ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

Posted On: 30 APR 2020 5:37PM by PIB Bhubaneshwar

ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

ଅଣକୋଭିଡ ଚିକିତ୍ସା ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀମାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଥାଲାସେମିଆ, ହେମୋଫିଲିଆ ଓ ସିକିଲ ସେଲ ଆନିମିଆ ଭଳି ରକ୍ତହୀନତା ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ବାଧାମୁକ୍ତ ରକ୍ତଦାନ ଓ ରକ୍ତ ପରିବର୍ତ୍ତନ ସେବା ସୁନିଶ୍ଚିତ କରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ସମସ୍ତ ଡାକ୍ତରଖାନା, ବିଶେଷ କରି ଘରୋଇ ଡାକ୍ତରଖାନାଗୁଡ଼ିକରେ ଗମ୍ଭୀର ଚିକିତ୍ସା ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ନିରନ୍ତର ସେବା ଯୋଗାଣ ନିମନ୍ତେ ରାଜ୍ୟଗୁଡ଼ିକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏମାନେ ଯେପରି କୌଣସି ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ରାଜ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ। ଏହା ମଧ୍ୟ ଜଣାଯାଇଛି ଯେ କେତେକ ଘରୋଇ ଡାକ୍ତରଖାନାରେ ସେମାନଙ୍କର ନିୟମିତ ରୋଗୀମାନଙ୍କୁ ଡାଏଲିସିସି, ରକ୍ତ ବଦଳ, କେମୋଥେରାପି ଏବଂ ସଂସ୍ଥାଗତ ସୁବିଧା ଦେବାକୁ କୁଣ୍ଠାବୋଧ କରୁଥିବା ନଜରକୁ ଆସୁଛି, ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏ ଦିଗରେ ପଦକ୍ଷେପ ନେବା ନିମନ୍ତେ ରାଜ୍ୟଗୁଡ଼ିକର ଦୃଷ୍ଟି ଆକର୍ଷଣ କରାଯାଇଥିଲା। 15 ଏପ୍ରିଲ, 2020ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ ଅନୁଯାୟୀ ଲକଡାଉନ ସମୟରେ ସମସ୍ତ ପ୍ରକାରର ସ୍ଵାସ୍ଥ୍ୟସେବା କାର୍ଯ୍ୟକ୍ଷମ ରହିବା ଆବଶ୍ୟକ ବୋଲି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ସେବା ପ୍ରଦାନକାରୀ, ବିଶେଷ କରି ଯେଉଁମାନେ ଘରୋଇ କ୍ଷେତ୍ରରେ କାମ କରୁଛନ୍ତି ସେମାନଙ୍କ ଯାତାୟାତ ନିମନ୍ତେ ସୁବିଧା ଦିଆଯିବା ଆବଶ୍ୟକ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡାଏଲିସିସ ପାଇଁ ଏକ ଏସଓପି ଗାଇଡଲାଇନ ଏପ୍ରିଲ 7,2020ରେ ଜାରି କରାଯାଇଥିଲା। ସେହିପରି ରକ୍ତଦାନ ଏବଂ ରକ୍ତ ପରିବର୍ତ୍ତନ ନିମନ୍ତେ 9 ଏପ୍ରିଲ, 2020ରେ ଏକ ଗାଇଡଲାଇନ ଜାରି ହୋଇଥିଲା, ଉଭୟ ଗାଇଡଲାଇନ https://www.mohfw.gov.in/ ରେ ଉପଲବ୍ଧ

କୋଭିଡ-19 ସଂକ୍ରମଣ କାଳରେ ଜରୁରି ଚିକିତ୍ସା ସେବା ଯୋଗାଣ ନିମନ୍ତେ ଏପ୍ରିଲ 20, 2020ରେ ଏକ ମାର୍ଗଦର୍ଶିକା ନୋଟ ଜାରି କରାଯାଇଛି ଏଥିରେ ପ୍ରଜନନ ଏବଂ ଶିଶୁ ସ୍ଵାସ୍ଥ୍ୟ, ଟିକାକରଣ, ଯକ୍ଷ୍ମା, କୁଷ୍ଠ ଏବଂ ମଶାବାହିତ ରୋଗ ସହିତ କର୍କଟ ଡାଏଲସିସି ଭଳି ଅସଂକ୍ରାମକ ରୋଗ ଚିକିତ୍ସାକୁ ଜରୁରି ସେବା ଭାବେ ସାମିଲ କରାଯାଇଛି

17 ଏପ୍ରିଲ, 2020 ଆଇସିଏମଆର ପକ୍ଷରୁ ଜାରି କୋଭିଡ-19 ପରୀକ୍ଷଣ  ଗାଇଡଲାଇନକୁ ପାଳନ କରିବା ନିମନ୍ତେ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି ସଂକ୍ରାନ୍ତ ପ୍ରୋଟୋକଲ ଚିକିତ୍ସା ସେବା ପ୍ରଦାନକାରୀଙ୍କ ମଧ୍ୟରେ ବ୍ୟାପକ ଭାବେ ପ୍ରସାରିତ କରାଯିବା ଆବଶ୍ୟକ ଏବଂ କୋଭିଡ-19ର ପରୀକ୍ଷଣ ଏହି ପ୍ରୋଟୋକଲ ଅନୁଯାୟୀ କରାଯିବା ଉଚିତ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ବ୍ୟକ୍ତି ସୁରକ୍ଷା ପ୍ରତି ଜରୁରି ସତର୍କତା ଅବଲମ୍ବନ କରିବା ଉଚିତ ସେମାନେ ସ୍ଵାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ 24 ମାର୍ଚ୍ଚ, 2020ରେ ଜାରି ଗାଇଡଲାଇନ ଅନୁଯାୟୀ ଯୁକ୍ତିଯୁକ୍ତ ଭାବେ ବ୍ୟକ୍ତିଗତ ସୁରକ୍ଷା ଉପକରଣର ଉପଯୋଗ କରିବା ଉଚିତ ସ୍ଵାସ୍ଥ୍ୟସେବା ସୁବିଧା ସ୍ଥଳରେ ସଂକ୍ରମଣ ନିରାକରଣ ନିୟନ୍ତ୍ରଣ ପାଇଁ  ଉଦ୍ଦିଷ୍ଟ ଗାଇଡଲାଇନକୁ ସରକାରୀ ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକରେ ବିସ୍ତୃତ ଭାବେ ବିତରଣ କରାଯିବା ଆବଶ୍ୟକ

ଅଣକୋଭିଡ ଡାକ୍ତରଖାନାରେ ଯଦି କୌଣସି ସୁନିଶ୍ଚିତ କିମ୍ବା ସନ୍ଦିଗ୍ଧ କୋଭିଡ-19 ମାମଲା ସାମ୍ନାକୁ ଆସେ ତେବେ ଦିଗରେ ପଦକ୍ଷେପ ନେବା ସଂକ୍ରାନ୍ତରେ 20 ଏପ୍ରିଲ, 2020ରେ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷଣୁ ଗାଇଡଲାଇନ ଜାରି କରାଯାଇଥିଲା

ପରୀକ୍ଷା ପାଇଁ ଆବଶ୍ୟକ ଜରୁରି ସେବା ଯୋଗାଣ ପାଇଁ ବାରଣ କରାଯାଉଥିବା ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି ସ୍ଵାସ୍ଥ୍ୟସେବା କ୍ଷେତ୍ର ସହିତ ଆଲୋଚନା କରି ପଦକ୍ଷେପ ନିଆଯିବା ଆବଶ୍ୟକ ଯାହାଦ୍ବାରା ସେମାନଙ୍କ ଅନିଶ୍ଚିତ ଦୂର ହୋଇପାରିବ ଏବଂ କ୍ଲିନିକ ଡାକ୍ତରଖାନାଗୁଡ଼ିକ କାର୍ଯ୍ୟକ୍ଷମ ରହିବ

ବର୍ତ୍ତମାନ ସୁଦ୍ଧା ଦେଶରେ 25.19 ପ୍ରତିଶତ ହାରରେ 8,324 ଜଣ କୋଭିଡ-19 ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 33,050ରେ ପହଞ୍ଚିଛି ଗତକାଲି ଠାରୁ ଆଜି ମଧ୍ୟରେ 1718ଟି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି

ବର୍ତ୍ତମାନା ସୁଦ୍ଧା ହୋଇଥିବା ବିଶ୍ଳେଷଣରୁ ଜଣାଯାଇଛି ଯେ ଦେଶରେ ସଂକ୍ରମିତଙ୍କ ମୃତ୍ୟୁହାର 3.2 ପ୍ରତିଶତ ରହିଛି ଏମାନଙ୍କ ମଧ୍ୟରୁ 65%  ପୁରୁଷ ଏବଂ 35% ମହିଳା ମୃତକଙ୍କ ମଧ୍ୟରେ 14%ଙ୍କ ବୟସ 45 ବର୍ଷ ହୋଇଥିବା ବେଳେ 34.8% ଙ୍କ ବୟସ 45-60 ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି 60 ବର୍ଷରୁ ଅଧିକ 51.2% ଲୋକ ମୃତ୍ୟୁମୁଖରେ ପଡ଼ୁଥିବା ସମୟରେ  42% ମୃତକଙ୍କର ବୟସ 60-75 ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ସେହିପରି 9.2% ମୃତକଙ୍କର ବୟସ 75 ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ 78% ମୃତକ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିବା ଜଣାଯାଇଛି

ସଂକ୍ରମିତଙ୍କ ସଂଖ୍ୟା ଦ୍ଵିଗୁଣିତ ହେବାର ଜାତୀୟ ହାର ଲକଡାଉନ ପୂର୍ବରୁ ହାରାହାରି 3.4 ଦିନ ଥିବା ବେଳେ ଏବେ ଏହା 11 ଦିନରେ ପହଞ୍ଚିଛି

ଜାତୀୟ ହାର ଠାରୁ ଭଲ ସ୍ଥିତିରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛନ୍ତି ଦିଲ୍ଲୀ, ଉତ୍ତର ପ୍ରଦେଶ, ଜମ୍ମୁ କଶ୍ମୀର, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ ପଞ୍ଜାବ ଏସବୁ ରାଜ୍ୟରେ ହାରାହାରି 11ରୁ 20 ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ଵିଗୁଣିତ ହେଉଛି କର୍ଣ୍ଣାଟକ, ଲଦାଖ, ହରିୟାଣା, ଉତ୍ତରାଖଣ୍ଡ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଦ୍ଵିଗୁଣିତ ହେବା ହାର 20ରୁ 40 ଦିନ ମଧ୍ୟରେ ରହିଛି ସେହିପରି ଆସାମ, ତେଲଙ୍ଗାନା, ଛତିଶଗଡ଼ ହିମାଚଳ ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ଵିଗୁଣିତ ହେବା ଲାଗି 40 ଦିନରୁ  ଅଧିକ ସମୟ ଲାଗୁଛି

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟ୍ଵିଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

*********



(Release ID: 1619681) Visitor Counter : 214