତି, ସେଥିରେ ଆମର ଖଣିଜ କ୍ଷେତ୍ର ହେଉ, ଶକ୍ତି କ୍ଷେତ୍ର ହେଉ, ଗବେଷଣା ଏବଂ ଟେକ୍ନୋଲୋଜି ହେଉ, ପ୍ରତ୍ୟେକ କ୍ଷେତ୍ରରେ ଉଦ୍ୟୋଗକୁ ସୁଯୋଗ ମିଳିବ, ଏବଂ ଯୁବକମାନଙ୍କ ପାଇଁ ମଧ୍ୟ ନୂତନ ଅବସର ସୃଷ୍ଟି ହେବ । ଏହିସବୁଠାରୁ ମଧ୍ୟ ଆଗକୁ ବଢ଼ି, ଏବେ ଦେଶର ରଣନୀତିକ କ୍ଷେତ୍ରରେ ମଧ୍ୟ ଘରୋଇ କ୍ଷେତ୍ରର ଭାଗୀଦାରୀର ଏକ ବାସ୍ତବିକତା ସୃଷ୍ଟି ହୋଇଛି । ସେ ମହାକାଶ କ୍ଷେତ୍ରରେ ନିବେଶ କରିବା ହେଉ, ଆଣବିକ ଶକ୍ତି କ୍ଷେତ୍ରରେ ନୂତନ ସୁଯୋଗ ଖୋଜିବା ହେଉ, ସମ୍ଭାବନା ଆପଣଙ୍କ ପାଇଁ ସମ୍ପୁର୍ଣ୍ଣ ଭାବେ ଉନ୍ମୁକ୍ତ ରହିଛି ।

ସାଥୀଗଣ, ଆପଣମାନେ ଏହା ଭଲ ଭାବେ ଜାଣନ୍ତି କି ଏମଏସଏମଇ କ୍ଷେତ୍ରର ଲକ୍ଷ-ଲକ୍ଷ ଶାଖା ଆମ ଦେଶ ପାଇଁ ଅର୍ଥନୈତିକ ଇଂଜିନ ଭଳି ଏମାନଙ୍କର ଦେଶର ଜିଡିପିରେ ବହୁତ ବଡ଼ ଯୋଗଦାନ ଦେଇଛନ୍ତି, ଏହି ଯୋଗଦାନ ପ୍ରାୟ ହେଉଛି 30 ପ୍ରତିଶତ । ଏମଏସଏମଇର ସଜ୍ଞା ସ୍ପଷ୍ଟ କରିବବା ଦାଦୀ ଦୀର୍ଘ ସମୟ ଧରି ଉଦ୍ୟୋଗ ଜଗତ କରୁଥିଲା, ତ ଏବେ ଏହା ପୂରଣ କରିଦିଆ ଯାଇଛି । ଏହାଦ୍ୱାରା ଏମଏସଏମଇଗୁଡ଼ିକୁ ବିନା କୌଣସି ଚିନ୍ତାରେ ଅଭିବୃଦ୍ଧି ହାସଲ କରି ପାରିବେ ଆଉ ସେମାନଙ୍କୁ ଏମଏସଏମଇର ଷ୍ଟାଟସ୍ ବଜାୟ ରଖିବା ପାଇଁ ଅନ୍ୟ ପଥରେ ଚାଲିବାର ଆବଶ୍ୟକତା ପଡ଼ିବ ନାହିଁ । ଦେଶର ଏମଏସଏମଇରେ କାର୍ଯ୍ୟ କରୁଥିବା କୋଟି କୋଟି ସାଥୀମାନଙ୍କୁ ଲାଭ ହେଉ, ଏଥିପାଇଁ 200 କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କ୍ରୟରେ ଗ୍ଲୋବାଲ ଟେଣ୍ଡରକୁ ଶେଷ କରି ଦିଆଯାଇଛି । ଏହାଦ୍ୱାରା ଆମର ଛୋଟ ଉଦ୍ୟୋଗକୁ ଅଧିକ ସୁଯୋଗ ମିଳି ପାରିବ । ଗୋଟିଏ ପଟେ ଆତ୍ମ ନିର୍ଭର ଭାରତ ପ୍ୟାକେଜ ଏମଏସଏମଇ କ୍ଷେତ୍ରର ଇଂଜିନ ପାଇଁ ଇନ୍ଧନର କାର୍ଯ୍ୟ କରିବ ।

ସାଥୀଗଣ, ଏ ଯେଉଁ ନିଷ୍ପତ୍ତି ହେଉଛି ତାହାର ବାସ୍ତବିକତା ବୁଝିବା ପାଇଁ ଆଜି ବିଶ୍ୱ ସ୍ଥିତିକୁ ଦେଖିବା ଏମବଂ ବୁଝିବାର ବହୁତ ଆବଶ୍ୟକତା ରହିଛି । ଆଜି ବିଶ୍ୱର ସମସ୍ତ ଦେଶ, ପୂର୍ବ ତୁଳନାରେ ଜଣେ ଅନ୍ୟ ଜଣଙ୍କୁ ସହଯୋଗ କରିବା ପାଇଁ ଅଧିକ ଚାହୁଁଛନ୍ତି । ଦେଶରେ ଜଣେ ଅନ୍ୟଜଣଙ୍କର ଆବଶ୍ୟକତା ଆହୁରି ଅଧିକ ସୃଷ୍ଟି ହୋଇଛି । କିନ୍ତୁ ଏହା ସହିତ ଏହି ବିଚାର ମଧ୍ୟ ଚାଲୁଛି କି ପୁରୁଣା ଚିନ୍ତା, ପୁରୁଣା ରୀତିନୀତି, ପୁରୁଣା ନୀତି କେତେ ଉପଯୋଗୀ ସାବ୍ୟସ୍ତ ହେବ । ସ୍ୱାଭାବିକ ହେଉଛି କି ଏହି ସମୟରେ ନୂତନ ଭାବରେ ମନ୍ଥନ ଚାଲୁ ରହିଛି । ଆଉ ଏଭଳି ସମୟରେ ଭାରତ ଉପରେ ବିଶ୍ୱର ଆଶା, ଆକାଂକ୍ଷା ଆହୁରି ବୃଦ୍ଧି ପାଇଛି । ଆଜି ଦୁନିଆର ଭାରତ ଉପରେ ବିଶ୍ୱାସ ମଧ୍ୟ ବଢ଼ିଛି ଏବଂ ନୂତନ ଆଶା ସଂଚାର ହୋଇଛି । ଏବେ ଆପଣ ଦେଖିଥିବେ କି କରୋନାର ଏହି ସଙ୍କଟରେ ଯେତେବେଳେ କୌଣସି ଦେଶ ପାଇଁ ଅନ୍ୟ ଦେଶ ସହାୟତା କରିବା କଷ୍ଟକର ହେଉଥିଲା, ସୋତେବେଳେ ଭାରତ 150ରୁ ଅଧିକ ଦେଶକୁ ଡାକ୍ତରୀ ଉପକରଣ ପଠାଇ ସେମାନଙ୍କର ସହାୟତା କରିଛି । ସାଥୀଗଣ, ବିଶ୍ୱ ଏକ ବିଶ୍ୱସ୍ତ ଏବଂ ଭରସାଯୋଗ୍ୟ ସହଯୋଗୀ ଭାବେ ଭାରତର କ୍ଷମତା, ଦକ୍ଷତା ଏବଂ ଦୃଢ଼ତା ରହିଛି ବୋଲି ଅନୁଭବ କରିଛି ।

ଆଜି ସମଗ୍ର ବିଶ୍ୱରେ ଭାରତ ପ୍ରତି ଯେଉଁ ବିଶ୍ୱାସ ସୃଷ୍ଟି ହୋଇଛି, ତାହାର ଆପଣ ସମସ୍ତେ ଭାରତର ଉଦ୍ୟୋଗ ଜଗତ ସଂପୂର୍ଣ୍ଣ ଲାଭ ଉଠାଇବା ଆବଶ୍ୟକ । ଏହା ହେଉଛି ଆପଣ ସମସ୍ତଙ୍କର ଦାୟିତ୍ୱ, ସିଆଇଆଇ ଭଳି ସଂଗଠନର ଦାୟିତ୍ୱ ହେଉଛି ଭାରତରେ ଉତ୍ପାଦନ ସହିତ ବିଶ୍ୱାସ, ଗୁଣବତା, ପ୍ରତିଦ୍ୱନ୍ଦିତା ମନୋଭାବ ତିନୋଟି ଜଡ଼ିତ ରହିଛି । ଆପଣ ଦୁଇ ପାଦ ଆଗକୁ ବଢ଼ିବେ, ସରକାର ଚାରି ପାଦ ଆଗକୁ ବଢ଼ି ଆପଣଙ୍କୁ ସହାୟତା କରିବେ । ପ୍ରଧାନମନ୍ତ୍ରୀ ଭାବେ ମୁଁ ଆପଣମାନଙ୍କୁ ଭରସା ଦେଉଛି କି ମୁଁ ଆପଣମାନଙ୍କ ସହିତ ଠିଆ ହୋଇଛି । ଭାରତୀୟ ଉଦ୍ୟୋଗ ଜଗତ ପାଇଁ ସମ୍ଭାବନାର ମହାସାଗର ଭଳି ରହିଛି । ମୋତେ ବିଶ୍ୱାସ କରନ୍ତୁ, ପୁଣି ଅଭିବୃଦ୍ଧି ହାସଲ କରନ୍ତୁ, ଏତେ କଠିନ ମଧ୍ୟ ନୁହେଁ । ଆଉ ସବୁଠାରୁ ବଡ଼ କଥା ହେଉଛି କି ଏବେ ଆପଣଙ୍କ ପାଖରେ, ଭାରତୀୟ ଉଦ୍ୟୋଗ ଜଗତ ପାଖରେ ଏକ ସ୍ପଷ୍ଟ ପଥ ରହିଛି । ଆତ୍ମନିର୍ଭର ଭାରତର ଅର୍ଥ ହେଉଛି କି ଏବେ ଆହୁରି ଅଧିକ ଦୃଢ଼ ହୋଇ ବିଶ୍ୱକୁ ପ୍ରଭାବିତ କରିବା ।

ଆତ୍ମନିର୍ଭର ଭାରତ ବିଶ୍ୱ ଅର୍ଥନୀତି ସହିତ ସଂପୂର୍ଣ୍ଣ ଭାବେ ସମନ୍ୱିତ ମଧ୍ୟ ହେବ ଆଉ ସହାୟତା ମଧ୍ୟ ପ୍ରଦାନ କରିବ । କିନ୍ତୁ ଧ୍ୟାନ ରଖିବେ, ଆତ୍ମନିର୍ଭର ଭାରତର ଅର୍ଥ ମଧ୍ୟ ହେଉଛି ଏହା କି ଆମେ ରଣନୈତିକ କ୍ଷେତ୍ରରେ କାହା ଉପରେ ନିର୍ଭର କରିବା ନାହିଁ । ଭାରତରେ ସୁଦୃଢ଼ ଉଦ୍ୟୋଗ କ୍ଷେତ୍ର ସୃଷ୍ଟି କରିବା । ଏଭଳି ଉଦ୍ୟୋଗ ସୃଷ୍ଟି କରିବା ଯାହା ବିଶ୍ୱ ଶକ୍ତି ହୋଇ ପାରିବ । ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିବ, ଆମ ଲୋକଙ୍କୁ ସଶକ୍ତ କରିବ । ଆମ ଦେଶର ଭବିଷ୍ୟତ ପାଇଁ ଭବିଷ୍ୟତର ସଂଜ୍ଞାକୁ ସମାଧାନ କରିବା ଦିଗରେ ସହାୟତା କରିବ । ଆମେ ଏ ପର୍ଯ୍ୟନ୍ତ ଏଭଳି ସ୍ଥନୀୟ ଶୃଙ୍ଖଳ ନୀତି ନିର୍ମାଣ କରିବା, ଯାହାଦ୍ୱାରା ନିବେଶ କରିବା, ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ କରିବା, ଯାହା ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତର ଅଧିକ ଯୋଗଦାନକୁ ସୁଦୃଢ଼ କରିବ । ଏହି ଅଭିଯାନରେ ସିଆଇଆଇ ଭଳି ପ୍ରସିଦ୍ଧ ସଂସ୍ଥାକୁ ମଧ୍ୟ ନୂତନ ଭୂମିକାରେ ଆଗକୁ ଆସିବାକୁ ହେବ । ଏବେ ଆପଣଙ୍କୁ ବହୁମୁଖୀ ଉତ୍ସାହର ଚମ୍ପିୟାନ ହୋଇ ଆଗକୁ ଆସିବାର ଅଛି । ଆପଣଙ୍କୁ ଘରୋଇ ଉଦ୍ୟୋଗର ପୁନରୁଦ୍ଧାର ପାଇଁ ସୁଯୋଗ ସୃଷ୍ଟି କରିବାର ଅଛି । ପରବର୍ତ୍ତୀ ସ୍ତରର ଅଭିବୃଦ୍ଧିକୁ ସହାୟତା କରିବାର ଅଛି । ସମର୍ଥନ କରିବାର ଅଛି, ଆପଣଙ୍କ ଉଦ୍ୟୋଗକୁ ନିଜ ବଜାରକୁ ବିଶ୍ୱସ୍ତରରେ ସମ୍ପ୍ରସାରିତ କରିବାରେ ସହାୟତା କରିବାର ଅଛି ।

ସାଥୀଗଣ, ଏବେ ଦେଶର ଆବଶ୍ୟକତା ରହିଛି କି ଦେଶରେ ଏଭଳି ଉତ୍ପାଦ ପ୍ରସ୍ତୁତ ହେଉ ଯାହା ମେଡ୍ ଇନ୍ ଇଣ୍ଡିଆ ହେଉ, ମେଡ଼୍ ଫର୍ ୱାଲ୍ଡ ହେଉ । କିପରି ଆମେ ଦେଶର ଆମଦାନୀ ଅତି କମ୍ କରିବ, ଏହାକୁ ନେଇ କଣ ନୂଆ ଲକ୍ଷ୍ୟ ସ୍ଥିର କରାଯାଇ ପାରିବ? ଆମେ ସମସ୍ତ କ୍ଷେତ୍ରର ଉତ୍ପାଦନ ବଢ଼ାଇବା ପାଇଁ ନିଜ ଲକ୍ଷ୍ୟ ସ୍ଥିର କରିବାକୁ ହେବ । ଏହି ସନ୍ଦେଶ ଆଜି ମୁଁ ଉଦ୍ୟୋଗ କ୍ଷେତ୍ରକୁ ଦେବାକୁ ଚାହୁଁଛି ଆଉ ଦେଶ ଏହି ଆଶା ଆପଣମାନଙ୍କଠାରୁ ରଖୁଛି ।

ସାଥୀଗଣ, ଦେଶରେ ଉତ୍ପାଦନକୁ, ମେକ୍ ଇନ୍ ଇଣ୍ଡିଆକୁ ରୋଜଗାରର ବଡ଼ ମାଧ୍ୟମ କରିବା ପାଇଁ ଆପଣଙ୍କ ଭଳି ସମସ୍ତ ଉଦ୍ୟୋଗୀ ସଂଗଠନ ସହିତ ଚର୍ଚ୍ଚା କରି ଅନେକ ଅଗ୍ରାଧିକାର କ୍ଷେତ୍ରକୁ ଚିହ୍ନଟ କରାଯାଇଛି । ଏଥିରେ ଆସବାବପତ୍ର, ଏୟାର କଣ୍ଡିସନର, ଚମଡ଼ା ଏବଂ ଯୋତା, ଏହି ତିନୋଟି କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । କେବଳ ଏୟାର କଣ୍ଡିସନକୁ ନେଇ ଆମେ ନିଜର ଚାହିଦାର 30 ପ୍ରତିଶତରୁ ଅଧିକ ଆମଦାନୀ କରୁଛୁ । ଏ କ୍ଷେତ୍ରରେ ଆମକୁ ଦ୍ରୁତ ଗତିରେ କାମ କରିବାର ଅଛି । ସେହିପରି ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ଚମଡ଼ା ଉତ୍ପାଦନ ହେବା ସତ୍ୱେ, ବିଶ୍ୱ ରପ୍ତାନୀରେ ଆମର ଅଂଶ ବହୁତ କମ୍ ରହିଛି ।

ସାଥୀଗଣ, କେତେ ମଧ୍ୟ କ୍ଷେତ୍ର ହେଉ, ଯେଉଁଥିରେ ଆମେ ବହୁତ ଭଲ କରି ପାରିବା । ବିଗତ ବର୍ଷଗୁଡ଼ିକରେ ଆପଣ ସମସ୍ତ ସାଥୀମାନଙ୍କର ସହଯୋଗରେ ହିଁ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ ପ୍ରସ୍ତୁତ ହୋଇଛି । ଦେଶ ଆଜି ମେଟ୍ରୋର କୋଚ୍ ରପ୍ତାନୀ କରୁଛି । ଏହିଭଳି ଭାବେ ମୋବାଇଲ ଫୋନ ଉତ୍ପାଦନ ହେଉ, ପ୍ରତିରକ୍ଷା ଉତ୍ପାଦ ହେଉ, ଅନେକ କ୍ଷେତ୍ରରେ ଆମଦାନୀ ଉପରେ ଆମର ନିର୍ଭରଶୀଳତାକୁ କମ୍ କରିବାର ପ୍ରୟାସ କରାଯାଉଛି । ଆଉ ମୁଁ ବହୁତ ଗର୍ବର ସହିତ କହିବି କି କେବଳ 3 ମାସ ମଧ୍ୟରେ ହିଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ-ପିପିଇର କୋଟି-କୋଟି ଶହ-ଶହ କୋଟିର ଉଦ୍ୟୋଗ ଆପଣମାନେ ହିଁ ପ୍ରସ୍ତୁତ କରିଛନ୍ତି । ତିନି ମାସ ପୂର୍ବରୁ ଭାରତରେ ଗୋଟିଏ ମଧ୍ୟ ପିପିଇ ନିର୍ମାଣ ହେଉ ନ ଥିଲା, ଆଜି ଭାରତରେ ଗୋଟିଏ ଦିନରେ ତିନି ଲକ୍ଷ ପିପିଇ କିଟ୍ ନିର୍ମାଣ ହେଉଛି, ତ ଏହା ହେଉଛି ଆମ ଉଦ୍ୟୋଗ ଜଗତର ସାମର୍ଥ୍ୟ । ଆପଣଙ୍କର ଏହି ସାମର୍ଥ୍ୟର ବ୍ୟବହାର ପ୍ରତ୍ୟେକ କ୍ଷେତ୍ରରେ ବୃଦ୍ଧି କରିବାର ଅଛି । ମୋର ତ ସିଆଇଆଇର ସମସ୍ତ ସାଥୀମାନଙ୍କୁ ଏହା ମଧ୍ୟ ଅନୁରୋଧ କି, ଗ୍ରାମୀଣ ଅର୍ଥନୀତିରେ ନିବେଶ ଏବଂ କୃଷକଙ୍କ ସହିତ ଭାଗୀଦାରୀର ରାସ୍ତା ଖୋଲିବାର ମଧ୍ୟ ସଂପୂର୍ଣ୍ଣ ଲାଭ ଉଠାନ୍ତୁ । ଏବେ ତ ଗାଁ ପାଖରେ ହିଁ ସ୍ଥାନୀୟ କୃଷି ଉତ୍ପାଦର କ୍ଲଷ୍ଟର୍ସ ପାଇଁ ଜରୁରୀ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଏଥିରେ ସିଆଇଆଇର ସମସ୍ତ ସଭ୍ୟ ପାଇଁ ବହୁତ ସୁଯୋଗ ରହିଛି ।

ସାଥୀଗଣ, କୃଷି ହେଉ, ମତ୍ସ୍ୟଚାଷ ହେଉ, ଖାଦ୍ୟ ପ୍ରକ୍ରିୟାକରଣ ହେଉ, ଜୋତା ହେଉ, ଫାର୍ମା କ୍ଷେତ୍ର ହେଉ, ଅନେକ କ୍ଷେତ୍ରରେ ନୂତନ ସୁଯୋଗର ଦ୍ୱାର ଆପଣଙ୍କ ପାଇଁ ଖୋଲିଛି । ସରକାର ସହରଗୁଡ଼ିକରେ ପ୍ରବାସୀମାନଙ୍କ ପାଇଁ ଆବାସ ଉପଲବ୍ଧ କରାଇବା ପାଇଁ ଯେଭଳି ଭାବରେ ଭଡ଼ା ଯୋଜନା ଘୋଷଣା କରିଛନ୍ତି, ସେଥିରେ ମଧ୍ୟ ଆପଣ ସମସ୍ତ ସାଥୀମାନଙ୍କୁ ମୁଁ ସକ୍ରିୟା ଭାଗିଦାରୀ ପାଇଁ ଆମନ୍ତ୍ରିତ କରୁଛି ।

ସାଥୀଗଣ, ଆମ ସରକାର ଘରୋଇ କ୍ଷେତ୍ରକୁ ଦେଶର ବିକାଶ ଯାତ୍ରାର ସହଭାଗୀ ମାନୁଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନ ସହିତ ଜଡ଼ିତ ଆପଣଙ୍କର ସମସ୍ତ ଆବଶ୍ୟକତାର ଧ୍ୟାନ ରଖାଯିବ । ଆପଣଙ୍କର ସମସ୍ତ ହିତଧାରକଙ୍କ ସହିତ ମୁଁ କ୍ରମାଗତ ଭାବେ ଆଲୋଚନା କରୁଛି ଏବଂ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣ ପତ୍ୟେକ କ୍ଷେତ୍ର ସମ୍ପର୍କରେ ବିସ୍ତୃତ ଅଧ୍ୟୟନ କରନ୍ତୁ, ସଚେତନତା ସୃଷ୍ଟି କରନ୍ତୁ, ପରିକଳ୍ପନାଗୁଡ଼ିକର ବିକାଶ କରନ୍ତୁ, ବହୁତ ଭାବନ୍ତୁ, ଆମେ ସମସ୍ତେ ଏକାଠି ହୋଇ ଅଧିକ ଗଠନାତ୍ମକ ସଂସ୍କାର ଆଣିବା, ଯାହା ଆମ ଦେଶର ଅର୍ଥନୈତିକ ଗତିବିଧିରେ ପରିବର୍ତ୍ତନ ଆଣିବ ।

ଆମେ ମିଳିମିଶି ଆତ୍ମନିର୍ଭର ଭାରତ ନିର୍ମାଣ କରିବା, ସାଥୀଗଣ, ଆସନ୍ତୁ, ଦେଶକୁ ଆତ୍ମନିର୍ଭର କରିବାର ସଂକଳ୍ପ ନେବା । ଏହି ସଂକଳ୍ପକୁ ପୂରଣ କରିବା ପାଇଁ ନିଜର ସଂପୂର୍ଣ୍ଣ ଶକ୍ତି ଲଗାଇ ଦେବା । ସରକାର ଆପଣଙ୍କ ସହିତ ଠିଆ ହୋଇଛନ୍ତି । ଆପଣ ଦେଶର ଲକ୍ଷ୍ୟ ସହିତ ଠିଆ ହୁଅନ୍ତୁ । ଆପଣ ସଫଳ ହେବେ, ଆମେ ସଫଳ ହେବା, ତ ଦେଶ ନୂତନ ଶିଖରରେ ପହଂଚିବ, ଆତ୍ମନିର୍ଭର ହୋଇ ପାରିବ      । ପୁଣିଥରେ ସିଆଇଆଇକୁ 125 ବର୍ଷ ପୂରଣ ହେବା ଅବସରରେ ମୁଁ ବହୁତ-ବହୁତ ଶୁଭକାମନା ଜଣାଉଛି । ବହୁତ-ବହୁତ ଧନ୍ୟବାଦ !!

 

**********



(Release ID: 1628868) Visitor Counter : 189