ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଅମ୍ଫନ ମହାବାତ୍ୟାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରେ ମୁତୟନ ହେଲେ ଆଉ 10 ଏନଡିଆରଏଫ ଟିମ
Posted On:
23 MAY 2020 4:28PM by PIB Bhubaneshwar
ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଓ ବେସାମରିକ ପ୍ରତିରକ୍ଷା ବିଭାଗ ପ୍ରଧାନ ଶାସନ ସଚିବଙ୍କ ଲିଖିତ ଅନୁରୋଧ କ୍ରମେ ପଶ୍ଚିମବଙ୍ଗ ବାହାରେ ଥିବା ଆଉ 10 ଏନଡିଆରଏଫ ଟିମକୁ ପଶ୍ଚିମବଙ୍ଗରେ ମୁତୟନ କରାଯିବ । ଆଜି ବିଲମ୍ଭିତ ରାତି ସୁଦ୍ଧା ସେମାନେ କୋଲକାତାରେ ପହଞ୍ଚିବାର ସମ୍ଭାବନା ରହିଛି । ବର୍ତ୍ତମାନ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ 26 ଏନଡିଆରଏଫ ଟିମ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆଉ 10ଟି ଟିମ ସେମାନଙ୍କ ସହ ସାମିଲ ହେଲେ ମୋଟ 36ଟି ଟିମ ଅମ୍ଫନ ମହାବାତ୍ୟା ଯୋଗୁଁ ଖ୍ୟାତିଗ୍ରସ୍ତ 6ଟି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବ ।
**********
(Release ID: 1626434)
Visitor Counter : 191
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam