ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କ ଯାତାୟାତ ପାଇଁ ଚାଲିବ ସ୍ଵତନ୍ତ୍ର ଟ୍ରେନ

Posted On: 01 MAY 2020 4:47PM by PIB Bhubaneshwar

ଲକଡାଉନ ଯୋଗୁଁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଜନସାଧାରଣକ ଯାତାୟାତ ନିମନ୍ତେ ସ୍ଵତନ୍ତ୍ର ଟ୍ରେନ ଚଲାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ସମନ୍ଵୟ ରକ୍ଷା କରିବା ପାଇଁ ରେଳ ମନ୍ତ୍ରଣାଳୟ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବ ରେଳ ଷ୍ଟେସନ ଓ ଟ୍ରେନ ଭିତରେ ସାମାଜିକ ଦୂରତା ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଅନ୍ୟ ସୁରକ୍ଷା ମାର୍ଗଦର୍ଶିକାକୁ ପାଳନ କରିବା ଲାଗି ରେଳ ମନ୍ତ୍ରଣାଳୟ ଏକ ବିସ୍ତୃତ ନିର୍ଦ୍ଦେଶାବଳି ଜାରି କରିବ । ଏହି ମର୍ମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଲେଖାଯାଇଥିବା ଚିଠି ଦେଖିବା ପାଇଁ ନିମ୍ନ ଲିଙ୍କରେ କ୍ଲିକ କରନ୍ତୁ ।

Click here to see the Official Communication to States/UTs

 

**********



(Release ID: 1620190) Visitor Counter : 324