ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଅଜିତ ଯୋଗୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
29 MAY 2020 6:00PM by PIB Bhubaneshwar
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ଯୋଗୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ଶ୍ରୀ ଅଜିତ ଯୋଗୀ ଜନସେବା ପ୍ରତି ସଦା ଆଗ୍ରହୀ ଥିଲେ । ଏହି ଆଗ୍ରହ ତାଙ୍କୁ ପ୍ରଶାସକ ଏବଂ ରାଜନୈତିକ ନେତା ଭାବେ ଗଢି ତୋଳିଥିଲା । ସେ ଗରିବ, ବିଶେଷଭାବେ ଆଦିବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ପ୍ରତି ଗଭୀର ସମବେଦନା । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
(Release ID: 1627737)
Visitor Counter : 202
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam