ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

କେନ୍ଦ୍ରୀୟ ପୁଲରେ ଗହମ ସଂଗ୍ରହ ବୃଦ୍ଧି

• ଖୁବଶୀଘ୍ର ଚଳିତ ଋତୁରେ 400 ଲକ୍ଷ ମେଟ୍ରିକ ଟନ ଲକ୍ଷ୍ୟ ହାସଲ ହେବ
• ଲକଡାଉନ ସମୟରେ 2000 ଟ୍ରେନ ଲୋଡ ଲକ୍ଷ୍ୟ ହାସଲ କଲା ଏଫସିଆଇ
• 2087 ଟ୍ରେନରେ ଭର୍ତ୍ତି 58.44 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଦେଶର ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତରିତ

Posted On: 27 APR 2020 7:36PM by PIB Bhubaneshwar

ଦେଶର ସମସ୍ତ ବୃହତ ଗହମ ଉତ୍ପାଦକ ରାଜ୍ୟରେ ଅତ୍ୟନ୍ତ ଦ୍ରୁତ ଗତିରେ ଗହମ ସଂଗ୍ରହ ଜାରି ରହିଛି । 26.04.2020 ସୁଦ୍ଧା କେନ୍ଦ୍ରୀୟ ପୁଲରେ 88.61 ଲକ୍ଷ ମେଟ୍ରିକ ଟନ ଗହମ କିଣା ସରିଛି।  ଏଥିମଧ୍ୟରେ ପଞ୍ଜାବରୁ ସର୍ବାଧିକ 48.27 ଲକ୍ଷ ମେଟ୍ରିକ ଟନ ଏବଂ ହରିୟାଣାରୁ ଦ୍ବିତୀୟ ସର୍ବାଧକ 19.07 ଲକ୍ଷ ମେଟ୍ରିକ ଟନ ଗହମ କିଣାଯାଇଛି। ଏହି ଗତିରେ ଗଲେ ଅତିଶୀଘ୍ର  400 ଲକ୍ଷ ମେଟ୍ରିକ ଟନ ଗହମ ସଂଗ୍ରହ ଲାଗି ଚଳିତ ଋତୁର ଲକ୍ଷ୍ୟ ହାସଲ କରାଯାଇପାରିବ କୋଭିଡ-19 ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡିଗୁଡ଼ିକରେ ସାମାଜିକ ଦୂରତା ଭଳି ସତର୍କତା ମୂଳକ ପଦକ୍ଷେପ ସହିତ ଗହମ ସଂଗ୍ରହ ଜାରି ରହିଛି ।  ଚାଷୀଙ୍କୁ କୌଣସି ପ୍ରକାରର ଚାପରେ ନରଖିବା ନିମନ୍ତେ ସବୁପ୍ରକାର ପ୍ରୟାସ କରାଯାଉଛି ଲକଡାଉନ ସତ୍ତ୍ୱେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ପକ୍ଷରୁ 2000ରୁ ଅଧିକ ଟ୍ରେନ ଭର୍ତ୍ତି ଗହମ ପରିବହନ କରାଯାଇଛି। 27.04.2020 ସୁଦ୍ଧା ମୋଟ 2087 ସଂଖ୍ୟକ ଟ୍ରେନରେ ଭର୍ତ୍ତି ପ୍ରାୟ 58.44 ଲକ୍ଷ ମେଟ୍ରିକ ଟନ ଗହମ ପରିବହନ କରାଯାଇଛି। ଏହି ଗହମ ଭାରତ ସରକାରଙ୍କ ବିଭିନ୍ନ ଯୋଜନାରେ ବିତରଣ ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଧୀରେ ଧୀରେ କଟକଣା ହ୍ରାସ ଫଳରେ ଧୀରେ ଧୀରେ ଏହି ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀ ପିଛା 5 କିଗ୍ରା ଲେଖାଏଁ ଖାଦ୍ୟ ଶସ୍ୟ ତିନି ମାସ ପାଇଁ ଏପ୍ରିଲରୁ ମେ 2020 ମଧ୍ୟରେ ବଣ୍ଟନ କରାଯିବ। ଏହି କାର୍ଯ୍ୟ ଖୁବ ଜୋରରେ ଜାରି ରହିଛି। ଲଦାଖ ଓ ଲାକ୍ଷାଦ୍ଵୀପ ତିନି ମାସ ପାଇଁ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ବିତରଣ ନିମନ୍ତେ ସେମାନଙ୍କ କୋଟା ଉଠାଇସାରିଲେଣି। 7ଟି ରାଜ୍ୟ ଜୁନ ମାସର କୋଟା ଓ 20ଟି ରାଜ୍ୟ ମେ ମାସର କୋଟା ନେଉଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହା ସରିଯିବ ବୋଲି ଆଶା କରାଯାଉଛି। ସମସ୍ତ ରାଜ୍ୟର ଆବଶ୍ୟକତା ପୂରଣ ନିମନ୍ତେ ଏଫସିଆଇ ପକ୍ଷରୁ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରଖାଯାଇଛି।  ପଶ୍ଚିମବଙ୍ଗ କ୍ଷେତ୍ରରେ ତିନି ମାସର ଆବଶ୍ୟକତା ପାଇଁ 9 ଲକ୍ଷ ମେଟ୍ରିକ ଟନ ଚାଉଳର ଆବଶ୍ୟକତା ରହିଛି। ଏଥିପାଇଁ ଅତିରିକ୍ତ ଆବଣ୍ଟନ ବ୍ୟବସ୍ଥା କରାଯାଇଛି ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ଓଡିଶାରୁ ପାଖାପାଖି 227 ଟ୍ରେନ ଭର୍ତ୍ତି ଚାଉଳ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ପଠାଇବାକୁ ବ୍ୟବସ୍ଥା କରାଯାଉଛି। ଯାହା ଫଳରେ କମ ସମୟରେ ଅଧିକ ଖାଦ୍ୟଶସ୍ୟ ଉପଲବ୍ଧ ହୋଇପାରିବ

 

************

 



(Release ID: 1618820) Visitor Counter : 124