ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ

କୋଭିଡ-19 ପରବର୍ତ୍ତୀ ସ୍ଥିତିରେ ବିଶାଳ ବାଉଁଶ ସମ୍ବଳ ଉପଯୋଗ କରି ଅର୍ଥବ୍ୟବସ୍ଥାରେ ସୁଧାର ଆଣିବାର ସୁଯୋଗ ଭାରତ ନିକଟରେ ରହିଛି : ଡ ଜିତେନ୍ଦ୍ର ସିଂ

Posted On: 03 MAY 2020 5:07PM by PIB Bhubaneshwar

କୋଭିଡ-19 ପରବର୍ତ୍ତୀ ସ୍ଥିତିରେ ଭାରତର ଅର୍ଥବ୍ୟବସ୍ଥା ପାଇଁ ବାଉଁଶ ଉତ୍ପାଦନ କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏହି ବାଉଁଶ ସମ୍ବଳର ସହାୟତାରେ ଏକ ଆର୍ଥିକ ମହାଶକ୍ତି ଭାବେ ମୁଣ୍ଡ ଟେକିବା ଲାଗି ଭାରତ ପାଇଁ ସୁଯୋଗ ସୃଷ୍ଟି ହେବ ଏହା କହିଛନ୍ତି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ, ପରମାଣୁ ଶକ୍ତି ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ

ଭିଡିଓ କନଫରେନ୍ସ ଜରିଆରେ ବାଉଁଶ କନକ୍ଲେଭରେ ଉଦବୋଧନ ଦେଇ ଡ. ଜିତେନ୍ଦ୍ର ସିଂ କହିଥିଲେ ଯେ ଭାରତର 60 ପ୍ରତିଶତ ବାଉଁଶ ଭଣ୍ଡାର ଉତ୍ତରପୂର୍ବାଞ୍ଚଳରେ ରହିଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ଗତ 6 ବର୍ଷ ହେବ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ ପ୍ରାଥମିକତା ଦେବା କାରଣରୁ ଏହି କ୍ଷେତ୍ର ବିଶେଷ ଲାଭପ୍ରଦ ହୋଇଛି ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ବାଉଁଶ କ୍ଷେତ୍ରକୁ ସର୍ବଶ୍ରେଷ୍ଠ ପ୍ରୋତ୍ସାହନ ଦିଆଯାଇଛି ଏହି କନକ୍ଲେଭରେ ଉତ୍ତରପୂର୍ବାଞ୍ଚଳ  କ୍ଷେତ୍ର ବିକାଶ ମନ୍ତ୍ରଣାଳୟ, କେନ୍ଦ୍ର କୃଷି ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସମତେ ବିଭିନ୍ନ କ୍ଷେତ୍ରର ଅଂଶୀଦାରମାନେ ଅଂଗ୍ରହଣ କରିଥିଲେ ଏହି ଅବସରରେ ଡ. ଜିତେନ୍ଦ୍ର ସିଂ କହିଥିଲେ ଯେ ଶହେ ବର୍ଷ ପୁରୁଣା ଭାରତୀୟ  ବନ ଆଇନରେ ମୋଦୀ ସରକାର 2017ରେ ସଂଶୋଧନ ଆଣିଥିଲେ ଏହାର ଫଳସ୍ଵରୂପ ବାଉଁଶ ଜରିଆରେ ଜୀବିକା ଅବସର ବଢ଼ାଇବା ଲାଗି ଘରୋଇ ଭାବେ ଉତ୍ପାଦିତ ବାଉଁଶକୁ ଏଥିରୁ ବାଦ ଦିଆଯାଇଛି ସେ ଆହୁରି କହିଥିଲେ ଯେ ଗୃହ ମନ୍ତ୍ରଣାଳୟ ପକ୍ଷରୁ 16 ଏପ୍ରିଲରେ ଜାରି ହୋଇଥିବା ଲକଡାଉନ କଟକଣାରୁ ବାଉଁଶ ସମ୍ବନ୍ଧୀୟ ରୋପଣ, ପ୍ରକ୍ରିୟାକରଣ ଭଳି ଗତିବିଧିକୁ ମଧ୍ୟ ଅନୁମତି ଦିଆଯାଇଥିଲା

ଡ. ଜିତେନ୍ଦ୍ର ସିଂ କହିଥିଲେ ଯେ ନିକଟ ଭବିଷ୍ୟତରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ ବାଉଁଶ ଉତ୍ପାଦନ ଏବଂ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ସମୟବଦ୍ଧ ଯୋଜନା ପ୍ରସ୍ତୁତ କରିବା ଲାଗି ପ୍ରୟାସ କରିବ ଏହି କ୍ଷେତ୍ରରେ ସରକାରୀ-ଘରୋଇ ଭାଗିଦାରୀ ଆରମ୍ଭ କରିବା ବିଷୟରେ ମଧ୍ୟ କାର୍ଯ୍ୟ କରାଯାଉଛି ବାଉଁଶରୁ ଜୈବ ଡିଜେଲ, ସବୁଜ ଇନ୍ଧନ, ଫର୍ଣ୍ଣିଚର କାଠ ପ୍ଲାଏଉଡ ଭଳି ଉତ୍ପାଦ ପ୍ରସ୍ତୁତ କରାଯିବ, ଯାହାକି ଅର୍ଥବ୍ୟବସ୍ଥାର ସମ୍ପୂର୍ଣ୍ଣ ଚିତ୍ରକୁ ବଦଳାଇ ଦେବ ଏବଂ ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

 

**************



(Release ID: 1620781) Visitor Counter : 164