ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଥିଓପିଆ ପ୍ରଧାନମନ୍ତ୍ରୀ ଡଃ ଆବି ଅହମ୍ମଦ ଅଲିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 06 MAY 2020 7:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଥିଓପିଆ ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ଆବି ଅହମ୍ମଦ ଅଲିଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି

ଭାରତ ଏବଂ ଇଥିଓପିଆର ଘନିଷ୍ଠ ସମ୍ପର୍କ ଓ ଦୁଇ ଦେଶ ମଧ୍ୟରେ ଥିବା ଉନ୍ନତ ଭାଗିଦାରୀକୁ ପ୍ରଧାନମନ୍ତ୍ରୀ ସ୍ମରଣ କରାଇଥିଲେ

ଦୁଇ ନେତା କୋଭିଡ-19 ମହାମାରୀ ଦ୍ଵାରା ଦେଖାଦେଇଥିବା ଘରୋଇ, ଆଞ୍ଚଳିକ ତଥା ବିଶ୍ଵ  ସ୍ତରୀୟ ଆହ୍ୱାନଗୁଡିକ ଉପରେ ଆଲୋଚନା କରିଥିଲେ ଏବଂ ସ୍ୱାସ୍ଥ୍ୟ ସଙ୍କଟ କାଳରେ ପରସ୍ପର ସହ ସଂହତି ପ୍ରକାଶ କରିଥିଲେ

ଅତ୍ୟାବଶ୍ୟକ ଔଷଧ ଯୋଗାଣ ତଥା ମହାମାରୀରେ ଦେଖାଦେଇଥିବା ଆର୍ଥିକ ସଙ୍କଟକୁ ସୁଧାରିବା ଲାଗି ଇଥିଓପିଆକୁ ଭାରତର ସମସ୍ତ ସହାୟତା ପ୍ରଦାନ କରିବା ନେଇ ଡକ୍ଟର ଆବି ଅହମ୍ମଦ ଅଲିଙ୍କୁ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିଥିଲେ

ପ୍ରଧାନମନ୍ତ୍ରୀ ଭାରତ ବାସୀ ଏବଂ ନିଜ ତରଫରୁ କୋଭିଡ-19 ବିରୋଧୀ ଲଢେଇରେ ଇଥିଓପିଆବାସୀଙ୍କ ସଫଳତା କାମନା କରିଥିଲେ

 

**********


(ରିଲିଜ ଆଡି: 1621719) ପରିଦର୍ଶକ କାଉଣ୍ଟର : 219