ଅର୍ଥ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଏଯାବତ ଅଗ୍ରଗତି

• 39 କୋଟି ଗରିବଙ୍କୁ 34,800 କୋଟି ଟଙ୍କାର ଆର୍ଥିକ ସହାୟତା

Posted On: 06 MAY 2020 11:41AM by PIB Bhubaneshwar

2020 ମେ 4 ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKP) ରେ ଦେଶର 39 କୋଟି ଦରିଦ୍ର ଲୋକଙ୍କୁ 34,800 କୋଟି ଟଙ୍କାର ଆର୍ଥିକ ସହାୟତା ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛିକୋଭିଡ-19ର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଲାଗୁ ହେବା ପରେ ଗରିବ ଲୋକଙ୍କୁ ଏହାର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ 26ରେ ଏହି ଯୋଜନାର ଘୋଷଣା କରିଥିଲେ

ପିଏମଜିକେପିର ଅଂଶ ସ୍ୱରୂପ ଦେଶର ଗରିବ, ବରିଷ୍ଠ ନାଗରିକ, କୃଷକ ମହିଳାମାନଙ୍କୁ ମାଗଣା ଖାଦ୍ୟ ଶସ୍ୟ ଅର୍ଥ ସହାୟତା ଯୋଗାଇ ଦିଆଯାଉଛିଏହି ଯୋଜନା ଘୋଷଣା ହେବା ମାତ୍ରେ ତତ୍କାଳ ଏହାକୁ କାର୍ଯ୍ୟକାରୀ କରାଯାଇଥିଲାଯୋଜନାର ରୂପାୟନ ପ୍ରକ୍ରିୟାକୁ ଉଭୟ କେନ୍ଦ୍ର ରାଜ୍ୟ ସରକାର ନିୟମିତ ଭାବେ ତଦାରଖ କରୁଛନ୍ତିଏହି ସହାୟତା ବ୍ୟବସ୍ଥା ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ଯେପରି ଅବିଳମ୍ବେ ବିନା ବାଧାରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ ଅର୍ଥ ମନ୍ତ୍ରଣାଳୟ, ଅନ୍ୟାନ୍ୟ ସଂପୃକ୍ତ ମନ୍ତ୍ରଣାଳୟ, କ୍ୟାବିନେଟ ସେକ୍ରେଟାରିଏଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି

ହିତାଧିକାରୀଙ୍କ ପାଖରେ ଅର୍ଥ ରାଶି ସିଧାସଳଖ ପହଞ୍ଚାଇବା ପାଇଁ ଫିନଟେକ ଡିଜିଟାଲ ଟେକ୍ନୋଲଜିକୁ ନିୟୋଜିତ କରାଯାଇଛିପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ବା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯାଇଛିଏହା ଫଳରେ ଅର୍ଥର ବାଟ ମାରଣା ଅପଚୟ ସମ୍ଭାବନା ଦୂର ହୋଇଛିଆହୁରି ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଏହି ଅର୍ଥ ଜମା ହେଉଥିବାରୁ ସେମାନଙ୍କୁ ବ୍ୟାଙ୍କକୁ ଯିବାକୁ ପଡୁନାହିଁ

ଏହି ସହାୟତା ଯୋଗାଣରେ ବର୍ତ୍ତମାନ ସୁଦ୍ଧା ଯେଉଁ ପ୍ରଗତି ହାସଲ କରାଯାଇଛି ତାହା ନିମ୍ନରେ ପ୍ରଦାନ କରାଯାଇଛି : -

  • ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତି ହିସାବରେ 16,394 କୋଟି ଟଙ୍କା 8.19 କୋଟି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି
  • ଜନଧନ ଆକାଉଣ୍ଟଧାରୀ ମହିଳାମାନଙ୍କ ମଧ୍ୟରୁ 20.05 କୋଟି ହିତାଧିକାରରୀ (98.33%)ଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ମୋଟ 10,025 କୋଟି ଟଙ୍କା ପଠାଯାଇଛିକଷ୍ଟମର ଇନଡ୍ୟୁସଡ ଟ୍ରାନଜାକସନ ବ୍ୟବସ୍ଥାରେ ଯେଉଁ ଜନଧନ ମହିଳା ଆକାଉଣ୍ଟଧାରୀଙ୍କ ଜମା ଖାତା ଡେବିଟ ହୋଇଛି ସେମାନଙ୍କ ସଂଖ୍ୟା 8.72 କୋଟି (44%) । ମେ 5 ତାରିଖ ସୁଦ୍ଧା 5.57 କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତିରେ 2,785 କୋଟି ଟଙ୍କା ପ୍ରେରଣ କରାଯାଇଛି
  • ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ଆଦି 2.82 କୋଟି ଲୋକଙ୍କ ବ୍ୟାଙ୍କ ଖାତାକୁ 1405 କୋଟି ଟଙ୍କା ସହାୟତା ଆକାରରେ ପଠାଯାଇଛି
  • ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ 2.20 କୋଟି ଶ୍ରମିକ ମୋଟ 3492.57 କୋଟି ଟଙ୍କାର ଆର୍ଥିକ ସହାୟତା ପାଇଛନ୍ତି
  • ପର୍ଯ୍ୟନ୍ତ 36ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ରୀୟ ଭଣ୍ଡାରରୁ 67.65 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଉଠାଇଛନ୍ତିସେଥି ମଧ୍ୟରୁ 30.16 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଏପ୍ରିଲ ମାସ ପାଇଁ 60.33 କୋଟି ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛିଏହା ଛଡା ଚଳିତ ମେ ମାସ ନିମନ୍ତେ ସବୁ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ସରକାର 12.39 କୋଟି ହିତାଧିକାରୀଙ୍କୁ 6.19 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଇତି ମଧ୍ୟରେ ବାଣ୍ଟିସାରିଲେଣି
  • ଇତି ମଧ୍ୟରେ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ 2.42 ମେଟ୍ରିକ ଟନ ଡାଲି ପଠାଯାଇସାରିଛିମୋଟ 19.4 କୋଟି ହିତାଧିକାରୀ ପରିବାରଙ୍କ ମଧ୍ୟରୁ 5.21 କୋଟି ପରିବାର ଏହି ଡାଲି ପାଇସାରିଲେଣି
  • ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ 5.09 କୋଟି ଗ୍ୟାସ ସିଲିଣ୍ଡର ଇତି ମଧ୍ୟରେ ବୁକିଂ କରାଯାଇଛିବର୍ତ୍ତମାନ ସୁଦ୍ଧା 4.82 ମାଗଣା ସିଲିଣ୍ଡର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି
  • ଇପିଏଫଓ ଯୋଜନାରେ 9.6 ଲକ୍ଷ ସଦସ୍ୟ ଇତି ମଧ୍ୟରେ ଅନଲାଇନ ଅର୍ଥ ଉଠାଣ ବ୍ୟବସ୍ଥାରେ 2985 କୋଟି ଟଙ୍କାର ନନରିଫଣ୍ଡେବଲ ଅଗ୍ରୀମ ଅର୍ଥ ଉଠାଇଛନ୍ତିସେମାନଙ୍କୁ ଅଗ୍ରୀମ ଉଠାଣ ପାଇଁ ହଇରାଣ ହେବାକୁ ପଡିନାହିଁ
  • ଇପିଏଫଓ ବାବଦ 24 ଶତାଂଶ ଅଂଶ ପ୍ରଦାନ ବ୍ୟବସ୍ଥାରେ 44.97 ଲକ୍ଷ କର୍ମଚାରୀଙ୍କ ପାଇଁ ସେମାନଙ୍କ ଆକାଉଣ୍ଟକୁ 698 କୋଟି ଟଙ୍କା ଯାଇଛି
  • MGNREGAରେ ମଜୁରି ବୃଦ୍ଧି କରାଯାଇ ତାହା ଚଳିତ ବର୍ଷ ପାଇଁ ଲାଗୁ କରାଯାଇଛିଏଥିପାଇଁ ଏପ୍ରିଲ ପହିଲାରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲାଏହି ଯୋଜନାରେ ମୋଟ 5.97 କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛିମଜୁରି ସାମଗ୍ରୀ ବାବଦ ବାକିଥିବା ଅର୍ଥ ପ୍ରଦାନ ନିମନ୍ତେ ରାଜ୍ୟମାନଙ୍କୁ 21,032 କୋଟି ଟଙ୍କା ଯୋଗାଇ ଦିଆଯାଇଛି
  • ସରକାରୀ ହସ୍ପିଟାଲ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡିକରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛିନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଏଥିପାଇଁ ମୋଟ 22.12 ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ବୀମାଭୁକ୍ତ କରିଛି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ

05.05.2020 ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ

Scheme

Number of Beneficiaries

Amount

Support to PMJDY women account holders

1st Ins - 20.05 crore (98.3%)

2nd Ins - 5.57 crore

1st Ins - 10025 crore

2nd Ins – 2785 crore

Support to NSAP (Aged widows, Divyang, Senior citizen)

2.82 crore (100%)

1405 crore

Front-loaded payments to farmers under PM-KISAN

8.19 crore

16394 crore

Support to Building & Other Construction workers

2.20 crore

3493 crore

24% contribution to EPFO

 

.45 crore

698 crore

 

TOTAL

39.28 crore

34800 crore

***********



(Release ID: 1621722) Visitor Counter : 236