ରସାୟନ ଓ ସାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        ଲକ ଡାଉନ ସମୟରେ ଦେଶରେ ରେକର୍ଡ ପରିମାଣର ସାରବିକ୍ରି
                    
                    
                        
                    
                
                
                    Posted On:
                28 APR 2020 5:08PM by PIB Bhubaneshwar
                
                
                
                
                
                
                କରୋନା ମୁକାବିଲା ଜନିତ ଲକ ଡାଉନ ଜାରି ସମୟରେ ଦେଶରେ ରେକର୍ଡ ପରିମାଣର ରାସାୟନିକ ସାର ବିକ୍ରି ହୋଇଛି । କେନ୍ଦ୍ର ରାସାୟନ ଓ ସାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଏପ୍ରିଲ 1ରୁ 22 ମଧ୍ୟରେ ବିଭିନ୍ନ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଥିବା ସାର ମଧ୍ୟରୁ ଚାଷୀମାନେ 10.63 ଲକ୍ଷ ମେଟ୍ରିକ ଉର୍ବରକ କିରିଛନ୍ତି । ଏହି ସମୟରେ ମୋଟ 8.02 ଲକ୍ଷ ମେଟ୍ରିକ ଟନ୍ ସାର ବିକ୍ରି ହୋଇଥିଲା । 
ଏପ୍ରିଲ 1 ରୁ 22 ମଧ୍ୟରେ ଡିଲରମାନେ 15.77 ଲକ୍ଷ ମେଟ୍ରିକ ଟନ ସାର କିଣିଥିଲେ । ଗତବର୍ଷ ତୁଳନାରେ ଏହା 46୬ ଶତାଂଶ ଅଧିକ । ସେମାନେ ଗତବର୍ଷ ଏହି ସମୟରେ  10.79 ମେଟ୍ରିକ ଟନ୍ ସାର କିଣିଥିଲେ । 
କୋଭିଡ ଜନିତ ଲକଡାଉନ ଲାଗୁ ହେବା ଫଳରେ ସମଗ୍ର ଦେଶରେ ପରିବହନ ଓ ଲୋକଙ୍କ ଚଳାଚଳ ବହୁଳଭାବେ ନିୟନ୍ତ୍ରିତ ହେବା ସତ୍ୱେ ଚାଷୀଙ୍କୁ ଖରିଫ ଚାଷ ପାଇଁ ଯେପରି ସାରର ଅଭାବ ନ’ ରହେ ସେଥିପାଇଁ ସରକାରା ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ସାର ମନ୍ତ୍ରଣାଳୟ, ରେଳବାଇ, ରାଜ୍ୟସରକାର, ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷ, ସାର ଉତ୍ପାଦନକାରୀ ଓ ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କ ମିଳିତ ସହଯୋଗ ଓ ତତ୍ପରତା ଯୋଗୁଁ ସମଗ୍ର ଚାଷୀଙ୍କ ଅବଶ୍ୟକତା ଅନୁସାରେ ସାର ଯୋଗାଇ ଦିଆଯାଉଛି । ଏଥିରେ କୌଣସି ପ୍ରତିବନ୍ଧକ ବା ଅସୁବିଧା ନାହିଁ । ଏ କ୍ଷେତ୍ରରେ ସାର ମନ୍ତ୍ରଣାଳୟ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । 
କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା କହିଛନ୍ତି ଯେ ଦେଶରେ ସାରର ଉତ୍ପାଦନ,  ଯୋଗାଣ ଓ ଉପଲବ୍ଧତା ଜନିତ କୌଣସି ସମସ୍ୟା ନାହିଁ । ରାଜ୍ୟ ସରକାରମାନଙ୍କ ପାଖରେ ପର୍ଯ୍ୟନ୍ତ ପରିମାଣର ସାର ମହଜୁଦ ରହିଛି । ସବୁ ରାଜ୍ୟର କୃଷି ମନ୍ତ୍ରୀମାନଙ୍କ ସହ ନିମ୍ନମିତ ଯୋଗାଯୋଗ ରହିଛି । ବୁଣାବୁଣି ସମୟ ପୂର୍ବରୁ ଚାଷୀ ଯେପରି ନିଜର ଆବଶ୍ୟକତା ଅନୁସାରେ ଯଥେଷ୍ଟ ସାର ପାଆନ୍ତି ସେଥି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।  
ଏପ୍ରିଲ 17 ରେ 41 ରେକ୍ ସାର କାରଖାନାରୁ ବନ୍ଦରକୁ ପଠାଯାଇଥିଲା । ଲକଡାଉନ ସମୟରେ ଗୋଟିଏ ଦିନରେ ଏହା ସର୍ବାଧିକ ସାର ପରିବହନ ଗୋଟିଏ ରେକରେ 3000 ମେଟ୍ରିକ ଟନ ସାର ପରିବହନ ହୋଇଥାଏ । ସବୁ ସାର ଉତ୍ପାଦନକାରୀ କଂପାନୀମାନଙ୍କ ଉତ୍ପାଦନ ପୂର୍ଣ୍ଣଦକ୍ଷତା ଅନୁସାରେ କରୁଛନ୍ତି । ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ  ଆଇନ ବଳରେ ସାର କାରଖାନାଗୁଡିକୁ ଉତ୍ପାଦନ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ ଯୋଗୁଁ ସାର ଅଭାବ ଯେପରି ନ’ ପଡେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । 
ବିଭିନ୍ନ ସାର କାରଖାନା, ରେଳ ଷ୍ଟେସନ ଓ ବନ୍ଦରରେ ସାରର ବୋଝେଇ ଖଲାସ କାମ ପୁରାଦମରେ ଚାଲିଛି । ତେବେ ଏହି କାମ ବେଳେ କରୋନା ସତର୍କତାକୁ କଡାକଡି ଭାବେ ପାଳନ କରାଯାଉଛି । ଶ୍ରମିକ କର୍ମଚାରୀମାନେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ସାମାଜିକ ବ୍ୟବଧାନ ରକ୍ଷା କରୁଛନ୍ତି । ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ପରିଧାନ ସମସ୍ତେ ପିନ୍ଧୁଛନ୍ତି । 
 
**********
 
                
                
                
                
                
                (Release ID: 1619102)
                Visitor Counter : 201
                
                
                
                    
                
                
                    
                
                Read this release in: 
                
                        
                        
                            Assamese 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam