ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

Posted On: 26 MAY 2020 5:26PM by PIB Bhubaneshwar

କୋଭିଡ-19କୁ ପ୍ରତିହତ କରିବା ତଥା ତତଜନିତ ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ପଦକ୍ଷେପମାନ ନେଇଛନ୍ତି ସର୍ବୋଚ୍ଚ ସ୍ତରରେ ନିୟମିତ ଭାବରେ ଏହାର ତଦାରଖ ଓ ସମୀକ୍ଷା କରାଯାଉଛି

ସଂକ୍ରମଣ ଯେପରି ଅଧିକ ନହୁଏ ତା’ର ପ୍ରତିହତ କରିବା ପାଇଁ ଅନେକ ପ୍ରଶାସନିକ ପଦକ୍ଷେପ ନିଆଯାଉଛି ହାତ ଧୋଇବା, ନିଶ୍ଵାସ ପ୍ରଶ୍ଵାସର ଶୁଦ୍ଧତା, ବିଭିନ୍ନ ସ୍ଥାନକୁ ସ୍ପର୍ଶ ନକରିବା ଇତ୍ୟାଦି ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ଏଥିସହିତ ନିୟମିତ ଭାବେ ମାସ୍କ ବ୍ୟବହାର କରିବା ସହ ବୟସ୍କମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ପାଇଁ ଶାରୀରିକ ଦୂରତ୍ଵକୁ ଏକ ସାମାଜିକ ଟୀକା ଭାବେ ବିବେଚନା କରାଯାଉଛି ।

ଭାରତ ବର୍ତ୍ତମାନ ଏହାର ନମୁନା ପରୀକ୍ଷଣ ସାମର୍ଥ୍ୟ ଯଥେଷ୍ଟ ବୃଦ୍ଧି କରିଛି । ଦେଶରେ  ଏବେ ଦିନକୁ ପ୍ରାୟ 1.1 ଲକ୍ଷ ନମୁନା ପରୀକ୍ଷା କରାଯାଉଛି । ଅଧିକ ପରୀକ୍ଷାଗାର, ସିଫ୍ଟ, ଆରଟି-ପିସିଆର ମେସିନ ଓ ଏଦିଗରେ ସଂଶ୍ଳିଷ୍ଟ ମାନବ ସମ୍ବଳ ବୃଦ୍ଧି କରାଯାଇ ନମୁନା ପରୀକ୍ଷାକୁ ବହୁଗୁଣିତ କରାଯାଇପାରିଛି ଆଜି ଦେଶରେ 612ଟି ପରୀକ୍ଷାଗାର ଥିବାବେଳେ ସେଥିରୁ 430ଟି ଆଇସିଏମଆର ଦ୍ଵାରା ପରିଚାଳିତ ହେଉଛି । ଏହାଛଡା 182ଟି ଘରୋଇ କ୍ଷେତ୍ରର ପରୀକ୍ଷାଗାର ରହିଛି । କରୋନା ଲକ୍ଷଣ ନଥିବା ପ୍ରବାସୀ ଶ୍ରମିକଙ୍କୁ ଘରୋଇ ଏକାନ୍ତବାସ ଓ ଲକ୍ଷଣଯୁକ୍ତ ମାନଙ୍କ ନିମନ୍ତେ ନମୁନା ପରୀକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଇଛି । ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ସରକାର ଏନଟିଇପି ଅନୁସାରେ କୋଭିଡ-19 ପରୀକ୍ଷା ପାଇଁ ଏନଏଟି ମେସିନର ଉପଯୋଗ କରୁଛନ୍ତି । ଗତ କିଛି ମାସ ମଧ୍ୟରେ ସ୍ଵଦେଶୀ ଜ୍ଞାନ କୌଶଳରେ ପିସିଆର କିଟ, ଭିଟିଏମ ସ୍ଵାବ ଓ ଆରଏନଏ ସଂଗ୍ରହ କିଟର ଉତ୍ପାଦନ ବୃଦ୍ଧି କରାଯାଇଛି ।

ଦିନକୁ ଦିନ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 41.61 ଶତକଡାରେ ପହଞ୍ଚିଛି । ଏପର୍ଯ୍ୟନ୍ତ 60,490 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ଏବେ ମୃତ୍ୟୁ ହାର 3.30 ପ୍ରତିଶତରୁ ହ୍ରାସ ପାଇ 2.87ରେ ପହଞ୍ଚିଛି । ଏହି ହାର ବିଶ୍ଵରେ ସର୍ବନିମ୍ନ । ବର୍ତ୍ତମାନ ବିଶ୍ଵରେ ମୃତ୍ୟୁ ହାର 6.45 ରହିଛି ।       

ଏକ ବିଶ୍ଳେଷଣରୁ ଜଣାଯାଇଛି ଯେ, ଆମ ଦେଶରେ 1 ଲକ୍ଷ ଜନସଂଖ୍ୟାରେ ମୃତ୍ୟୁ ହାର ହେଉଛି 0.3 ଭାଗ ମାତ୍ର ବିଶ୍ଵରେ 1 ଲକ୍ଷ ଜନ ସଂଖ୍ୟାରେ ଏହି ହାର 4.4 ରହିଛି ସମୟୋଚିତ ପରୀକ୍ଷା ଓ ସଂକ୍ରମିତଙ୍କୁ ଚିହ୍ନଟ କରି ଚିକିତ୍ସା ଯୋଗୁଁ ଆମ ଦେଶରେ ମୃତ୍ୟୁ ହାର କମ ରହିଛି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 



(Release ID: 1627012) Visitor Counter : 286