PIB Headquarters
                
                
                
                
                
                
                    
                    
                        ଲକଡାଉନ ସତ୍ତ୍ୱେ ସମଗ୍ର ଦେଶରେ ଗହମ ଅମଳ କାମ ଜୋରସୋର ଚାଲିଛି
                    
                    
                        •	ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମଧ୍ୟ ଅବ୍ୟାହତ ରହିଛି
                    
                
                
                    Posted On:
                28 APR 2020 1:34PM by PIB Bhubaneshwar
                
                
                
                
                
                
                କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଭାରତରେ ଲକଡାଉନ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଗହମ ଅମଳ କାମ ଜୋରସୋରରେ ଚାଲିଛି । 2020 ବର୍ଷର ରବି ଫସଲ ଅମଳ କାମ ପାଇଁ ଯେଉଁ ମାନକ କ୍ରିୟାନୁଷ୍ଠାନ ବିଧି (SOP) ସରକାର ଧାର୍ଯ୍ୟ କରିଛନ୍ତି ତଦନୁସାରେ ଶ୍ରମିକ ଓ ଚାଷୀମାନେ ଏହି ଫସଲ କାଟିବା ଓ ଅମଳ କାମ କରୁଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଚାଷୀ ଓ କୃଷି କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏହି ମାନକ କ୍ରିୟାନୁଷ୍ଠାନ ବିଧିକୁ ସବୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି ।
ବିଭିନ୍ନ ରାଜ୍ୟରୁ ମିଳିଥିବା ତଥ୍ୟ ଅନୁସାରେ ମଧ୍ୟପ୍ରଦେଶରେ 98ରୁ 99 ଭାଗ ଗହମ ଅମଳ ସରିଲାଣି । ରାଜସ୍ଥାନରେ 92ରୁ 95%, ଉତ୍ତରପ୍ରଦେଶରେ 85ରୁ 88%, ହରିୟାଣାରେ 55ରୁ 60%, ପଞ୍ଜାବରେ 60ରୁ 65 ଏବଂ ଅନ୍ୟାନ୍ୟ ରାଜ୍ୟରେ 87 ରୁ 88% ଗହମ ଅମଳ ସରିଛି ।
ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଭିତ୍ତିରେ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ଆଦି ସଂଗ୍ରହ କାର୍ଯ୍ୟ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ହରିୟାଣାରେ ଚାଲିଛି । 2020-21 ରବି ଋତୁ ପାଇଁ ଘୋଷଣା କରାଯାଇଥିବା ସରକାରୀ ସହାୟକ ମୂଲ୍ୟ ହିସାବରେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କିଣା ଯାଉଛି ।
ଲକଡାଉନ ସମୟରେ ପାଞ୍ଚଟି ରାଜ୍ୟ ଆନ୍ଧ୍ର, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ 72,415.82 ମେଟ୍ରିକ ଟନ ବୁଟ ଓ ଚଣା ଜାତୀୟ ଫସଲ ସଂଗୃହୀତ ହୋଇଛି । ସେହିଭଳି ସାତଟି ରାଜ୍ୟ – ତାମିଲନାଡୁ, ତେଲଙ୍ଗନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ,  ଗୁଜରାଟ ଓ ଓଡିଶାରୁ 1,20,023.29 ମେଟ୍ରିକ ଟନ ହରଡ ଡାଲି ସଂଗୃହୀତ ହୋଇଛି । ଏହି ସମୟରେ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାଣାରୁ 1,83,400.87 ମେଟ୍ରିକ ଟନ ସୋରିଷ ସଂଗ୍ରହ କରଯାଇଛି ।
ଇତି ମଧ୍ୟରେ ଜାତୀୟ ଉଦ୍ୟାନ କୃଷି ବୋର୍ଡ ଦେଶର 618ଟି ମାନ୍ୟତା ପ୍ରାପ୍ତ ନର୍ସରରୁ ଫଳ ଓ ପନିପରିବା ଚାଷ ସଂକ୍ରାନ୍ତ ସାମଗ୍ରୀ ଯୋଗାଣ ପ୍ରସ୍ତୁତି ସମ୍ପର୍କରେ ଖବର ପାଇଛି । ଏସବୁ ନର୍ସରୀ ଏବେ ଏହା ଯୋଗାଇବାକୁ ପ୍ରସ୍ତୁତ । ଇଚ୍ଛୁକ୍ତ ବ୍ୟକ୍ତିବିଶେଷ, ଚାଷୀ, ବ୍ୟବସାୟୀ ଓ ଅନ୍ୟାନ୍ୟ ସଂଯୁକ୍ତ ପକ୍ଷଙ୍କ ଅବଗତି ନିମନ୍ତେ ଉଦ୍ୟାନ କୃଷିବୋର୍ଡ ଏହି ତଥ୍ୟ ସବୁ ରାଜ୍ୟ ଓ ଆଞ୍ଚଳିକ ଅଫିସକୁ ଅବଗତ କରାଇଦେଇଛି ।
 
****************
                
                
                
                
                
                (Release ID: 1618948)
                Visitor Counter : 186
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam