ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା
प्रविष्टि तिथि:
18 MAY 2020 5:53PM by PIB Bhubaneshwar
ବର୍ତ୍ତମାନର ସ୍ଥିତି :
କୋଭିଡ-19ର ନିରାକରଣ, ଅବରୋଧ ଏବଂ ପରିଚାଳନା ପାଇଁ ଭାରତ ସରକାର ନିଜର ସକ୍ରିୟ ଏବଂ ସତର୍କ ପଦକ୍ଷେପ ଜାରି ରଖିଛନ୍ତି। କୋଭିଡ-19 ପରିଚାଳନା ପଦକ୍ଷେପକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ତଥା ଅନୁଧ୍ୟାନ କରାଯାଉଛି।
ଭାରତରେ ବର୍ତ୍ତମାନ 56,316 ସକ୍ରିୟ ସଂକ୍ରମଣ ମାମଲା ରହିଛି। ବର୍ତ୍ତମାନସୁଦ୍ଧା 36,824 ଜଣେ କୋଭିଡ-19 ସଂକ୍ରମିତ ସୁସ୍ଥ ହୋଇସାରିଲେଣି। ଗତ 24 ଘଣ୍ଟା ମଧ୍ୟରେ 2715 ଜଣ କୋଭିଡ-19 ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି। ଆମ ଦେଶରେ ଆରୋଗ୍ୟ ହାର 38.29% ରହିଛି ।
ସାରା ବିଶ୍ବରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ 60ଟି ସଂକ୍ରମିତ ମାମଲା ରହିଥିବା ବେଳେ ଭାରତରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ ହାରାହାରୀ 7.1 ଜଣ ସଂକ୍ରମିତ ରହିଛନ୍ତି। ବିଶ୍ବ ସ୍ଵାସ୍ଥ୍ୟ ସଂଗଠନର ସ୍ଥିତି ରିପୋର୍ଟ 118 ଅନୁଯାୟୀ, ସର୍ବାଧିକ ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ପ୍ରତ୍ୟେକ 1 ଲକ୍ଷ ଜନସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ନିମ୍ନରେ ଦିଆଗଲା :
|
ଦେଶ
|
ମୋଟ ସୁନିଶ୍ଚିତ ମାମଲା
|
ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ହାରାହାରୀ ଆକ୍ରାନ୍ତଙ୍କ ସଂଖ୍ୟା
|
|
ବିଶ୍ବ
|
45,25,497
|
60
|
|
ଯୁକ୍ତରାଷ୍ଟ୍ର ଆମେରିକା
|
1,409,452
|
431
|
|
ରୁଷ
|
281,752
|
195
|
|
ଇଂଲଣ୍ଡ
|
240,165
|
361
|
|
ସ୍ପେନ
|
230,698
|
494
|
|
ଇଟାଲୀ
|
224,760
|
372
|
|
ବ୍ରାଜିଲ
|
218,223
|
104
|
|
ଜର୍ମାନୀ
|
174,355
|
210
|
|
ତୁର୍କୀ
|
148,067
|
180
|
|
ଫ୍ରାନ୍ସ
|
140,008
|
209
|
|
ଇରାନ
|
118,392
|
145
|
|
ଭାରତ
|
96,169*
|
7.1
|
* 18 ମେ, 2020 ସୁଦ୍ଧା ସଦ୍ୟତମ ତଥ୍ୟ
ବର୍ତ୍ତମାନସୁଦ୍ଧା ସକ୍ରିୟ ଓ ଆଗୁଆ ପଦକ୍ଷେପ କାରଣରୁ ଉତ୍ସାହଜନକ ଫଳାଫଳ ପ୍ରାପ୍ତ ହୋଇଛି।
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନୂଆ ମାର୍ଗଦର୍ଶିକା
ରେଡ/ଗ୍ରୀନ/ଅରେଞ୍ଜ ଜୋନ ବର୍ଗୀକରଣ ସଂକ୍ରାନ୍ତରେ 17.05.20ରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏସବୁ ଗାଇଡଲାଇନ ଅନୁଯାୟୀ ରାଜ୍ୟଗୁଡ଼ିକୁ ଜିଲ୍ଲା/ମହାନଗର ନିଗମ କିମ୍ବା ଯଦି ସେମାନେ ଚାହାନ୍ତି ସବଡିଭିଜନ/ୱାର୍ଡ କିମ୍ବା ଅନ୍ୟ କୌଣସି ପ୍ରଶାସନିକ ୟୁନିଟକୁ ସେମାନଙ୍କ କ୍ଷେତ୍ରୀୟ ଆକଳନ ଅନୁଯାୟୀ, ରେଡ/ଗ୍ରୀନ/ଅରେଞ୍ଜ ଜୋନରେ ବର୍ଗୀକରଣ କରିପାରିବେ।
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ପାରାମିଟର ଅନୁଯାୟୀ, ମୋଟ ସକ୍ରିୟ ମାମଲା, ପ୍ରତି 1 ଲକ୍ଷ ଜନସଂଖ୍ୟାରେ ସକ୍ରିୟ ମାମଲା, ମାମଲା ଦୁଇ ଗୁଣ ହେବା (୭ଦିନ ମଧ୍ୟରେ କରାଯାଇଥିବା ହିସାବ ଆଧାରରେ), ମୃତ୍ୟୁହାର, ପରୀକ୍ଷା ହାର ଏବଂ ସଂକ୍ରମିତ ଚିହ୍ନଟ ହେବା ହାର ଆଦି ବିଭିନ୍ନ ପ୍ରସଙ୍ଗକୁ ବିଶ୍ଲେଷଣ କରି ଏହି ବର୍ଗୀକରଣ କରାଯାଇପାରିବ।
କ୍ଷେତ୍ରୀୟ ପଦକ୍ଷେପ ସ୍ଵରୂପ, ରାଜ୍ୟଗୁଡ଼ିକୁ ସତର୍କତାପୂର୍ବକ ଅବରୋଧ ଓ ବଫର ଜୋନ ପରିଚାଳନା କରିବା ଲାଗି ପରାମର୍ଶ ଦିଆଯାଇଛି। ଏସବୁ ଅବରୋଧ ଅଞ୍ଚଳରେ ଅବରୋଧ ଯୋଜନାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ରାଜ୍ୟଗୁଡ଼ିକୁ ମଧ୍ୟ କୁହାଯାଇଛି।
ଅବରୋଧ ଅଞ୍ଚଳରେ ସ୍ଵତନ୍ତ୍ର ଦଳ ଦ୍ଵାରା ଘର ଘର ବୁଲି ସକ୍ରିୟ ସଂକ୍ରମିତ ମାମଲା ସନ୍ଧାନ କରିବା, ନମୁନା ସଂଗ୍ରହ ଗାଇଡଲାଇନ ଅନୁଯାୟୀ ସମସ୍ତ ମାମଲାର ପରୀକ୍ଷଶ, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା, ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରମୁଖ କାର୍ଯ୍ୟ ଭାବେ ନିର୍ଦ୍ଧାରଣ କରାଯାଇଛି। ଏ କ୍ଷେତ୍ରରେ ସକ୍ରିୟ ଗୋଷ୍ଠୀଗତ ସମ୍ପୃକ୍ତି ଆଶା କରାଯିବା ଆବଶ୍ୟକ।
ପ୍ରତ୍ୟେକ ଅବରୋଧ ଅଞ୍ଚଳ ଚତୁଃପାର୍ଶ୍ଵରେ ଏକ ବଫର ଜୋନ ମଧ୍ୟ ଚିହ୍ନଟ କରାଯିବା ଆବଶ୍ୟକ ଯାହାଫଳରେ ଆଖପାଖ ଅଞ୍ଚଳରେ ସଂକ୍ରମଣ ବ୍ୟାପିବ ନାହିଁ। ବଫର ଜୋନଗୁଡ଼ିକରେ ଥିବା ଚିକିତ୍ସା କେନ୍ଦ୍ରରେ ଫ୍ଲୁ ଏବଂ ଗୁରୁତର ଶ୍ଵାସକ୍ରିୟା ଜନିତ ରୋଗରେ ପଡ଼ିଥିବା ରୋଗୀଙ୍କୁ ଠାବ କରିବା ସହିତ ସେମାନଙ୍କ ନମୁନା ପରୀକ୍ଷା ଜରିଆରେ ବ୍ୟାପକ ନିରୀକ୍ଷଣ ସୁନିଶ୍ଚିତ କରାଯିବା ଆବଶ୍ୟକ।
ବ୍ୟକ୍ତିଗତ ସ୍ଵଚ୍ଛତା, ହାତ ସଫା, ଶ୍ଵାସନଳୀକୁ ସୁସ୍ଥ ରଖିବା ପଦକ୍ଷେପ, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା ଆଦି ସମ୍ପର୍କରେ ସାମୁଦାୟିକ ସଚେତନତା ସୃଷ୍ଟି କରାଯିବା ଗୁରୁତ୍ଵପୂର୍ଣ୍ଣ।
**********
(रिलीज़ आईडी: 1624969)
आगंतुक पटल : 302
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam