ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଲକଡାଉନ ଅବଧି ଶେଷ ହେବାପରେ ଉତ୍ପାଦନ ଶିଳ୍ପସଂସ୍ଥାମାନଙ୍କୁ ପୁନଃ କାର୍ଯ୍ୟକ୍ଷମ କରିବା ସକାଶେ ଏନଡ଼ିଏମଏ (ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ) ପକ୍ଷରୁ ନୂତନ ଗାଇଡ଼ଲାଇନ ଜାରି

• ଗାଇଡ଼ଲାଇନକୁ କ୍ଷେତ୍ର ଅଧିକାରୀମାନେ କଡ଼ାକଡ଼ି ଭାବେ ସୁନିଶ୍ଚିତ କରିବା ସକାଶେ ନିର୍ଦ୍ଦେଶ

Posted On: 11 MAY 2020 12:46PM by PIB Bhubaneshwar

ଲକଡାଉନ ଅବଧି ପୂରଣ ହେବାପରେ କୋଭିଡ଼-19 ମହାମାରୀ ଯୋଗୁ ବନ୍ଦ ହୋଇପଡ଼ିଥିବା ଉତ୍ପାଦନ ଶିଳ୍ପସଂସ୍ଥାଗୁଡ଼ିକ କିଭଳି ପୁନଃ କାର୍ଯ୍ୟକ୍ଷମ ହେବ ସେଥିପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ, 2005 ଅନୁସାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଗାଇଡ଼ଲାଇନ ଜାରି କରାଯାଇଛି ।

କୋଭିଡ଼-19 ମହାମାରୀ ସଂପର୍କରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ମାର୍ଚ୍ଚ 25 ତାରିଖ ଠାରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିଲା । ଦେଶର କେତେକ ଜୋନରେ ଲକଡାଉନର ଅବଧି ଧୀରେ ଧୀରେ କୋହଳ ହେବା ଯୋଗୁ କେତେକ ଆର୍ଥିକ କାର୍ଯ୍ୟକଳାପର ପୁନଃ ଆରମ୍ଭ କରିବା ସକାଶେ ଏନଡ଼ିଏମଏ  ଆଦେଶ ସଂଖ୍ୟା 1-29/2020-ପିପି, ତାରିଖ ମେ1, 2020 ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ଆଦେଶନାମା ସଂଖ୍ୟା 40-3/ 2020-ଡ଼ିଏମ-1(ଏ), ତାରିଖ ମେ1, 2020 ଦିନ ଜାରି କରାଯାଇଛି ।

ଅନେକ ସପ୍ତାହ ଧରି ଲକଡାଉନ ଜାରି ଏବଂ ଲକଡାଉନ ଅବଧିରେ ଶିଳ୍ପ ସଂସସ୍ଥାଗୁଡ଼ିକ ବନ୍ଦ ରହିବା ଯୋଗୁ କେତେକ ଅପରେଟର ହୁଏତ ଏସଓପିକୁ ମାନି କାର୍ଯ୍ୟ କରିବା ସମ୍ଭବପର ହୋଇ ନପାରେ । ଫଳରେ କେତେକ ଉତ୍ପାଦନକାରୀ ଶିଳ୍ପସଂସ୍ଥାରେ ପାଇପଲାଇନ ଓ ଭାଲ୍ଭ ଆଦିରେ ରାସାୟନିକ ପଦାର୍ଥର ଅବଶିଷ୍ଟାଂଶ ରହିଯାଇ ଥାଇପାରେ ଯାହାକି ଅପରେଟରମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ସେହିଭଳି ଭଣ୍ଡାରକରଣ ବ୍ୟବସ୍ଥା ପାଇଁ ମଧ୍ୟ ଏହିଭଳି ସ୍ଥିତି ଉତ୍ପନ୍ନ ହୋଇପାରେ ଯେଉଁଠାରେ ବିପଜ୍ଜନକ ରାସାୟନିକ ଏବଂ ଦାହ୍ୟ ଉପକରଣ ଆଦି ଗଚ୍ଛିତ ରହିଛି ।

ସେହିସବୁ ଦିଗପ୍ରତି ଦୃଷ୍ଟି ରଖି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିମ୍ନଲିଖିତ ଗାଇଡ଼ଲାଇନ ଜାରି କରିଛନ୍ତି :- 1) ରାସାୟନିକ ବିପର୍ଯ୍ୟୟ ଗାଇଡ଼ଲାଇନ 20072) ରାସାୟନିକ (ଆତଙ୍କବାଦ) ବିପର୍ଯ୍ୟୟ ପରିଚାଳନା ଗାଇଡ଼ଲାଇନ, 2009; ଏବଂ 3) ପିଓଏଲ ଟ୍ୟାଙ୍କର ପରିବହନ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ, 2010 ଯାହାକି ରାସାୟନିକ  ଶିଳ୍ପସଂସ୍ଥାମାନଙ୍କ ସକାଶେ ପ୍ରଯୁଜ୍ୟ । ବିପଜ୍ଜନକ ରାସାୟନିକ ପଦାର୍ଥ ଉତ୍ପାଦନ, ସଂରକ୍ଷଣ ଏବଂ ଆମଦାନି  ନିୟମାବଳୀ 1989 ଅଧୀନରେ ପର୍ଯ୍ୟାବରଣ ସୁରକ୍ଷା ଆଇନ, 1986ରେ ଏଭଳି ଶିଳ୍ପ ସଂସ୍ଥାମାନଙ୍କ ସକାଶେ ସରକାରଙ୍କ ନିର୍ଦ୍ଦେଶାବଳୀ ମାନି କାର୍ଯ୍ୟକରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଯେତେବେଳେ ଲକଆଉନ/ଟ୍ୟାଗଆଉଟ କଟକଣା ବଳବତ୍ତର ନଥିବ, ଅନେକ ଶକ୍ତି ଉତ୍ସ ଅପରେଟର/ ସୁପରଭାଇଜରମାନଙ୍କ ସକାଶେ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ସେମାନେ ସର୍ଭିସିଂ କିମ୍ବା ଇଲେକ୍ଟ୍ରିକାଲ, ମେକାନିକାଲ ଅବା ରାସାୟନିକ ଉପକରଣମାନଙ୍କର ନିୟମିତ ରକ୍ଷଣାବେକ୍ଷଣ ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଭାରୀ ଯନ୍ତ୍ରପାତି ଓ ଉପକରଣଗୁଡ଼ିକର ଉପଯୁକ୍ତ ସମୟ ବ୍ୟବଧାନରେ ରକ୍ଷଣାବେକ୍ଷଣ କରାନଗଲେ ଏଭଳି ବିପଦ ପରିସ୍ଥିତି ଉତ୍ପନ୍ନ ହୋଇଥାଏ । ତାହ ଅପରେଟର /ଇଂଜିନିୟରମାନଙ୍କ ପାଇଁ ବିପଦଜନକ ପରିସ୍ଥିତି ସୃଷ୍ଟି କରିଥାଏ ।

ଦହନଶୀଳ ତରଳ ପଦାର୍ଥ, ବନ୍ଦ ହୋଇ ରହିଥିବା ବାଷ୍ପୀୟ ପଦାର୍ଥ, ଖୋଲା ତାର, କନଭୟର ବେଲ୍ଟ ଓ ଅଟୋମେଟେଡ଼ ଯାନ ଉତ୍ପାଦନକାରୀ କଳକାରଖାନାରେ ଅତି ମାତ୍ରାରେ ବିପଦଜନକ ବାତାବରଣ ସୃଷ୍ଟି କରିଥାଏ । ସେଥିପାଇଁ ଯଦି ନିରାପତ୍ତା କୋଡ଼କୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାନଯାଏ ଏବଂ ଖାମଖିଆଲି ଭାବେ ନାମିତ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ତାହା ଅପରେଟରମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି କରିଥାଏ ।

ଯେତେବେଳେ କିଛି ଅପ୍ରତ୍ୟାଶିତ ଘଟଣା ଘଟେ, ତାହାର ତୁରନ୍ତ ପ୍ରତିକାର ପରିଚାଳନା ବେଶ୍ ଜଟିଳ ହୋଇପଡ଼ିଥାଏ । ବନ୍ଦ ପଡ଼ିଥିବା ଶିଳ୍ପ ସଂସ୍ଥାମାନଙ୍କରେ ସେଭଳି ରିସ୍କକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ସକାଶେ ଏବଂ ଏକ ସଫଳ ତଥା ଉତ୍ସାହମୂଳକ ପୁନଃକାର୍ଯ୍ୟାରମ୍ଭ ନିମନ୍ତେ ଏଭଳି ଗାଇଡ଼ଲାଇନ ଜାରି କରାଯାଇଛି ।

ରାଜ୍ୟ ସରକାରମାନେ ସେମାନଙ୍କର ପ୍ରମୁଖ ଦୁର୍ଘଟଣା ବିପଦ ଭୟ ଥିବା ୟୁନିଟମାନଙ୍କରେ ଏଭଳି ଅଫ ସାଇଟ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସୁନିଶ୍ଚିତ କରିବେ ଓ ଜାରି ଗାଇଡ଼ଲାଇନକୁ ମାନି ଏହାର ପ୍ରବର୍ତ୍ତନ ଦିଗରେ ପ୍ରସ୍ତୁତ ହେବେ । ଆହୁରି ମଧ୍ୟ ପରାମର୍ଶ ଦିଆଯାଉଛି ଯେ ଜିଲ୍ଲାର ସମସ୍ତ ଦାୟିତ୍ୱସମ୍ପନ୍ନ ଅଧିକାରୀ ଶିଳ୍ଫସଂସ୍ଥା ଥିବା ସ୍ଥାନକୁ ଯାଇ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରବର୍ତ୍ତନ ସୁନିଶ୍ଚିତ ହୋଇଛି ତଥା କାରଖାନାରେ ପୁନଃ କାର୍ଯ୍ୟ ଆରମ୍ଭ ପୂର୍ବରୁ ନିର୍ଦ୍ଧାରିତ ମାନଯୁକ୍ତ ଅପରେଟିଂ ବିଧି କାର୍ଯ୍ୟକାରୀ ହୋଇଛି ବୋଲି ସୁନିଶ୍ଚିତ ହେବେ । କୋଭିଡ଼-19 ଜନିତ ଲକଡାଉନ ବେଳେ ଏବଂ ଲକଡାଉନ ଅବଧି ଶେଷ ହେବାପରେ ସେମାନେ ତାହା ଯାଞ୍ଚ କରି ସୁନିଶ୍ଚିତ କରିବେ ।

**********



(Release ID: 1623022) Visitor Counter : 208