ରେଳ ମନ୍ତ୍ରଣାଳୟ

ଆଜିଠାରୁ ନୂଆଦିଲ୍ଲୀରୁ 3ଟି ସ୍ଵତନ୍ତ୍ର ଟ୍ରେନ ପୁନଃ ଚଳାଚଳ ଆରମ୍ଭ କରିବ ଭାରତୀୟ ରେଳବାଇ

• ନୂଆଦିଲ୍ଲୀ-ବିଳାସପୁର ଟ୍ରେନରେ 1177 ଯାତ୍ରୀ, ନୂଆଦିଲ୍ଲୀ-ଦିବ୍ରୁଗଡ଼ ଟ୍ରେନରେ 1122 ଯାତ୍ରୀ ଏବଂ ନୂଆଦିଲ୍ଲୀ-ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନରେ 1162 ଯାତ୍ରୀ କଲେ ଟିକେଟ ବୁକିଂ
• ଆଜିଠାରୁ ଦିଲ୍ଲୀ ଛାଡ଼ିବେ ମୋଟ 3461 ଜଣ ଯାତ୍ରୀ
ଟ୍ରେନ ସଂଖ୍ୟା 02442 ନୂଆଦିଲ୍ଲୀରୁ ବିଳାସପୁର, ପ୍ରଥମ ସ୍ଵତନ୍ତ୍ର ଟ୍ରେନ ଭାବେ ଆଜିଠାରୁ ଯାତ୍ରା ଆରମ୍ଭ କରିବ
• ଟ୍ରେନ ଛାଡ଼ିବା ସହିତ, ଭାରତୀୟ ରେଳବାଇର ଯାତ୍ରୀବାହୀ ଟ୍ରେନ ସେବା ପର୍ଯ୍ୟାୟକ୍ରମେ ପୁନଃଆରମ୍ଭ
• ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟତୀତ ଉପଲବ୍ଧ ହେବ ଏହି ସେବା

Posted On: 12 MAY 2020 3:24PM by PIB Bhubaneshwar

କୋଭିଡ-19 ମହାମାରୀ କାରଣରୁ ବାତିଲ ହୋଇଥିବା ଭାରତୀୟ ରେଳବାଇର ଯାତ୍ରୀବାହୀ ଟ୍ରେନ ସେବା ଆଜିଠାରୁ ପର୍ଯ୍ୟାୟକ୍ରମେ ଆଂଶିକ ଭାବେ ପୁନଃପ୍ରଚଳନ ହୋଇଛି। ପ୍ରଥମ ଟ୍ରେନ ଭାବେ ନୂଆଦିଲ୍ଲୀ-ବିଳାସପୁର ସ୍ଵତନ୍ତ୍ର ଟ୍ରେନ ସଂଖ୍ୟା 02442 ଆଜି ଅର୍ଥାତ 12 ମେ, 2020ଠାରୁ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ। ଆଜି ନୂଆଦିଲ୍ଲୀ ଷ୍ଟେସନରୁ ମୋଟ 3ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିବ ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଅତିରିକ୍ତ ଏହି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ।

ମୋଟ 3ଟି ଟ୍ରେନ ଆଜିଠାରୁ ବିଭିନ୍ନ ଗନ୍ତବ୍ୟ ଅଭିମୁଖେ ନୂଆଦିଲ୍ଲୀରୁ ଆରମ୍ଭ କରିବ ଏହି ଟ୍ରେନଗୁଡ଼ିକ ହେଲା:

କ୍ରଂସଂ

ଟ୍ରେନ ସଂଖ୍ୟା

ଛାଡ଼ିବ

ପହଞ୍ଚିବ

1

02692

ନୂଆଦିଲ୍ଲୀ

ବେଙ୍ଗାଲୁରୁ

2

02424

ନୂଆଦିଲ୍ଲୀ

ଦିବ୍ରୁଗଡ଼

3

02442

ନୂଆଦିଲ୍ଲୀ

ବିଳାସପୁର

ନୂଆଦିଲ୍ଲୀ-ବିଳାସପୁର ସ୍ଵତନ୍ତ୍ର ଟ୍ରେନରେ 1177 ଜଣ ଯାତ୍ରୀ ଟିକେଟ ବୁକିଂ କରିଥିବା ବେଳେ 741 ପିଏନଆର ଜେନେରେଟ ହୋଇଛି। ନୂଆଦିଲ୍ଲୀ-ଦିବ୍ରୁଗଡ଼ ସ୍ଵତନ୍ତ୍ର ଟ୍ରେନ ପାଇଁ 1122 ଜଣ ଯାତ୍ରୀ ଟିକେଟ ବୁକିଂ କରିବା ପରେ 442 ପିଏନଆର ଏବଂ ନୂଆଦିଲ୍ଲୀ-ବେଙ୍ଗାଲୁରୁ ସ୍ପେଶାଲ ଟ୍ରେନରେ 1162 ଜଣ ଯାତ୍ରୀ ଟିକେଟ ବୁକିଂ କରିବା ପରେ 804 ପିଏନଆର ସୃଷ୍ଟି ହୋଇଛି

ଆଜି ନୂଆଦିଲ୍ଲୀ ସମେତ ଅନ୍ୟ କିଛି ସହରରୁ ମୋଟ 8ଟି ଟ୍ରେନ ଯାତ୍ରା ଆରମ୍ଭ କରୁଛି। ଏହାର ବିବରଣୀ ନିମ୍ନରେ ଦିଆଗଲା:

କଂ.ନଂ.

ଟ୍ରେନ ସଂଖ୍ୟା

ଛାଡ଼ିବ

ପହଞ୍ଚିବ

1

02301

ହାଓଡ଼ା

ନୂଆଦିଲ୍ଲୀ

2

02951

ମୁମ୍ବାଇ ସେଣ୍ଟ୍ରାଲ

ନୂଆଦିଲ୍ଲୀ

3

02957

ଅହମ୍ମଦାବାଦ

ନୂଆଦିଲ୍ଲୀ

4

02309

ରାଜେନ୍ଦ୍ରନଗର (ଟି)

ନୂଆଦିଲ୍ଲୀ

5

02691

ବେଙ୍ଗାଲୁରୁ

ନୂଆଦିଲ୍ଲୀ

6

02692

ନୂଆଦିଲ୍ଲୀ

ବେଙ୍ଗାଲୁରୁ

7

02424

ନୂଆଦିଲ୍ଲୀ

ଦିବ୍ରୁଗଡ଼

8

02442

ନୂଆଦିଲ୍ଲୀ

ବିଳାସପୁର

 

************



(Release ID: 1623330) Visitor Counter : 234