ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ଅମ୍ଫନ’ ଘୂର୍ଣ୍ଣିବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

• ପରିସ୍ଥିତିର ମୁକାବିଲା ଲାଗି 25 ଏନଡିଆରଏଫ ଦଳ ମୁତୟନ

प्रविष्टि तिथि: 18 MAY 2020 5:39PM by PIB Bhubaneshwar

ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ଅମ୍ଫନ’କୁ ସାମନା କରିବା ଲାଗି ନିଆଯିବାକୁ ଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି

ପ୍ରଧାନମନ୍ତ୍ରୀ ପରିସ୍ଥିତିର ସମ୍ପୂର୍ଣ୍ଣ ସମୀକ୍ଷା କରିବା ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି  ଏନଡିଆରଏଫର ଯୋଜନା ସମ୍ପର୍କରେ ସୂଚନା ଦେଇ ଏହାର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଘଟଣାସ୍ଥଳରେ 25ଟି ଟିମ ମୁତୟନ ହୋଇଥିବା ବେଳେ ଆହୁରି 12ଟି ଟିମକୁ ସଜାଗ ରଖାଯାଇଛି ଏନଡିଆରଏଫର ଆହୁରି 24ଟି ଟିମ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ।   

ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ପି.କେ ସିହ୍ନା, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

 

**********


(रिलीज़ आईडी: 1624932) आगंतुक पटल : 187
इस विज्ञप्ति को इन भाषाओं में पढ़ें: Urdu , Punjabi , Marathi , Assamese , Telugu , Kannada , Tamil , English , हिन्दी , Bengali , Manipuri , Gujarati , Malayalam