ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ ଆବେଦନ ଦାଖଲ କରିବାର ତାରିଖ ଘୁଞ୍ଚାଇଲା/ସଂଶୋଧନ କଲା ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ)
Posted On:
30 APR 2020 7:42PM by PIB Bhubaneshwar
ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି ଘୁଞ୍ଚାଇ ଦେଇଛି କିମ୍ବା ଏଥିରେ ସଂଶୋଧନ କରିଛି । କୋଭିଡ-19 ମହାମାରୀ କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ନିମନ୍ତେ ଅନଲାଇନ ଆବେଦନପତ୍ର ଦାଖଲ ତାରିଖ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟଲ ‘ନିଶଙ୍କ’ ଏନଟିଏକୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଘୁଞ୍ଚିଥିବା ଓ ସଂଶୋଧିତ ହୋଇଥିବା ତାରିଖ ନିମ୍ନରେ ଦିଆଗଲା-
S.
No
|
Examination
|
Current Dates
|
Revised/Extended Dates*
|
From
|
To
|
From
|
To
|
01
|
National Council for Hotel Management (NCHM) JEE-
2020
|
01.01.2020
|
30.04.2020
|
01.03.2020
|
15.05.2020
|
02
|
Indira Gandhi National Open University (IGNOU) Admission Test-2020 for
Ph.D. and OPENMAT(MBA)
|
28.02.2020
|
30.04.2020
|
01.03.2020
|
15.05.2020
|
03
|
Indian Council of Agricultural Research
(ICAR)-2020
|
01.03.2020
|
30.04.2020
|
01.03.2020
|
15.05.2020
|
04
|
Jawaharlal Nehru
University Entrance Examination (JNUEE)-2020
|
02.03.2020
|
30.04.2020
|
02.03.2020
|
15.05.2020
|
05
|
All India AYUSH Post Graduate Entrance Test
(AIAPGET)-2020
|
01.05.2020
|
31.05.2020
|
06.05.2020
|
05.06.2020
|
‘*’ ଅନଲାଇନ ଆବେଦନ ପତ୍ର ଅପରାହ୍ଣ 4.00 ଏବଂ ଆବେଦନ ଶୁଳ୍କ ରାତି 11.50 ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ ।
ଆବଶ୍ୟକ ଶୁଳ୍କ କ୍ରେଡିଟ/ଡେବିଟ/ନେଟ ବ୍ୟାଙ୍କିଙ୍ଗ/ୟୁପିଆଇ କିମ୍ବା ପେଟିଏମ ଜରିଆରେ ପଇଠ କରାଯାଇପାରିବ।
15.05.2020 ପରେ ସ୍ଥିତିକୁ ଆକଳନ କରାଯିବା ପରେ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିବା ଏବଂ ପରୀକ୍ଷାର ସଂଶୋଧିତ ତାରିଖ ସମ୍ପର୍କରେ ବିସ୍ତୃତ କାର୍ଯ୍ୟସୂଚୀ ସମ୍ପୃକ୍ତ ପରୀକ୍ଷାର ୱେବସାଇଟ୍ (ଗୁଡିକ) ଏବଂ www.nta.ac.inରେ ଉପଲବ୍ଧ ହୋଇପାରିବ।
ଶିକ୍ଷା ବର୍ଷ ଓ କାର୍ଯ୍ୟସୂଚୀର ଗୁରୁତ୍ବକୁ ଏନଟିଏ ଭଲ ଭାବେ ହୃଦୟଙ୍ଗମ କରିଛି, କିନ୍ତୁ ଏହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସମେତ ନାଗରିକମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ସମାନ ଭାବେ ଚିନ୍ତିତ।
ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିବ୍ରତ ହେବେ ନାହିଁ ବୋଲି ଏନଟିଏ ଆଶା କରୁଛି। ଅଧିକନ୍ତୁ, ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଏବଂ ପାଠପଢ଼ାରେ କୌଣସି ଶୂନ୍ୟସ୍ଥାନ ରହିଯାଇଥିଲେ ତା’କୁ ଦୂର କରିବା ନିମନ୍ତେ ଜଟିଳ ବିଷୟବସ୍ତୁ ଉପରେ ଅଧିକ ଦୃଷ୍ଟି ଦେବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ନିମନ୍ତେ ଅଭିଭାବକମାନଙ୍କୁ ଅନୁରୋଧ କରାଯାଉଛି । ଠିକ ସମୟରେ ସଦ୍ୟତମ ପରିବର୍ତ୍ତନ ସମ୍ପର୍କରେ ଏନଟିଏ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବ ।
ସଦ୍ୟତମ ସୂଚନା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସମ୍ପୃକ୍ତ ପରୀକ୍ଷାର ୱେବସାଇଟ୍ (ଗୁଡିକ) ଏବଂ www.nta.ac.in କୁ ନିୟମିତ ଦେଖିବା ଲାଗି ଅନୁରୋଧ କରାଯାଉଛି।
ପ୍ରାର୍ଥୀମାନେ ମଧ୍ୟ ଅଧିକ ସୂଚନା ପାଇଁ 8287471852, 8178359845, 9650173668, 9599676953, 8882356803 ନମ୍ବରରେ ଯୋଗାଯୋଗ କରିପାରିବେ।
**********
(Release ID: 1619805)
Visitor Counter : 207
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada