ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

କମ୍ୟୁନିଟି ରେଡିଓରେ ବିଜ୍ଞାପନ ସମୟ ଘଣ୍ଟା ପ୍ରତି 12 ମିନିଟକୁ ବୃଦ୍ଧି କରିବା ଲାଗି ଆଲୋଚନା କରାଯାଉଛି : ଶ୍ରୀ ପ୍ରକାଶ ଜାଭଡେକର

• କମ୍ୟୁନିଟି ରେଡିଓରେ ନ୍ୟୁଜ ବୁଲେଟିନ ପ୍ରସାରଣ ପ୍ରସ୍ତାବ ବିଚାର କରାଯିବ
• କମ୍ୟୁନିଟି ରେଡିଓ ସଂଖ୍ୟା ବୃଦ୍ଧି ପାଇଁ ରହିଛି ଯୋଜନା : ଶ୍ରୀ ଜାଭଡେକର

Posted On: 22 MAY 2020 7:44PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି କହିଛନ୍ତି ଯେ କମ୍ୟୁନିଟି ରେଡିଓରେ ବିଜ୍ଞାପନ ପ୍ରସାରଣ ସମୟ ବର୍ତମାନର ଘଣ୍ଟାପ୍ରତି 7 ମିନିଟରୁ 12 ମିନିଟକୁ ବୃଦ୍ଧି କରିବା ଲାଗି ସେ ଆଗ୍ରହୀ ଅଛନ୍ତି । ଯାହାଦ୍ୱାରା ଏଗୁଡ଼ିକୁ ଟିଭି ଚ୍ୟାନେଲ ସହିତ ସମାନ କରାଯାଇପାରିବ । ଅଭିନବ ସମାନ୍ତରାଳ ପ୍ରସାରଣ ମାର୍ଗରେ କେନ୍ଦ୍ର ମନ୍ତ୍ରୀ ସମସ୍ତ କମ୍ୟୁନିଟି ରେଡିଓ ଷ୍ଟେସନର ଶ୍ରୋତାମାନଙ୍କୁ ଉଦବୋଧନ ଦେଇଥିଲେ । ଏହା ଦୁଇଟି ସମାନ ସ୍ଲଟରେ ସନ୍ଧ୍ୟା 7ଟାରୁ ସାଢ଼େ ସାତଟା ମଧ୍ୟରେ ପ୍ରସାରିତ ହୋଇଥିଲା ।

ଶ୍ରୀ ଜାଭଡେକର କରିଥିଲେ ଯେ କମ୍ୟୁନିଟି ରେଡିଓ ଷ୍ଟେସନ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ବୃହତ ଭାଗ 75% ବ୍ୟୟଭାର ବହନ କରିଥାନ୍ତି । ଦୈନନ୍ଦିନ କାର୍ଯ୍ୟର ଖର୍ଚ୍ଚ ଷ୍ଟେସନ ବହନ କରିଥାଏ । ବର୍ତ୍ତମାନ ଟିଭି ଚ୍ୟାନେଲଗୁଡ଼ିକ ପ୍ରତି 1 ଘଣ୍ଟାରେ 12 ମିନିଟ ବିଜ୍ଞାପନ ପ୍ରସାରଣ କରୁଥିବା ବେଳେ କମ୍ୟୁନିଟି ରେଡିଓ ଷ୍ଟେସନଗୁଡ଼ିକ ଘଣ୍ଟାପ୍ରତି 7 ମିନିଟ ବିଜ୍ଞାପନ ପ୍ରସାରଣ କରୁଛନ୍ତି । ସମସ୍ତ ରେଡିଓ ଷ୍ଟେସନକୁ ବିଜ୍ଞାପନ ପ୍ରସାରଣ ପାଇଁ ଟିଭି ଚ୍ୟାନେଲ ସହିତ ସମାନ ସମୟ ଦେବା ଲାଗି ସେ ଆଗ୍ରହୀ ଅଛନ୍ତି ଯାହା ଫଳରେ ଏଗୁଡ଼ିକର ପାଣ୍ଠି ଆବଶ୍ୟକତା ପୂରଣ ହୋଇପାରିବ । ଏଥିସହିତ ସ୍ଥାନୀୟ ବିଜ୍ଞାପନଗୁଡ଼ିକ କମ୍ୟୁନିଟି ରେଡିଓ ଷ୍ଟେସନ ଉପରେ ଅଧିକ ନିର୍ଭରଶୀଳ ହୋଇପାରିବ ।

ପ୍ରାରମ୍ଭରେ ମନ୍ତ୍ରୀ କହିଥିଲେ ଯେ କମ୍ୟୁନିଟି ରେଡିଓ ଏକ କମ୍ୟୁନିଟି ବା ସମୁଦାୟ ଭଳି । ଏଗୁଡ଼ିକୁ ସେ ପରିବର୍ତ୍ତନର ବାହକଭାବେ ବର୍ଣ୍ଣନା କରି କହିଥିଲେ ଯେ ପ୍ରତିଦିନ କମ୍ୟୁନିଟି ରେଡିଓ ଷ୍ଟେସନ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଁଚିପାରୁଛି । ଏପରି ଅଧିକ ଷ୍ଟେସନ ପ୍ରତିଷ୍ଠା ଲାଗି ମନ୍ତ୍ରଣାଳୟ ଯୋଜନା କରୁଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।

ଲୋକମାନଙ୍କୁ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିବା ନିମନ୍ତେ ଆହ୍ୱାନ କରି ମନ୍ତ୍ରୀ କହିଥିଲେ ଯେ ଅନ୍ୟ ରୋଗକୁ ପରାସ୍ତ କରିବା ଭଳି ଆମେ ଏହି ରୋଗକୁ ମଧ୍ୟ ହରାଇଦେବା । ତେବେ, ଏଥିପାଇଁ ଆମକୁ 4ଟି ନିୟମ ମାନିବାକୁ ପଡ଼ିବ-ଯଥାସମ୍ଭବ ଘରେ ରହିବା, ନିୟମିତ ହାତ ସଫା କରିବା, ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ।

ସାମାଜିକ ଦୂରତା ଓ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଜାନ ଭି ଜାହାନ ଭିମନ୍ତ୍ରକୁ ଦୋହରାଇଥିଲେ ଏବଂ କହିଥିଲେ ଯେ ଅବରୋଧ ଅଂଚଳରେ କଟକଣା ଜାରି ରହିଥିବା ବେଳେ ଗ୍ରୀନ ଜୋନରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଛି ।

କମ୍ୟୁନିଟି ରେଡିଓରେ ନ୍ୟୁଜ ବୁଲେଟିନ (ଖବର) ପ୍ରସାରଣ ସଂକ୍ରାନ୍ତରେ ହେଉଥିବା ଦାବି ଦ୍ୱାରା ମନ୍ତ୍ରୀ ପ୍ରଭାବିତ ହୋଇଥିଲେ । ସେ ଆଶ୍ୱାସନା ଦେଇଥିଲେ ଯେ ଏଫଏମ ଚ୍ୟାନେଲ ଭଳି କମ୍ୟୁନିଟି ରେଡିଓ ଷ୍ଟେସନରେ ମଧ୍ୟ ଖବର ପ୍ରସାରଣ ଆରମ୍ଭ କରିବା ପ୍ରସ୍ତାବକୁ ସେ ଗମ୍ଭୀରତାର ସହ ବିଚାର କରିବେ । ମିଛ ଖବରର ପର୍ଦ୍ଦାଫାଶ କରିବା ନିମନ୍ତେ ନିଜସ୍ୱ ଉତ୍ସ ଉପଯୋଗ କରିବା ଏବଂ ସେଗୁଡ଼ିକୁ ଅଲଇଣ୍ଡିଆ ରେଡିଓ ସହିତ ବାଂଟିବା ଲାଗି ସେ କମ୍ୟୁନିଟି ରେଡିଓ ଷ୍ଟେସନଗୁଡ଼ିକୁ ଆହ୍ୱାନ କରିଥିଲେ । ଏହାଦ୍ୱାରା ସତ୍ୟ ସାମ୍ନାକୁ ଆସିପାରିବ । ସେ କହିଥିଲେ ଯେ ପିଆଇବି ଅଧୀନରେ ମନ୍ତ୍ରଣାଳୟ ପକ୍ଷରୁ ଏକ ଫ୍ୟାକ୍ଟ ଚେକ ସେଲ ଗଠନ କରାଯାଇଛି ଏବଂ କମ୍ୟୁନିଟି ରେଡିଓଗୁଡ଼ିକ ଏଥିରେ ସହଯୋଗ କରିପାରିବେ ।

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରା ନିକଟରେ ଜାରି କରାଯାଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ ସମ୍ପର୍କରେ ଶ୍ରୀ ଜାଭଡେକର କହିଥିଲେ ଯେ ଏହା ଏକ ବିସ୍ତୃତ ପ୍ୟାକେଜ । ଏଥିରେ କୃଷିଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ପାଇଁ ସହାୟତା ଘୋଷଣା କରାଯାଇଛି । ଏହି ପ୍ୟାକେଜ ଆମଦାନୀ ହ୍ରାସ କରିବା ସହିତ ରପ୍ତାନି ବଢ଼ାଇବ । ସେ କହିଥିଲେ ଯେ ଏହି ପ୍ୟାକେଜକୁ ଜନସାଧାରଣ ଗ୍ରହଣ କରିଛନ୍ତି ଏବଂ ସହାୟତାକୁ ନେଇ ସେମାନେ ଖୁସି ଅଛନ୍ତି ।

 

**********



(Release ID: 1626194) Visitor Counter : 237