ରସାୟନ ଓ ସାର ମନ୍ତ୍ରଣାଳୟ

3,25,000ରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି ଜନୌଷଧି ସୁଗମ ମୋବାଇଲ ଆପ

• ଲକଡାଉନ ସମୟରେ ଜନୌଷଧି କେନ୍ଦ୍ର ଠାବ କରିବାରେ ସହାୟକ ହେଉଛି ଏହି ଆପ

Posted On: 30 APR 2020 11:52AM by PIB Bhubaneshwar

କରୋନା ମହାମାରୀ ପରିପ୍ରେକ୍ଷୀରେ ଦେଶବ୍ୟାପୀ ଜାରି କରାଯାଇଥିବା ଲକଡାଉନ ସମୟରେ ଜନୌଷଧି ସୁଗମ ମୋବାଇଲ ଆପ ଲୋକଙ୍କୁ ବିଶେଷ ସାହାଯ୍ୟ କରୁଛିନିଜ ଘର ପାଖରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ର କେଉଁଠି ଅଛି ତାହା ଠାବ କରିବାରେ ଏହି  ଆପ ସହାୟକ ହେଉଛିଏସବୁ ଜନୌଷଧି କେନ୍ଦ୍ରରୁ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି

ଏବେ 3,25,000ରୁ ଅଧିକ ଲୋକ ଏହି ଜନୌଷଧି ସୁଗମ ମୋବାଇଲ ଆପ ବ୍ୟବହାର କରୁଛନ୍ତି ଏହା ସେମାନଙ୍କ ଆବଶ୍ୟକତା ପୂରଣ କରୁଛିଜୀବନକୁ ସହଜ ସୁଗମ କରିବାକୁ ସରକାର ନୂଆ ଟେକ୍ନୋଲଜିର ବ୍ୟବହାର ଏବଂ ପ୍ରସାର ଉପରେ ଗୁରୁତ୍ୱ ଦେଉଛନ୍ତିତଦନୁସାରେ ଏହି ନୂଆ ମୋବାଇଲ ଆପ ଜନୌଷଧି ଉପଭୋକ୍ତାଙ୍କ ପାଇଁ ବିକଶିତ କରାଯାଇଛି ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା (PMJAK)ରେ ବ୍ୟୁରୋ ଅଫ ଫାର୍ମା ପିଏସୟୁ ଏହାକୁ ତିଆରି କରିଛିଏହି ସଂସ୍ଥା ଭାରତ ସରକାରଙ୍କ ରସାୟନ ସାର ମନ୍ତ୍ରଣାଳୟ ଅଧୀନରେ କାମ କରୁଛି

ଏହି ମୋବାଇଲ ଆପରେ ଉପଭୋକ୍ତାଙ୍କ ପାଇଁ ବିଭିନ୍ନ ପ୍ରକାର ତଥ୍ୟ ପାଇବାର ବ୍ୟବସ୍ଥା କରିଛିକେଉଁ ସ୍ଥାନରେ ଜନୌଷଧି କେନ୍ଦ୍ର ରହିଛି, ସେଠି ପହଞ୍ଚିବାକୁ କେଉଁ ରାସ୍ତାରେ ଯିବାକୁ ହେବ ତାହା ଜାଣିବା ପାଇଁ ଗୁଗୁଲ ମ୍ୟାପ ଦ୍ୱାରା ସୂଚିତ କରାଯାଉଛିଜନୌଷଧି କେନ୍ଦ୍ରରେ କେଉଁ କେଉଁ ଜେନେରିକ ଔଷଧ ମିଳୁଛି ତାହାର ତାଲିକା, ବ୍ରାଣ୍ଡେଡ ଔଷଧ ଜେନେରିକ ଔଷଧ ମଧ୍ୟରେ ତୁଳନାତ୍ମକ ତଥ୍ୟ ଏବଂ ମୂଲ୍ୟ ଆଦି ଏହି ମୋବାଇଲ ଆପରେ ଉପଲବ୍ଧ

ଉଭୟ ଆଣ୍ଡ୍ରଏଡ ଆଇ-ଫୋନ ପ୍ଲାଟଫର୍ମରେ ଜନୌଷଧି ସୁଗମ ମୋବାଇଲ ଆପ ଉପଲବ୍ଧଏହାଛଡା ଗୁଗୁଲ ପ୍ଲେଷ୍ଟୋର ଆପଲ ଷ୍ଟୋରରୁ ମଧ୍ୟ ଏହାକୁ ବିନା ମୂଲ୍ୟରେ ଡାଉନଲୋଡ କରିହେବ

 

***************



(Release ID: 1619516) Visitor Counter : 162