ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଉଭୟ କୋଭିଡ ଓ ଅଣ କୋଭିଡ ଜରୁରି ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରର ଗୁରୁତ୍ୱ

• ସ୍ୱାସ୍ଥ୍ୟକର୍ମୀଙ୍କ ଯାତାୟାତ ସୁଗମ କରିବା ସହ ସବୁ ଘରୋଇ କ୍ଲିନିକ, ନର୍ସିଂହୋମ ଓ ଲ୍ୟାବ ଖୋଲିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶ

Posted On: 11 MAY 2020 12:10PM by PIB Bhubaneshwar

କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଯେଉଁ ସବୁ କଟକଣା ପ୍ରତିବନ୍ଧକ ଲାଗୁ କରିଛନ୍ତି ସେଥିରେ ଚିକିତ୍ସକ, ଚିକିତ୍ସା କର୍ମଚାରୀଙ୍କ ଗମନାଗମନ ବ୍ୟାହତ ହେଉଛିଏହା ଫଳରେ ସେମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ଅସୁବିଧା ହେଉଥିବାରୁ ଅଣକୋଭିଡ ଚିକିତ୍ସା ସେବା ଯୋଗାଣ ପ୍ରଭାବିତ ହେଉଛିକେନ୍ଦ୍ର କ୍ୟାବିନେଟ ସଚିବ ଗତକାଲି ସାମଗ୍ରିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମୀକ୍ଷା କରିବାବେଳେ ଏକଥା ଆଲୋଚିତ ହୋଇଥିଲାତେଣୁ ଡାକ୍ତର, ନର୍ସ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଗମନାଗମନକୁ ସୁଗମ କରିବା ସହ ଉଭୟ କୋଭିଡ ଅଣକୋଭିଡ ଚିକିତ୍ସାକୁ ସୁନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବୈଠକ ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସରକାର କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ ଆହୁରି କୁହାଯାଇଛି ଯେ ଦେଶର ସବୁ ଘରୋଇ କ୍ଲିନିକ, ନର୍ସିଂହୋମ ଲାବୋରେଟୋରୀ ଯେପରି ଖୋଲା ରହେ ସ୍ୱାଭାବିକ ରୋଗୀ ସେବା ଚାଲେ ରାଜ୍ୟମାନଙ୍କୁ ତାହା ନିଶ୍ଚିତ କରିବାକୁ ପଡିବକରୋନା ଚିକିତ୍ସାକୁ ଗୁରୁତ୍ୱ ଦେବାବେଳେ ଅନ୍ୟାନ୍ୟ  ଚିକିତ୍ସା ସେବା ଯୋଗାଣ ବ୍ୟବସ୍ଥା ଏବଂ ଚିକିତ୍ସକ ଚିକିତ୍ସା କର୍ମଚାରୀଙ୍କ ଗମନାଗମନକୁ ବନ୍ଦ କରାଯାଇପାରିବ ନାହିଁସବୁ ମଣିଷ ଜୀବନ ମୂଲ୍ୟବାନ ହୋଇଥିବାରୁ ଚିକିତ୍ସା ସେବା ଯୋଗାଣକୁ ଅବ୍ୟାହତ ରଖିବାକୁ ପଡିବଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ, ଆମ୍ବୁଲାନ୍ସ ଆଦିର ଗମନାଗମନକୁ ନିଶ୍ଚିତ ତଥା ବାଧାରହିତ କରିବାକୁ ରାଜ୍ୟମାନଙ୍କ ପରାମର୍ଶ ଦିଆଯାଇଛି

 

***************

 



(Release ID: 1623018) Visitor Counter : 221