ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଲକଡାଉନ 4.0 : ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି କଟକଣାକୁ ବଦଳାଇ ପାରିବେ ନାହିଁ ରାଜ୍ୟ ସମୂହ

• ସ୍ଥାନୀୟ ଆକଳନ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ କଟକଣାକୁ ଆବଶ୍ୟକ ସ୍ଥଳେ ଅଧିକ କଠୋର କରିପାରିବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର

Posted On: 18 MAY 2020 1:43PM by PIB Bhubaneshwar

କୋଭିଡ-19ର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ କଟକଣା ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏକ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛିଏଥି ସହିତ ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ଲାଗୁ କରାଯିବା ସହ ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବଏହି ପର୍ଯ୍ୟାୟରେ ପୂର୍ବରୁ ଜାରି ବ୍ୟାପକ କଠୋର କଟକଣା ଆଦିକୁ ଯଥେଷ୍ଟ କୋହଳ କରାଯାଇଛି

ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଗାଇଡ ଲାଇନ (ନିର୍ଦ୍ଦେଶାବଳୀ) ଅନୁସାରେ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଶୋଧିତ ନିର୍ଦ୍ଦେଶାବଳୀ (17/5/2020) ଅନୁସାରେ ଏବେ ନିଜ ନିଜର ରେଡ, ଅରେଞ୍ଜ ଗ୍ରୀନ ଜୋନଗୁଡିକର ଚିହ୍ନଟ ନିର୍ଦ୍ଧାରଣ କରିପାରିବେଏହିସବୁ ଜୋନ ମଧ୍ୟରେ ଥିବା କଣ୍ଟେନମେଣ୍ଟ ବଫର ଜୋନର ଚିହ୍ନଟକରଣ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୃକ୍ତ ଇଲାକାର ବୈଷୟିକ ପରିସ୍ଥିତିକୁ ବିଚାରକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ଦ୍ଧାରଣ କିମ୍ବା ପୁନଃ ନିର୍ଦ୍ଧାରଣ ହେବ

କଣ୍ଟେନମେଣ୍ଟ ଜୋନ ଭିତରେ ପୂର୍ବଭଳି କଡା କଟକଣା ଜାରି ରହିବସେସବୁ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ସହ ଅନ୍ୟ କିଛି ହେବ ନାହିଁରାଜ୍ୟ ସରକାରମାନେ ଏସବୁ ଅଞ୍ଚଳରେ ମନଇଚ୍ଛା କୌଣସି କୋହଳ ପଦକ୍ଷେପ ନେଇପାରିବେ ନାହିଁ ବୋଲି ଏହି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରି ଦିଆଯାଇଛିଦେଶବ୍ୟାପୀ ଏହି ବ୍ୟବସ୍ଥା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବଯେଉଁସବୁ କାର୍ଯ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିଷିଦ୍ଧ କରାଯାଇଛି, ତା ବାହାରେ ଥିବା ଅନ୍ୟାନ୍ୟ କାର୍ଯ୍ୟ ଚାଲିପାରିବ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସଂଶୋଧିତ ନିର୍ଦ୍ଦେଶାବଳୀରେ ଲକଡାଉନ କଟକଣାକୁ ଯଥେଷ୍ଟ କୋହଳ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରମାନେ ମନଇଚ୍ଛା ତାହାକୁ ଅଧିକ କୋହଳ ଏପଟସେପଟ କରିପାରିବେ ନାହିଁଆବଶ୍ୟକ ପଡିଲେ ରାଜ୍ୟ ସରକାର ସମୂହ ସ୍ଥାନୀୟ ଆବଶ୍ୟକତା, ସ୍ଥିତି ବାସ୍ତବତାକୁ ବିଚାରକୁ ନେଇ କଟକଣାକୁ ଅଧିକ କଠୋର ଏବଂ କେତେକ କାମ ଉପରେ ନିଷେଧାଜ୍ଞା ଜାରି କରିପାରିବେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସ୍ଥାନୀୟ ଭାବେ କୌଣସି ଜୋନ ନିର୍ଦ୍ଧାରଣ କରିବା ବେଳେ ରାଜ୍ୟ ସରକାରମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ କାମ କରିବାକୁ ପଡିବ କ୍ଷେତ୍ରରେ ଧାର୍ଯ୍ୟ ମାନଦଣ୍ଡ ନୀତିନିୟମ ଅବଶ୍ୟ ପାଳନୀୟ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଭାବେ ବ୍ୟାପକ ପ୍ରଚାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି

Click here to see the Official communication to States/UTs

***************

 



(Release ID: 1624913) Visitor Counter : 214