ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିବେଶ ବୃଦ୍ଧି ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ବୈଠକ
प्रविष्टि तिथि:
30 APR 2020 4:59PM by PIB Bhubaneshwar
କୋଭିଡ-19 ମହାମାରୀ କାରଣରୁ ପ୍ରଭାବିତ ହୋଇଥିବା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅଧିକ ବିଦେଶୀ ନିବେଶ ଆକୃଷ୍ଟ କରିବା ଏବଂ ସ୍ଥାନୀୟ ନିବେଶକୁ ପ୍ରୋତ୍ସାହିତ କରିବା ସକାଶେ ବିସ୍ତୃତ ରଣନୀତି ପ୍ରସ୍ତୁତ କରିବା ସଂକ୍ରାନ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ଆଲୋଚନା କରିଛନ୍ତି ।
ଦେଶରେ ଥିବା ଶିଳ୍ପାଞ୍ଚଳ ଜମି/ଭୂମି/ଇଷ୍ଟେଟରେ ଅଧିକ ଭିତ୍ତିଭୂମି ନିର୍ମାଣ କରିବା ଏବଂ ଆର୍ଥିକ ସହଯୋଗ ଯୋଗାଇ ଦେବା ସକାଶେ ଏକ ଯୋଜନା ବିକଶିତ କରିବା ଲାଗି ଏହି ଅବସରରେ ଆଲୋଚନା କରାଯାଇଥିଲା। ନିବେଶକମାନଙ୍କୁ ସମର୍ଥନ ଯୋଗାଇ ଦେବା ସକାଶେ ଅଧିକ ସକ୍ରିୟ ଭାବେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କେନ୍ଦ୍ର ଓ ରାଜ୍ୟସ୍ତରରେ ଆବଶ୍ୟକ ମଞ୍ଜୁରି ପ୍ରଦାନ କରିବା ନିମନ୍ତେ ସେ କହିଥିଲେ।
ଭାରତରେ ଦ୍ରୁତ ନିବେଶ ଆକୃଷ୍ଟ କରିବା ଏବଂ ଭାରତୀୟ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୂଆ ରଣନୀତି ପ୍ରସ୍ତୁତ କରିବା ଏବଂ ନିବେଶ ଆକୃଷ୍ଟ କରିବା ସକାଶେ ଅଧିକ ସକ୍ରିୟ ହେବା ନିମନ୍ତେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେବା ସକାଶେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
ସେହିପରି ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ବାଧାମୁକ୍ତ ଭାବେ ଜାରି ରଖିବା ସହିତ ନିବେଶ ଏବଂ ଶିଳ୍ପ ଅଭିବୃଦ୍ଧିର ପ୍ରୋତ୍ସାହନ କ୍ଷେତ୍ରରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଅର୍ଥମନ୍ତ୍ରୀ, ଗୃହମନ୍ତ୍ରୀ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
**********
(रिलीज़ आईडी: 1619672)
आगंतुक पटल : 223
इस विज्ञप्ति को इन भाषाओं में पढ़ें:
Punjabi
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Gujarati
,
Tamil
,
Telugu
,
Kannada
,
Malayalam