ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭର୍ଚୁଆଲ ଭେସକ ଗ୍ଲୋବାଲ ସେଲିବ୍ରେସନରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

• ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 06 MAY 2020 8:45PM by PIB Bhubaneswar

ଆସନ୍ତାକାଲି ମେ’ 7, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ସମାରୋହରେ ଅଂଶଗ୍ରହଣ କରିବେ

ବୁଦ୍ଧ ଛତା ସଂଗଠନର ଆନ୍ତର୍ଜାତିକ ବୁଦ୍ଧ କନଫେଡେରେସନ (ଆଇବିସି) ସହଯୋଗରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସମସ୍ତ ମୁଖ୍ୟଙ୍କ ଅଂଶଗ୍ରହଣରେ ଏକ ଭର୍ଚୁଆଲ ପ୍ରାର୍ଥନା କାର୍ଯ୍ୟକ୍ରମର ଆୟୋଜନ କରୁଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସକାଳେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ।

ସମଗ୍ର ବିଶ୍ୱରେ କୋଭିଡ-19 ମହାମାରୀର ପ୍ରଭାବ ଯୋଗୁଁ ବୁଦ୍ଧ ପୂର୍ଣ୍ଣିମା ଉତ୍ସବ ଏକ ଭର୍ଚୁଆଲ ଭେସକ ଦିବସ ମାଧ୍ୟମରେ ଅନୁଷ୍ଠିତ ହେଉଛି

ପୀଡିତ ତଥା କୋଭିଡ-19 ଯୁଦ୍ଧରେ ଲଢୁଥିବା ଆଗଧାଡ଼ିର ଯୋଦ୍ଧାଙ୍କ ସମ୍ମାନାର୍ଥେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି

ଉତ୍ସବର ପ୍ରାର୍ଥନା ସମାରୋହରେ ପବିତ୍ର ଗାର୍ଡେନ ଲୁମ୍ବିନୀ, ନେପାଳ, ମହାବୋଧି ମନ୍ଦିର, ବୋଧଗୟା, ଭାରତ, ମୁଲଗାନ୍ଦା କୁଟି ବିହାରା, ସାରନାଥ, ଭାରତ, ପରିନିର୍ବାଣ ସ୍ତୁପ, କୁସିନାଗର, ଭାରତ, ପିରିଥ ଜପ, ପବିତ୍ର ଏବଂ ଐତିହାସିକ ଅନୁରାଦ୍ଧାପୁର ସ୍ତୁପ ପରିସରର ରୁୱାନୱେଲି ମହା ସେୟା, ଶ୍ରୀଲଙ୍କା, ବୌଦ୍ଧନାଥ ସ୍ୱୟମ୍ଭୁ, ନାମୋ ସ୍ତୁପ, ନେପାଳ ସମେତ ଅନ୍ୟାନ୍ୟ ଜନପ୍ରିୟ ବୁଦ୍ଧ କ୍ଷେତ୍ରରୁ ସିଧା ପ୍ରସାରଣ କରାଯିବ

କେନ୍ଦ୍ର ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଏବଂ ସଂଖ୍ୟାଲଘୁ ବ୍ୟାପାର ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ଗୌତମ ବୁଦ୍ଧଙ୍କ ଜନ୍ମ, ଜ୍ଞାନବୋଧ ଏବଂ ମହା ପର୍ନିର୍ବାଣ ଏଭଳି ତିନି ଆଶୀର୍ବାଦ ଦିବସକୁ ଭେସକ-ବୁଦ୍ଧ ପୂର୍ଣ୍ଣିମା ରୂପେ ଧରାଯାଏ

**********


(ରିଲିଜ ଆଡି: 1621721) ପରିଦର୍ଶକ କାଉଣ୍ଟର : 217