ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ବର୍ତ୍ତମାନସୁଦ୍ଧା 20,917 ସଂକ୍ରମିତ ଆରୋଗ୍ୟ : ଆରୋଗ୍ୟ ହାର 31.15%

Posted On: 11 MAY 2020 5:27PM by PIB Bhubaneshwar

ଏବେ ସୁଦ୍ଧା ଦେଶରେ 20,917 ଜଣ କୋଭିଡ-19 ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି। ଯାହାଫଳରେ ଦେଶରେ ଆରୋଗ୍ୟ ହାର 31.15%ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା 67,152ରେ ପହଞ୍ଚିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 4,213 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ବିଭିନ୍ନ ଚିକିତ୍ସା ପେସାଦାରଙ୍କ କାର୍ଯ୍ୟକୁ ପ୍ରଶଂସା କରି କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ . ହର୍ଷ ବର୍ଦ୍ଧନ କହିଛନ୍ତି ଯେ କୋଭିଡ-19 ମୁକାବିଲାରେ ଦେଶର ସ୍ୱାସ୍ଥ୍ୟକର୍ମୀମାନେ ଯେଭଳି ଧୈର୍ଯ୍ୟର ପ୍ରଦର୍ଶନ କରିଛନ୍ତି ତାକୁ ନେଇ ଦେଶ ସେମାନଙ୍କ ଉପରେ ଗର୍ବିତ। ବିଶେଷ କରି ଗତ 3 ମାସରେ ସେମାନେ ଅତୁଳନୀୟ ସେବାର ପ୍ରଦର୍ଶନ କରିଛନ୍ତି। ଡାକ୍ତର ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ବାଛବିଚାର କରାଯିବା ଅନୁଚିତ କିମ୍ବା ସେମାନଙ୍କୁ ଟାର୍ଗେଟ କରାଯିବା ଉଚିତ ନୁହେଁ; ବରଂ ସେମାନଙ୍କ କାର୍ଯ୍ୟକୁ ସର୍ବସାଧାରଣରେ ପ୍ରଶଂସା କରାଯିବା ଉଚିତ। ସେ କହିଥିଲେ ଯେ କୋଭିଡ-19 ବିରୋଧରେ ଲଢ଼େଇ ପାଇଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ସମ୍ମାନ, ସହଯୋଗ ଏବଂ ସହାୟତା ପାଇବାର ହକଦାର।

କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ପାଇଁ ଆଜି ଜିଲ୍ଲାସ୍ତରୀୟ ସୁବିଧା ଆଧାରିତ ନିରୀକ୍ଷଣ ସୁବିଧା ନିମନ୍ତେ ଦିଶାନିର୍ଦ୍ଦେଶ ଜାରି କରାଯାଇଛି ଏହା https://www.mohfw.gov.in/pdf/DistrictlevelFacilitybasedsurveillanceforCOVID19.pdf  ରେ ଉପଲବ୍ଧ।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]inରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟୁଇଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 କିମ୍ବା 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

*********



(Release ID: 1623120) Visitor Counter : 146