ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତରେ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଆର୍ଥିକ କ୍ଷେତ୍ର, ଢ଼ାଞ୍ଚାଗତ ଓ ଜନମଙ୍ଗଳ ପଦକ୍ଷେପ ସମ୍ପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ବୈଠକ

प्रविष्टि तिथि: 02 MAY 2020 10:57PM by PIB Bhubaneshwar

ବର୍ତ୍ତମାନର ପରିସ୍ଥିତିରେ ଆର୍ଥିକ କ୍ଷେତ୍ର ପାଇଁ ଆବଶ୍ୟକ ହସ୍ତକ୍ଷେପ ତଥା ଅଭିବୃଦ୍ଧି ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଢ଼ାଞ୍ଚାଗତ ସଂସ୍କାର ନେଇ ରଣନୈତିକ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଏକ ବୈଠକ ଡକାଇଥିଲେ

ଅର୍ଥମନ୍ତ୍ରୀ ଅଧିକାରୀଙ୍କ ସହ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ଏମ୍ଏସ୍ଏମ୍ଇ ଚାଷୀମାନଙ୍କୁ ସହାୟତା, ନଗଦ ବୃଦ୍ଧି ଋଣ ପ୍ରଦାନ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରଣନୀତି ହସ୍ତକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେକୋଭିଡ-19 ପରିପ୍ରେକ୍ଷୀରେ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ଏବଂ ଏହାର ପ୍ରଭାବରୁ ବ୍ୟବସାୟଗୁଡ଼ିକରେ ତତ୍କାଳ ସୁଧାର ଆଣିବା ଲକ୍ଷ୍ୟରେ ବାଟ ବାହାର କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ

ଶ୍ରମିକ ସାଧାରଣ ଜନତାଙ୍କ ଜନମଙ୍ଗଳ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ କୋଭିଡ-19 ଯୋଗୁ ସୃଷ୍ଟି ହୋଇଥିବା କଷ୍ଟକର ସ୍ଥିତିରୁ ବ୍ୟବସାୟଗୁଡ଼ିକୁ ସହାୟତା କରି ବହୁମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ

ଅତୀତରେ ନିଆଯାଇଥିବା ଢ଼ାଞ୍ଚାଗତ ସଂସ୍କାରକୁ ମଜବୁତ କରିବା ସହ କର୍ପୋରେଟ୍ ପ୍ରଶାସନ, ଋଣ ବଜାର ଭିତ୍ତିଭୂମି କ୍ଷେତ୍ରରେ ନୂଆ ଢ଼ାଞ୍ଚାଗତ ସଂସ୍କାର ପାଇଁ ମଧ୍ୟ ବୈଠକରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ

କୋଭିଡ-19 କାରଣରୁ ନଷ୍ଟ ହୋଇଥିବା ସମୟକୁ ଭରଣା କରିବା ଲକ୍ଷ୍ୟରେ ନୂଆ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଏବଂ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାମକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେନ୍ୟାସନାଲ ଇନଫ୍ରାଷ୍ଟ୍ରକଚର ପାଇପଲାଇନ୍ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ନେଇ ଉଚ୍ଚସ୍ତରରେ ବାରମ୍ବାର ସମୀକ୍ଷା କରାଯିବା ଉଚିତ ବୋଲି ସେ ଚାହାନ୍ତି, ଫଳରେ ପ୍ରକଳ୍ପରେ ବିଳମ୍ବକୁ ଏଡ଼ାଯାଇପାରିବ ଏବଂ ନିଯୁକ୍ତି ସୃଷ୍ଟି ହୋଇପାରିବ

ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ସଂସ୍କାର ପଦକ୍ଷେପଗୁଡ଼ିକୁ ବିନାପ୍ରତିବନ୍ଧକରେ ଚାଲୁ କରିବା ସହ ପୁଞ୍ଜିନିବେଶ ଆଗମନ ମୂଳପୁଞ୍ଜି ସୃଷ୍ଟିରେ ରହିଥିବା ବାଧାକୁ ଦୂର କରିବାକୁ ସମୟବଦ୍ଧ ପଦକ୍ଷେପ ନେବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା

ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ଅର୍ଥ ମନ୍ତ୍ରଣାଳୟର ସଚିବମାନଙ୍କ ସମେତ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ

 

**************


(रिलीज़ आईडी: 1620605) आगंतुक पटल : 245
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam