ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

Posted On: 08 MAY 2020 5:55PM by PIB Bhubaneshwar

କୋଭିଡ-19 ମୁକାବିଲା, ନିରାକରଣ ଓ ପରିଚାଳନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହିସବୁ ପଦକ୍ଷେପକୁ ଉଚ୍ଚସ୍ତରରେ ନିୟମିତ ଭାବେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଭିଡିଓ କନଫରେନ୍ସ ଜରିଆରେ ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ତେଲଙ୍ଗାନାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନାରେ କୋଭିଡ-19 ମୁକାବିଲା ନିମନ୍ତେ ପ୍ରସ୍ତୁତି ପ୍ରୟାସ ଓ ଅବରୋଧ ପଦକ୍ଷେପ ସମୀକ୍ଷା କରାଯାଇଥିଲା। ଆହୁରି, ଗୁରୁତର ଶ୍ଵାସରୋଗୀ ଏବଂ ସର୍ଦ୍ଦି ଭଳି ଲକ୍ଷଣ ଥିବା ଲୋକଙ୍କ ନମୁନା ପରୀକ୍ଷଣ ବୃଦ୍ଧି ଲାଗି ସେ ପରାମର୍ଶ ଦେଇଥିଲେ। ଏହାଛଡ଼ା ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କରାଯିବା ଉପରେ ସେ ଜୋର ଦେଇଥିଲେ।

ଆଇସିଏମଆର ପକ୍ଷରୁ ପ୍ଲେସିଡ ଟ୍ରାଏଲ ନାମକ ଏକ ବହୁକେନ୍ଦ୍ରିତ ଚିକିତ୍ସା ପରୀକ୍ଷଣ ଆରମ୍ଭ କରାଯାଇଛି “ଦ୍ଵିତୀୟ ପର୍ଯ୍ୟାୟ-ଓପନ ଲେବଲ, ରାଣ୍ଡମାଇଜଡ ନିୟନ୍ତ୍ରିତ ପରୀକ୍ଷଣ ଜରିଆରେ ସାଧାରଣ ରୋଗରେ କୋଭିଡ-19 ସହ ଜଡ଼ିତ ଜଟିଳତାକୁ ନିୟନ୍ତ୍ରଣ କରିବା ଲାଗି କନଭାଲସେଣ୍ଟ ପ୍ଲାଜମାର ନିରପତ୍ତା ଓ ଦକ୍ଷତା ପରୀକ୍ଷଣ କରାଯିବ” 29 ଏପ୍ରିଲରେ ଏହି ପରୀକ୍ଷଣକୁ କୋଭିଡ-19 ଜାତୀୟ ନୈତିକତା ସମିତି (କୋନେକ)ର ଅନୁମୋଦନ ମିଳିଛି ପ୍ଲାସିଡ ପରୀକ୍ଷଣ ନିମନ୍ତେ ଆଇସିଏମଆର ପକ୍ଷରୁ 21ଟି ସଂସ୍ଥାନ ଚୟନ କରାଯାଇଛି। ଏଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର 5ଟି, ଗୁଜରାଟର 4ଟି, ରାଜସ୍ଥାନ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ଦୁଇଟି ଲେଖାଏଁ ତଥା ପଞ୍ଜାବ, କର୍ଣ୍ଣାଟକ, ତେଲଙ୍ଗାନା ଓ ଚଣ୍ଡିଗଡ଼ର ଗୋଟିଏ ଲେଖାଏଁ ହସ୍ପିଟାଲ ରହିଛି।

ବର୍ତ୍ତମାନ ସୁଦ୍ଧା ଦେଶର 216 ଜିଲ୍ଲାରେ ଗୋଟିଏ ହେଲେ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ। ଗତ 28 ଦିନ ମଧ୍ୟରେ 42 ଜିଲ୍ଲାରେ କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ। ସେହିପରି 29ଟି ଜିଲ୍ଲାରେ 21 ଦିନ ମଧ୍ୟରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଗତ 14 ଦିନ ମଧ୍ୟରେ 36ଟି ଜିଲ୍ଲାରେ କୌଣସି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ ଏବଂ 46ଟି ଜିଲ୍ଲାରେ ଗତ 7 ଦିନ ମଧ୍ୟରେ ଗୋଟିଏ ହେଲେ ମାମଲା ଚିହ୍ନଟ ହୋଇନାହିଁ

ବାହାରୁ ଫେରିଥିବା ଲୋକ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା, ସନ୍ଦିଗ୍ଧ ଓ ସଂକ୍ରମିତଙ୍କୁ ସଙ୍ଗରୋଧ କରି ରଖିବା ଲାଗି ଏକାନ୍ତବାସ ବ୍ୟବସ୍ଥା, ହୋଟେଲ, ସର୍ଭିସ ଆପାର୍ଟମେଣ୍ଟ ଓ ଲଜ ଆଦିରେ ସଙ୍ଗରୋଧ କରି ରଖିବା ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷଣୁ ଅତିରିକ୍ତ ଗାଇଡଲାଇନ ଜାରି କରାଯାଇଛି। ବିସ୍ତୃତ ଗାଇଡଲାଇନ

https://www.mohfw.gov.in/pdf/Additionalguidelinesforquarantineofreturneesfromabroadcontactsisolationofsuspectorconfirmedcaseinprivatefacilities.pdf  ରେ ଉପଲବ୍ଧ ରହିଛି

ଗତ 24 ଘଣ୍ଟା ମଧ୍ୟରେ 1273 ଜଣଙ୍କୁ ମିଶାଇ ବର୍ତ୍ତମାନସୁଦ୍ଧା ମୋଟ 16,540 ଜଣେ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ମୋଟ ଆରୋଗ୍ୟ ହାର  29.36 %ରେ ପହଞ୍ଚିଛି ଏହି ଆରୋଗ୍ୟ ହାର ନିରନ୍ତର ଭାବେ ବଢ଼ିଚାଲିଛି ଯାହାର ବର୍ତ୍ତମାନ ସ୍ଥିତି ଅନୁଯାୟୀ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ପ୍ରତ୍ୟେକ 3 ଜଣରୁ ଜଣେ ରୋଗୀ ଆରୋଗ୍ୟ ଲାଭ କରୁଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା 56,342ରେ ପହଞ୍ଚିଛି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3390ଟି କୋଭିଡ-19 ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ହାରାହାରୀ 3.2% ରୋଗୀ ଅକ୍ସିଜେନ ସହାୟତା, 4.7% ଜଣ ରୋଗୀ ଆଇସିୟୁ ଏବଂ1.1% ରୋଗୀ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]inରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟୁଇଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 କିମ୍ବା 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

**********



(Release ID: 1622235) Visitor Counter : 209